ହାର ନ ମାନି ନବୀନ ଦେଖାଇଲେ ନୂଆ ରୂପ I ବିଧାନସଭାରେ ହୋଇପାରନ୍ତି ବିରୋଧୀ ଦଳ ନେତା ! Naveen Patnaik

ହାର ନମାନି ନବୀନ ଦେଖେଇଲେ ନୂଆ ରୂପ ? ଓଡିଶାରେ ଏବେ ବିଜେଡି ଗଡ ଭାଙ୍ଗିଯାଇଛି ସତ । ହେଲେ ହାର ମାନିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଏବେ ସରକାରରେ ନାହିଁ । ହେଲେ ଲୋକଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲ ପାଇବା କିନ୍ତୁ କମିନାହିଁ । ଆଗରୁ ଲୋକ ନବୀନ ବାବୁଙ୍କୁ ଯେମିତି ଭଲ ପାଉଥିଲେ । ଆଜି ବି ଠିକ ସେମିତି ତାଙ୍କୁ ଭଲ ପାଇ ଆସୁଛନ୍ତି । ନବୀନ ପଟ୍ଟନାୟକ ମଧ୍ୟ ଓଡିଶାର ଉନ୍ନତି କରିବାରେ ସବୁବେଳେ ଲାଗି ରହିଥାନ୍ତି ।

ଚାଷୀ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉନ୍ନତି ପାଇଁ ସବୁ ସମୟରେ କିଛି ନା କିଛି ଭଲ ଭଲ ଯୋଜନା ବାହାର କରି ତାହାକୁ କାର୍ଯ୍ୟକାରୀ କରାଇଥାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛନ୍ତି । ଏହାରି ଭିତରେ ପରାଜୟ ପରେ ବି ହାର ମାନି ଚୁପ ହୋଇ ବସିନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା 19 ତାରିଖରେ ବିଜେଡି ବିଧୟକ ଦଳର ବୈଠକ ବସିବାକୁ ଯାଉଛି । ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଏହି ବୈଠକଟି ବସିବାକୁ ଯାଉଛି । ସେହି ସମୟରେ ବୈଠକରେ ଚୟନ କରାଯିବ । ଯେ କିଏ ବିରୋଦ୍ଧି ଦଳର ନେତା ହେବାକୁ ଯାଉଛନ୍ତି । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତ ବିଧାୟକ ମାନଙ୍କୁ ଡାକିଛନ୍ତି । ଏହି ବୈଠକରେ ବିଧାନସଭାରେ କିଏ ବିରୋଦ୍ଧି ଦଳର ନେତା ହେବେ ? ତାହାକୁ ନେଇ ଆଲୋଚନା କରାଯିବ ।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ବିରୋଦ୍ଧି ଦଳର ଆସନରେ ବସିବେ କି ନାହିଁ ତାହା ମଧ୍ୟ ଜଣାଯିବ । ନବୀନ ପଟ୍ଟନାୟକଙ୍କ ବଦଳରେ ଅନ୍ୟ କେଉଁ ନେତା ବିରୋଦ୍ଧି ଆସନରେ ବସିବେ ତାହା ଆସନ୍ତା 19 ତାରିଖରେ ହେବାକୁ ଥିବା ବୈଠକରେ ଜଣାଯିବ । ତେବେ ପୂର୍ବତକ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଏହି ବିଜୁ ଜନତା ଦଳ ବୈଠକଟି ବସିବାକୁ ଯାଉଛି ।

ତେବେ ଏହି ଖବର ଉପରେ ଏବେ ସମସ୍ତଙ୍କର ନଜର ରହିଛି । 19 ତାରିଖ ଅପରାହ୍ନରେ ହିଁ ବିରୋଦ୍ଧି ଆସନରେ କିଏ ବସିବାକୁ ଯାଉଛନ୍ତି ଜଣାଯିବ । ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *