ଲୋକେ ବସି ଯାତ୍ରା ଦେଖୁଥିଲେ, ହଠାତ୍ ଆକାଶରେ ଉଡିଲା ଯାତ୍ରା ପେଣ୍ଡାଲ… ସମସ୍ତେ ଦେଖି ଆଶ୍ଚଯ୍ୟ !

ଆକାଶରେ ଉଡିଲା ଯାତ୍ରା ପେଣ୍ଡାଲ ! ହଁ ଆଜ୍ଞା ଯାତ୍ରା ପେଣ୍ଡାଲରେ ଯାତ୍ରା ପରିବେଷଣ ଚାଲିଥିଲା । ଦର୍ଶକ ମଧ୍ୟ ମନ ଖୁସିରେ ବସି ଯାତ୍ରା ଦେଖୁଥିଲେ । ହେଲେ ଏଭଳି ହଟାତ କଣ ଘଟିଗଲା ଯେ ! ଯାତ୍ରା ପେଣ୍ଡାଲ ପୁରା ଆକାଶରେ ଉଡିବାକୁ ଲାଗିଲା । ତାପରେ ଯେ ଯାହା ଜୀବନ ବଞ୍ଚାଇ କିଏ କୁଆଡେ ଦୌଡିବାକୁ ଲାଗିଲେ । ହଁ ଆଜ୍ଞା କାଳବୈଶାଖୀ ଝଡପବନରେ ଯାତ୍ରା ପେଣ୍ଡାଲ ଭାଙ୍ଗିଗଲା । ଗତ କାଲୀ କାଳବୈଶାଖୀର କରାଳ ପ୍ରଭାବରେ ଝଡ ତୋଫାନ ବହିବା ସହ ମେଘ ବର୍ଷିବାକୁ ଲାଗିଥିଲା ।

ବର୍ଷା ସହ ବଜ୍ରପାତ ମଧ୍ୟ ଦୀର୍ଘ ସମୟ ଧରି ଲାଗି ରହିଥିଲା । ଏହାର ପ୍ରଭାବରେ ଚାନ୍ଦବାଲି ବ୍ଲକରେ ବିଭିନ୍ନ ସ୍ଥାନରେ ଝଡ ବର୍ଷା କାରଣରୁ ବ୍ୟାପକ ଭାବେ କ୍ଷୟକ୍ଷତି ଘଟିଛି । ଏପରିକି ପ୍ରସିଦ୍ଧ ଶୈବ ପୀଠ ଆରଡିରେରେ ଥିବା ବାବା ଆଖଣ୍ଡଳମଣୀଙ୍କ ମନ୍ଦିରର ଦଧିନଉତୀର ତ୍ରିଭୁଜ ଭାଙ୍ଗି ଯାଇଛି । ଅନ୍ୟ ପଟେ ନୂଆଁ ଗାଁରେ ଚକୋଲେଟ ରଙ୍ଗମଞ୍ଚ ଅପେରାର ଟେନ୍ଡ ହାଉସଟି ପୁରା ଭାଙ୍ଗି ପଡିଛି ।

ତେବେ ଚକୋଲେଟ ରଙ୍ଗମଞ୍ଚ ଯାତ୍ରା ଅପେରା ପଡିଥିଲା । ଦର୍ଶକ ମଧ୍ୟ ବସି ଯାତ୍ରା ଦେଖୁଥିଲେ । ତାପରେ ଅଚାନକ ଭାବେ କାଳବୈଶାଖୀ ମାଡି ଆସିଥିଲା । ଆକାଶ ପୁରା ଘନ ଅନ୍ଧକାରରେ ଛାଇ ଯାଇଥିଲା । ତାପରେ ବିଜୁଳୀ, ଘଡଘଡି, ବ୍ରଜପାତ ସହ ଜୋରରେ ପବନ ବହିଥିଲା । ଯାହା ଫଳରେ କି ଯାତ୍ରା ପେଣ୍ଡାଲର ସବୁ କିଛି ଆକାଶରେ ଉଡିବାକୁ ଲାଗିଥିଲା । ଦର୍ଶକଙ୍କ ଆଖି ସାମ୍ନାରେ ସବୁ ଉଡି ଯାଇଥିଲା ।

ତାପରେ ଦର୍ଶକ ନିଜ ନିଜର ଜୀବନ ବଞ୍ଚାଇବାକୁ ଯାଇ ଯାତ୍ରା ପଡିଥିବା ସ୍ଥାନରୁ ବାହାରି ବାହାରି ନିଜ ନିଜ ଘରକୁ ଫେରିଯାଇଥିଲେ । ତେବେ ଏଭଳି ଭାବେ ବର୍ଷା ସହ ପବନ ହେବ ଫଳରେ ସେପଟ ଏରିଆରେ ବହୁ କ୍ଷୟକ୍ଷତି ଘଟିଯାଇଛି । ଆରଡି ଠାରେ ଥିବା ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣୀର ଦଧିନଉତି ମଧ୍ୟ ଜୋର ବର୍ଷା, ପବନ ଯୋଗୁ ଭାଙ୍ଗି ଯାଇଛି । କେବଳ ବର୍ଷା ନୁହେଁ, ବଂର ବିଜୁଳୀ, ଘଡଘଡି ଓ ବଜ୍ରପାତ ମିଶି ଗତ କାଲୀ ଅପରାହ୍ନରେ ସେଠାରେ ତାଣ୍ଡବ ରଚିଥିଲା । ଦ୍ରୁତ ଗତିରେ ପବନ ସାଙ୍ଗକୁ ବର୍ଷା ମଧ୍ୟ କାଚିଥିଲା । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *