ନମସ୍କାର ବନ୍ଧୁଗଣ ତେବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୂବନେଶ୍ୱର ପକ୍ଷରୁ ଟୁଇଟ୍ ଯୋଗେ କିଛି ନୂଆ ସୂଚନା । ଆସନ୍ତା ୩ ରୁ ୪ ଘଣ୍ଟା ମଧ୍ୟରେ ପୁଣି ହେବ ପ୍ରବଳ ବର୍ଷା । ଖାଲି ସେତିକି ନୁହଁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି ଘଡଘଡି ସହିତ ବର୍ଷାର ସମ୍ଭାବନା ରହିଚି । ରଜରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରାକ୍ ମୌସୁମୀ ବର୍ଷା । ଅନ୍ୟପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଘଡଘଡି ଓ ବଜ୍ରପାତ ଆଶଙ୍କା ରହିଛି ।
ତେବେ ୧୯ ତାରିଖ ଯାଏ ଏହିଭଳି ପରିସ୍ଥିତି ବିଭିନ୍ନ ଜିଲ୍ଲରେ ଲାଗିରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଘଡଘଡି ବଜ୍ରପାତ କୁ ନେଇ ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନାଗିରି , କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଦମାଳ, , କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦାପଡା ଓ କଟକ ଜିଲ୍ଲା କୁ ୟେଲୋ ୱୀର୍ଣ୍ଣିଂ ଜାରି କରାଯାଇଛି ।
ତେବେସେହିଭଳି ଆସନ୍ତା କାଲି ଅର୍ଥାତ୍ ୧୭ ତାରିଖ ରେ ବଜ୍ରପାତ ନେଇ ଝାରସୁଗୁଡା, ସୁନ୍ଦରଗଡ଼, ଦେଉଗଡ, କେଉଁଝର, ସମ୍ବଲପୁର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଧ, କନ୍ଦମାଳ, ରାୟଗଡ଼ା, ଗଞ୍ଜାମ, ଗଞ୍ଜପତି, ମାଲାକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲା କୁ ୟୋଲ ୱୀର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏହା ସହିତ ଚଳିତ ସପ୍ତାହରେ ମୌସୁମୀ ଓଡିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଜ୍ଞାନ ମାନଙ୍କର ପୂର୍ବାନୁମାନ ଖୁସିର ପରିବେଶ ସୃଷ୍ଟି କରିଥିବା ବେଳେ ରାଜଧାନୀ ଭୂବନେଶ୍ୱରରେ ଏହି ୧୩୩ ଦିନର ପାଣିପାଗର ଚିତ୍ର ବିଶେଷଞ ମୁଡ ଗୋଳମାଳ କରିଦେଇଛି । ଏଥିପାଇଁ ଜଳବାୟୁ ର ପରିବର୍ତ୍ତନ କେତେକ ଦୃତ ପ୍ରଭାବ ଓଡିଶାର ଅନୁଭୂତ ହୋଇଛି । ତେବେ ଏହି ୧୩୩ ଦିନ ମଧ୍ୟରେ ରାଜଧାନୀରେ ମାତ୍ର ୧୧ ଦିନ ବର୍ଷା ରେକର୍ଡ କରାଯାଇଛି ।
୨୦୨୦ ମସିହାର ପ୍ରାକ୍ ମୌସୁମୀ ବର୍ଷା ସହିତ ତୁଳନା କଲେ ଚଳିତ ବର୍ଷ ବର୍ଷାର ପରିମାଣ ଅଧାରୁ ଅଧିକ କମି ସାରିଲାଣି । ତେବେ ଖୁବ୍ ଶୀଘ୍ର ଆହୁରି ମଧ୍ୟ ବର୍ଷା ହେବାକୁ ଯାଉଛି । ଏମିତିକି ଆସନ୍ତା ୫ ଦିନ ମୌସୁମୀ ର ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ର ସମ୍ଭାବନା ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।