ଆଉ କେତେ ସମ୍ଭାଳି ଥାନ୍ତି ମୁଁ ବହୁତ ସମ୍ଭାଳିଲି ମୋତେ ବହୁତ କଷ୍ଟ ହେଲା । ପେଟ ହାତ ଦିନକୁ ଦିନ ସବୁ ଫୁଲିବାକୁ ଲାଗିଲା ମୋ ଚୁଟିକୁ ବି କାଟି ଦିଆ ଗଲା । ମୋତେ ଏତେ କଷ୍ଟ ହେଲା ଯେ ମୋତେ ଦିନ ରାତି କାଟିବା ମୋ ପାଇଁ ଅସମ୍ଭବ ହେଇ ଗଲା । ଭଗବାନ ମତେ ବହୁତ ସୁଖ ଦେଲେ ହେଲେ ଶେଷ ସମୟରେ ଏତେ କଷ୍ଟ ଦେଲେ ଯେ ମୁଁ ସମ୍ଭାଳି ପାରିଲିନି । ପେଟର ଯନ୍ତ୍ରଣା ମୋ ପାଇଁ ଅସହାୟ ହୋଇ ପଡିଲା ଖାଇବା ପିଇବା ମୋର ସବୁ ବନ୍ଦ ହେଇ ଗଲା ।
ଲିଭର ଲାଗି ଥିଲେ ଅବଶ୍ୟ ମୁଁ ବଞ୍ଚି ଯାଇଥାନ୍ତି ହେଲେ ମୋ ଦେହରେ ଲିଭର ଟିଏ ଲାଗି ପାରିଲାନି । ଟଙ୍କା ଯୋଗାଡ ହେଲା ଓଡିଶାବାସୀ ମତେ ଅର୍ଥ ସହଯୋଗ କଲେ । ହେଲେ ଅର୍ଥ ତ ଯୋଗାଡ ହେଲା କିନ୍ତୁ ଶେଷରେ ଲିଭର ମ୍ୟାଚ୍ ହେଉନି ବୋଲି କହିଲେ ଡାକ୍ତର ।
ହଁ ଦର୍ଶକ ବନ୍ଧୁ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଯିଏ ବଡ ପରଦାରେ ଦର୍ଶକଙ୍କୁ ହସାନ୍ତି ଏବଂ କନ୍ଦାନ୍ତି ମଧ୍ୟ । ହେଲେ ତାଙ୍କର ଶେଷ କିଛି ବର୍ଷ ବହୁତ କଷ୍ଟରେ କଷ୍ଟରେ କଟିଛି । ଶେଷ କିଛି ବର୍ଷ ପୁରା ଅଭିନୟକୁ ଭୁଲି ଯାଇଥିଲେ ପିଣ୍ଟୁ ନନ୍ଦ । ଏତେ ଅସହାୟ ଯନ୍ତ୍ରଣା ତାଙ୍କ ଅଭିନୟକୁ ଭୁଲିବା ପାଇଁ ତାଙ୍କୁ ବାଧ୍ୟ କରିଥିଲା । ତେବେ ଆଜି ସେହି ସବୁ କଷ୍ଟ ଏବଂ ଯନ୍ତ୍ରଣାର ଅନ୍ତ ଘଟିଛି ।
କାରଣ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି ପିଣ୍ଟୁ । ତେବେ ସେ ଲିଭର ଶିରୋସିସ ରୋଗରେ ଆକ୍ରାନ୍ତ ଥିଲେ ତାଙ୍କର ଲିଭରଟି ପୁରା ଖରାପ ହୋଇ ଯାଇଥିଲା । ପ୍ରଥମେ ୮୦ ପ୍ରତିଶତ ଖରାପ ହେଇଥିଲା ହେଲେ ଡାକ୍ତର ଖାନାରେ ଚିକିତ୍ସା ହେବା ବେଳେ ତାଙ୍କର ପୁରା ଲିଭର ଖରାପ ହେଇ ଗଲା । ତେବେ ଲିଭରଟି ମିଳି ଯାଇଥିଲେ ବୋଧ ହୁଏ ବଞ୍ଚି ଯାଇଥାନ୍ତେ ପିଣ୍ଟୁ ନନ୍ଦ ।
ହେଲେ ସେ ଆଶା ସବୁ ପୂରଣ ହେଲା ନାହିଁ । ଦର୍ଶକ ବନ୍ଧୁ ଗତ କାଲି ରାତି 11 ଟା 25 ମିନିଟରେ ପିଣ୍ଟୁ ଏ ଦୁନିଆ ଛାଡି ଆରପାରିକୁ ଚାଲି ଗଲେ । ସେ ଯିବା ପରେ ସାରା ଓଡିଶାରେ ଏବେ ଶୋକର ଛାୟା ଖେଳି ଯାଇଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।