କଣ ଆପଣଙ୍କ ହାତ ପାପୁଲିରେ ଅଛି କି ଏମିତି ( M ) ଚିହ୍ନ, ଜାଣନ୍ତୁ ନିଜ ବିଷୟରେ କିଛି ଅଜଣା କଥା !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହାତ ର ପାପୁଲି ରେଖା ରେ କେତେ ଯେ ରହସ୍ୟ ଲୁଚି ରହିଥାଏ ତାହାର ଅର୍ଥ ହୁଏ ତ ଆମେ ଜାଣି ନ ଥାଉ କିନ୍ତୁ । ଆପଣ ମାନେ ଦେଖିଥିବେ କି ସ୍ତ୍ରୀ ମାନଙ୍କ ର ହାତ ପାପୁଲି ଦେଖି ସେ ତାଙ୍କ ସ୍ୱାମୀ ଙ୍କ ବିଷୟରେ କହି ଦେଇ ପାରିଥାନ୍ତି । ହାତରେ ଥିବା କିଛି ରେଖା ଏପରି ହୋଇଥାଏ ଯାହା କିଛି ଅକ୍ଷର ଭଳି ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ହାତ ର ପାପୁଲି ରେଖା ରେ ଦେଖା ଯାଉଥିବା ଇଂରାଜୀ ଅକ୍ଷର M ସମ୍ବନ୍ଧରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଯେଉଁ ବ୍ୟକ୍ତି ମାନଙ୍କ ର ହାତ ପାପୁଲି ରେ M ଅକ୍ଷର ଦେଖା ଦେଇଥାଏ ସେମାନେ ବହୁତ ବୁଦ୍ଧି ମାନ ହୋଇଥାନ୍ତି । ସେମାନେ କୌଣସି ବ୍ୟବସାୟ ରେ ଭଲ ପାର୍ଟନର ମଧ୍ୟ ସାବ୍ୟସ୍ତ ହୋଇ ଥାଆନ୍ତି । ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ଏବଂ ସେହି ବ୍ୟକ୍ତି ଙ୍କ ହାତରେ ଯଦି ଏହି M ଚିହ୍ନ ଦେଖା ଦେଇଥାଏ ତେବେ ଆପଣ ତାଙ୍କୁ କେବେବି ମିଛ କହି ପାରିବେ ନାହିଁ । କାରଣ ସେମାନେ ଯେ କୌଣସି ମିଛ କୁ ସହଜରେ ଧରି ନେଇ ପାରିଥାନ୍ତି ।

ଏମାନଙ୍କ ର ସମସ୍ତ ଇନ୍ଦ୍ରିୟ ଗୁଡିକ ବହୁତ ପ୍ରଖର ହୋଇଥାଏ । ଏମାନେ ମନ ର କଥା କୁ ସହଜରେ ଧରି ନେଇ ଥାଆନ୍ତି । ଯଦି ସ୍ୱାମୀ କିମ୍ବା ସ୍ତ୍ରୀ ଦୁଇ ଜଣଙ୍କ ହାତରେ ଏହି ଚିହ୍ନ ଥାଏ ତେବେ ସେମାନେ ଉଚ୍ଚ କୋଟି ର ଜୀବନ ସାଥୀ ସାବ୍ୟସ୍ତ ହୋଇଥାନ୍ତି । ଦୁଇ ଜଣଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ଯଦି ଆପଣଙ୍କ ହାତରେ ବି ଏହି M ଚିହ୍ନ ରହିଛି ତେବେ ଆପଣ ବହୁତ ଭାଗ୍ୟଶାଳୀ ।

ଏଭଳି ବ୍ୟକ୍ତି ଜୀବନରେ ଆସୁଥିବା କୌଣସି ବି ସମସ୍ୟା କୁ ଅତି ସହଜରେ ସମାଧାନ କରି ପାରି ଥାଆନ୍ତି । ଏମାନେ ବହୁତ ସାହସୀ ମଧ୍ୟ ହୋଇ ଥାଆନ୍ତି । ପୌରାଣିକ ଅନୁସାରେ ଏଭଳି ବ୍ୟକ୍ତିଙ୍କୁ ଭଗବାନ ଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେ ପ୍ରାୟ ସମସ୍ତ କ୍ଷେତ୍ରରେ ସଫଳ ହୋଇଥାନ୍ତି । ଏହି ବ୍ୟକ୍ତି ମାନେ ଭଗବାନ ଙ୍କ ଅତିପ୍ରିୟ ଅଟନ୍ତି । ଭଗବାନ ସେମାନଙ୍କ ପ୍ରାର୍ଥନା ବହୁତ ଶୀଘ୍ର ହିଁ ଶୁଣିଥାନ୍ତି ।

ଏହି ବ୍ୟକ୍ତି ମାନେ ଯାହା ସହ ବି ମିତ୍ରତା ରଖିଥାନ୍ତି ତାଙ୍କର ମଧ୍ୟ ଭାଗ୍ୟ ଚମକି ଉଠି ଥାଏ । ସବୁଠାରୁ ମୁଖ୍ୟ କଥାଟି ହେଉଛି ଯଦି ଏହି M ଚିହ୍ନ ଟି ଆପଣ ଙ୍କ ଡାହାଣ ହାତରେ ନ ରହି ବାମ ହାତରେ ରୁହେ ତେବେ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହି ବ୍ୟକ୍ତି ମାନେ ନିଜ ଜୀବନ ରେ ସମସ୍ତ ପ୍ରକାର ସୁଖ ଏବଂ ଐଶ୍ଚର୍ଯ୍ୟ ଭୋଗ କରିଥାନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *