ହଠାତ୍ କାହିଁକି ବଦଳିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି…. ଖୋଲିଲେ ହୋଇଥାନ୍ତା ବଡ ଅଘଟଣ ?

ଖୋଲିବନି ରତ୍ନଭଣ୍ଡାର, ଗର୍ଜିବ ସପ୍ତଫେଣୀ ନାଗ ! ସୂଚନା ମୁତାବିକ ଜୁଲାଇ 8 ତାରିଖରେ ଶ୍ରୀ ମନ୍ଦିରର ରତ୍ନ ଭଣ୍ଡାର ଖୋଲାଯିବ ବୋଲି କୁହାଯାଇଥିଲା । ହେଲେ ଆସନ୍ତା ଜୁଲାଇ 8 ତାରିଖରେ ରତ୍ନ ଭଣ୍ଡାର ଖୋଲାଯାଇନପାରେ । ତେବେ ରତ୍ନଭଣ୍ଡାର ଖୋଲାଯିବାର ଯେଉଁ ସୂଚନା ଏଏସଆଇ ସୁପରିଟେଡେଣ୍ଟ ଦେଇଥିଲେ । ତାହାକୁ ଖଣ୍ଡନ କରିଛନ୍ତି ସରକାର । ରାଜ୍ୟ ଆଇନ ମନ୍ତ୍ରୀ ବିଶ୍ଵଭୂଷଣ ହରିଚନ୍ଦନ କହିଛନ୍ତି । ଯେ ରତ୍ନଭଣ୍ଡାର କେବେ ଖୋଲାଯିବ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ ।

ବିଶ୍ରୂଙ୍ଖଳିତ ଏଏସଆଇ ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି । ଏଥିପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ତେବେ ଏ ସବୁ ମଧ୍ୟରେ କିନ୍ତୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି। ପୁରୀ ଶ୍ରୀମନ୍ଦିରକୁ ନେଇ ରହିଥିବା ପୌରାଣିକ ମତ ଯାହାକି ଅନେକ ରହସ୍ୟମୟ ବିଷୟବସ୍ତୁ ଅଟେ । ହଁ ଆଜ୍ଞା ରତ୍ନଭଣ୍ଡାରକୁ ନେଇ ବହୁତ ରହସ୍ୟମୟ କଥା ରହିଅଛି । ତେବେ ରତ୍ନଭଣ୍ଡାର ଖୋଲାଯିବା ଏତେ ସହଜ କଥା ନୁହେଁ ବୋକି ସବୁବେଳେ ଚର୍ଚା ଲାଗି ରହିଥାଏ ।

କାରଣ ରତ୍ନଭଣ୍ଡାରକୁ ଚାରିପଟୁ ଭୟଙ୍କର ସାପ ମାନେ ଘେରି ରହିଛନ୍ତି ବୋଲି ଅନେକ ପୌରାଣିକ ମତ ଅଛି। ଅନେକ ସମୟରେ ରତ୍ନଭଣ୍ଡାର ଭିତରୁ ଏଭଳି କିଛି ଭୟଙ୍କର ସାପଙ୍କର ଗର୍ଜନ ମଧ୍ୟ ଶୁଣିବାକୁ ମିଳିଛି ବୋଲି ଅନେକ କହିଛନ୍ତି । ତେବେ ପ୍ରକୃତରେ ଏହ କଣ ସତ ? ସତରେ କ’ଣ ରତ୍ନଭଣ୍ଡାରକୁ ବିଷଧର ସାପ ମାନେ ଜଗି ରହିଛନ୍ତି । ତେବେ ସେହି ସାପ ମାନେ ହେଉଛନ୍ତି ସ୍ଵୟଂ ଲୋକନାଥଙ୍କର ଚଳନ୍ତି ପ୍ରତିମା ବୋଲି ପୌରାଣିକ ମତ ରହିଛି ।

ତେବେ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବାକୁ ଗଲେ । ଅନେକ ସମସ୍ଯାର ମଧ୍ୟ ସାମ୍ନା କରିବାକୁ ପଡିପାରେ । ଯେଉଁ କାରଣକୁ ଆଖିରେ ରଖି ରତ୍ନଭଣ୍ଡାର କେବେ ଖୋଲାଯିବ ତାହା ଠିକ ଭାବେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇପାରୁନାହିଁ । ଯଦିଓ ବିଜ୍ଞାନ ଆଜି ବହୁତ ଉନ୍ନତଧରଣର ହୋଇବା ସହ ବହୁତ ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ମଧ୍ୟ ସମ୍ଭବ କରିଦେଖାଉଛି ।

ହେଲେ ରତ୍ନଭଣ୍ଡାରକୁ କେଉଁ ଜ୍ଞାନର ପ୍ରୟୋଗ କରି ସୁରକ୍ଷିତ ଭାବେ ଖୋଲାଯିବ ତାହା କିଛି ଜଣାପଡିନହିଁ । ତେବେ ବର୍ତ୍ତମାନ ରତ୍ନଭଣ୍ଡାର କେବେ ଖୋଲାଯିବ ତାହାକୁ ନେଇ ସମସ୍ତଙ୍କର ଅପେକ୍ଷା ରହିଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *