ହାତ ଧରାଧରି ହୋଇ ସ୍ଵାମୀ ସ୍ତ୍ରୀ ନେଇଗଲେ… ଏମିତି ନିଷ୍ପତ୍ତି, ତାପରେ ପରିବାରରେ…

ଜଣା ପଡିଗଲା କାହିଁକି  ବିଦ୍ୟୁତ ତାର ଧରି ମରିଗଲେ ସ୍ଵାମୀ-ସ୍ତ୍ରୀ ! ସୂଚନା ମୁତାବିକ ସ୍ଵାମୀ ଓ ସ୍ତ୍ରୀ ଉଭୟ ବିଦ୍ୟୁତ ତାର ଧରି ମରିଯାଇଥିବା ଏବେ ଚର୍ଚା ହେଉଛି । ହଁ ଆଜ୍ଞା ସ୍ଵାମୀ ଓ ସ୍ତ୍ରୀ ଉଭୟ ହାତ ଧରାଧରି ହୋଇ ଆରପାରିକୁ ଚାଲିଯାଇଛନ୍ତି । ଯାହାକୁ ନେଇ ସବୁଆଡେ ଏବେ ଶୋକର ଛାୟା ଖେଳିଯାଇଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ସେହି ଗ୍ରାମର ସ୍ଵାମୀ ଓ ସ୍ତ୍ରୀ ଏଭଳି ହଟାତ ମୃତ୍ୟୁ ବରଣ କରିଛନ୍ତି ।

ତେବେ ଏହା ଆତ୍ମହତ୍ୟା ନା ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ତାହା କିଛି ସ୍ପଷ୍ଠ ହୋଇନାହିଁ । ମୃତ ଯୁବକଙ୍କ ନାମ ହେଉଛି ମନୋଜ ମହାକୁଡ ଓ ତାଙ୍କ ପତ୍ନୀ ହେଉଛନ୍ତି ସସ୍ମିତା ମହାକୁଡ। ଉଭୟଙ୍କର ଗତ ବର୍ଷେ ତଳେ ପ୍ରେମ ବିବାହ ହୋଇଥିଲା । ତାଙ୍କର ଏବେ କୌଣସି ସନ୍ତାନ ହୋଇନଥିଲେ । ମନୋଜ ରେଲୱେରେ ଚାକିରୀ କରିଛନ୍ତି । ନିକଟରେ ମନୋଜ ତାଙ୍କ ଘରକୁ ଆସିଥିଲେ । ହେଲେ ଘରକୁ ଆସିବର ଦିନ ଗୋଟିଏ ହୋଇନାହିଁ । ଉଭୟ ସ୍ଵାମୀ ଓ ସ୍ତ୍ରୀ ଙ୍କର ଜୀବନ ଚାଲିଯାଇଥିଲା ।

ତେବେ ମୃତ ସସ୍ମିତାଙ୍କ ଭିଣୋଇଙ୍କ କହିବା ଅନୁଯାଇ ବିବାହ ପର ଠାରୁ ସସ୍ମିତା ନିଜ ସ୍ଵାମୀଙ୍କ ପାଖରେ ଝାରସୁଗୁଡାରେ ରହୁଥିଲେ । ଗତ 4 ମାସ ହେବ ସେ ଶାଶୁଘରେ ଆସି ରହିଥିଲେ । ମନୋଜଙ୍କ ଘରେ ବହୁତ ପାରିବାରିକ ଝାମେଲା ରହିଥିଲା । ଏହି ବିଷୟରେ ସସ୍ମିତା ବେଳେବେଳେ ଫୋନ କରିକି ଆମ ସହ କଥା ହୁଏ । ଏପରିକି ଶାଶୁ ଘରେ ସସ୍ମିତାଙ୍କୁ ପରିବାର ଲୋକେ ମାନସିକ ନିର୍ଯାତନା ଦେଉଥିବା କଥା ମଧ୍ୟ ସସ୍ମିତାଙ୍କ ଭିଣୋଇ କହିଛନ୍ତି ।

ତେବେ ମନୋଜଙ୍କ ବଡ ଭାଇଙ୍କ କହିବା ଅନୁସାରେ ସକାଳୁ ବିଳମ୍ବ ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ଘରେ ଭିତରେ ଶୋଇ ରହିଥିବାରୁ ଘର ଲୋକେ ତାଙ୍କୁ ଡ଼ାକିଥିଲେ । ହେଲେ ସେ କିଛି ଜବାବ ନଦେବାରୁ ସେ ଘର କବାଟ ତାଡି ଦେଖିବା ବେଳକୁ ଏଭଳି ଘଟଣା ତାଙ୍କ ନଜର ଆସିଥିଲା । ଯେ ମନୋଜ ଓ ସସ୍ମିତା ଉଭୟଙ୍କ ଦେହରେ ବିଦ୍ୟୁତ ତାର ଘେରି ହୋଇ ରହିବା ସହ ଉଭୟଙ୍କର ପ୍ରାଣବାୟୁ ଚାଲିଯାଇଛି । ତେବେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *