ବନ୍ଧୁଗଣ, ସୂଚନା ଅନୁଯାୟୀ ଚଳନ୍ତା ଟ୍ରେନ ରୁ ମା’ ଜଣଙ୍କ ନିଜ ଛୁଆ ମାନଙ୍କୁ ଏଭଳି ଫିଙ୍ଗୁଥିଲେ ସତେ ଯେମିତି ସେ ଛୁଆ ନୁହେଁ ଫୁଟବଲ । ଆପଣ ମାନେ ଏହି ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ସତରେ କ’ଣ ଦୁନିଆରେ ଏତେ ମୂର୍ଖ ଲୋକ ଅଛନ୍ତି ? ଚଳନ୍ତା ଟ୍ରେନ ରୁ ଦୁଇ ପିଲାଙ୍କୁ ଫୋପାଡି ନିଜେ ଡେଇଁ ପଡିଲେ । ଏହି ଘଟଣା ରେ ଦୁଇ ପିଲା ଏବଂ ମା’ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ ।
ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଟି ହେଉଛି ଶନିବାର ଦିନ ସନ୍ଧ୍ୟା 6.30 ସମୟର । ମଧ୍ୟ ପ୍ରଦେଶ ର ଉଜିନ ଷ୍ଟେସନ ରେ ୪ ନମ୍ବର ପ୍ଲାଟଫର୍ମ ରୁ ଜଣେ ମହିଳା ତରତର ହୋଇ ଭୁଲରେ ଅଲଗା ଟ୍ରେନରେ ଚଢି ଯାଇଥିଲେ ଟ୍ରେନ ଷ୍ଟେସନ ରୁ ଛାଡିବା ପରେ ସେହି ମହିଳା ଜଣଙ୍କ ଜାଣିବାକୁ ପାଇଥିଲେ ଯେ ସେହି ଟ୍ରେନ ଟି ଭୁଲ ଥିଲା ଏବଂ ଏହାପରେ ପିଲାଙ୍କୁ ଗୋଟି ଗୋଟି କରି ତଳକୁ ଫୋପାଡି ଦେଇଥିଲେ ।
ପ୍ରଥମେ ନିଜ ବଡ ପୁଅ ଏବଂ ଏହାପରେ ସାନ ପୁଅ କୁ ଫୋପାଡି ଦେଇଥିଲେ ମହିଳା ଜଣଙ୍କ ଏବଂ ଶେଷରେ ନିଜେ ଟ୍ରେନ ରୁ ଡେଇଁ ପଡିଥିଲେ । କିନ୍ତୁ ମହିଳା ଜଣଙ୍କ ଡେଇଁବା ଫଳରେ ଟ୍ରେନ ତଳକୁ ଖସି ଯାଇଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା କଂଷ୍ଟେବଳ ମହେଶ କୁଶ୍ଵାହ ମହିଳା ଜଣଙ୍କୁ ଟ୍ରେନ ତଳୁ ଭିଡି ଆଣିଥିଲେ ।
ଆଉ ଏହି ଘଟଣା ସଂପୂର୍ଣ୍ଣ ଭାବରେ ସିସିଟିଭି ରେ ରେକର୍ଡ ହୋଇଯାଇଥିଲା । କନଷ୍ଟେବଲ ଙ୍କର ସାହସିକତା ଯୋଗୁଁ ମହିଳା ଜଣଙ୍କ ର ଜୀବନ ବଞ୍ଚିଗଲା କିନ୍ତୁ ସେହି ସ୍ଥାନରେ ଯଦି ସମ୍ପୃକ୍ତ କଂଷ୍ଟେବଲ ନଥାନ୍ତେ ତେବେ ଯେ କ’ଣ ହୋଇଥାନ୍ତା ତାହା ଈଶ୍ଵରଙ୍କୁ ଜଣା । ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବାରେ ଲାଗିଛି । ତେବେ ଏହିଭଳି ମୂର୍ଖତା ଯୋଗୁଁ ଯେ ଉଭୟ ପିଲା ଏବଂ ନିଜ ଜୀବନ ହରାଇଥାନ୍ତେ ବୋଧ ହୁଏ ମା ଜଣଙ୍କ ର ଅନୁମାନ ନଥିଲା ।
ଏହିଭଳି ଘଟଣା ବର୍ତ୍ତମାନ ଧୃତ ଗତିରେ ଦେଖିବାକୁ ମିଳୁଛି । ମାତ୍ର ଜାଣିଶୁଣି ନିଜ ଜୀବନ ତଥା ନିଜ ପିଲାଙ୍କ ଜୀବନକୁ ବାଜି ଲଗାଇବା କେତେ ଦୂରେ ଠିକ ? ଆଜି ଯଦି ଟିକିଏ ଭୁଲ ବଶତ ଜୀବନ ଚାଲିଯାଇଥାନ୍ତା ତେବେ ଅନୁତପ୍ତ ଛଡା କିଛି ନଥାନ୍ତା । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ