ବନ୍ଧୁଗଣ ଆମେ ମାନେ ସମସ୍ତେ ପ୍ରଭୁ ହନୁମାନଙ୍କର ପୂଜା ଅର୍ଚ୍ଚନା କରିଥାଉ । ସାଧାରଣତଃ ଲୋକ ମାନେ ନିଜ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଓ ମନକୁ ଶାନ୍ତି ଦେବା ପାଇଁ ପୂଜା ଅର୍ଚ୍ଚନା କରିଥାନ୍ତି । ହେଲେ ବନ୍ଧୁଗଣ ଯଦି ଆପଣ ହନୁମାନଙ୍କୁ ପୂଜା କରୁଛନ୍ତି ତା ହେଲେ ଆପଣଙ୍କ ପୂଜା ସେତେବେଳ ଯାଏଁ ସଫଳ ହେବ ନାହିଁ ଯେତେବେଳ ଯାଏଁ ହନୁମାନଙ୍କର ଗୁଣ ଆପଣଙ୍କ ଶରୀରରେ ନଆସିବ । ଯେତେବେଳ ଯାଏଁ ହନୁମାନଙ୍କ ଗୁଣ ଆମ କର୍ମରେ ପ୍ରତିଫଳିତ ନହୋଇଛି ସେତେବେଳ ଯାଏଁ ପୂଜା ସଫଳ ହେବ ନାହିଁ ।
ଆଜି ଆମେ ଆପଣ ମାନଙ୍କୁ ହନୁମାନଙ୍କର 4ଟି ଗୁଣ ବିଷୟରେ କହିବାକୁ ଯାଉଛୁ ଯାହାକୁ ମାନି ଚାଲିଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଯେତେବେଳେ ହନୁମାନ ମାତା ସୀତାଙ୍କୁ ଖୋଜିବା ପାଇଁ ସାତ ସମୁଦ୍ର ପାର କରିଥିଲେ । ସେ ଭଗବାନ ବୋଲି ନୁହେଁ ସାତ ସମୁଦ୍ର ପାର କରିଲେ ସେ ନିଜ ଅନନ୍ତ ଶକ୍ତି ବିଷୟରେ ଜାଣି ଥିଲେ । ତେଣୁ ବନ୍ଧୁଗଣ ଏହି ଯୁବ ସମାଜ ନିଜ ଅନନ୍ତ ଶକ୍ତିକୁ ଜାଣିବା ନିହାତି ଆବଶ୍ୟକ ଓ ନିଜ ଅନନ୍ତ ଶକ୍ତି ଉପରେ ବିଶ୍ଵାସ କରିବା ଉଚିତ ।
୨. ଜୀବନରେ କେବେବି ଅହଙ୍କାରୀ ହେବା ଉଚିତ ନୁହେଁ । ଆପଣ ମାନେ ସମସ୍ତେ ଜାଣିଛନ୍ତି ହନୁମାନ ଅସିମ ଶକ୍ତିର ମାଲିକ ହେଲେ ସେ କେବେ ଅହଂକାର କରି ନଥିଲେ । ସେ ହେଉଛି ପ୍ରକୃତ ମଣିଷ ଯାହା ପାଖରେ ବହୁତ ଶକ୍ତି ଓ ସଫଳତା ଥାଇ ମଧ୍ୟ ଅହଂକାର କରି ନଥାଏ । ସବୁବେଳେ ସେ ନମ୍ର ହୋଇ ରହିଥାଏ ।
୩. ସମୁଦ୍ର ପାର କରିବା ସମୟରେ ହନୁମାନ ଏକ ରାକ୍ଷାସୀକୁ ସାମ୍ନା କରିଥିଲେ ସେହି ରାକ୍ଷାସୀ ହନୁମାନଙ୍କୁ ଭୋଜନ ରୂପେ ଗ୍ରହଣ କରିବ ବୋଲି କହିଥିଲା । ହନୁମାନ ଯେତେ ବଡ ହୋଇଗଲେ ରାକ୍ଷାସୀ ନିଜ ପାଟିକୁ ସେତେ ଅଧିକ ବଡ କରିଗଲା ଶେଷରେ ହନୁମାନ ଛୋଟ ହୋଇଗଲେ । ବନ୍ଧୁଗଣ ଏଥିରୁ ଶିଖିବା ଉଚିତ ଯେ, ଖରାପ ସମୟରେ ବଳର ନୁହେଁ ବୁଦ୍ଧିର ପ୍ରୟୋଗ କରିବା ଉଚିତ । ଯେତେବେଳେ ହନୁମାନ ଦେଖିଲେ ସେ ତାଙ୍କ ଶକ୍ତିର ପ୍ରୟୋଗ କରି କିଛି ଲାଭ ହେବ ନାହିଁ ସେତେବେଳେ ସେ ବୁଦ୍ଧିର ପ୍ରୟୋଗ କରିଥିଲେ ।
୪. ବନ୍ଧୁଗଣ ହନୁମାନଙ୍କ ଭଳି ଆପଣ ମାନେ ସମର୍ପଣର ଭାବ ରଖି କର୍ମ କରିବା ଉଚିତ । ସେ ଏମିତି ଭକ୍ତ ଥିଲେ ଏତେ ଶକ୍ତି ଥାଇ ମଧ୍ୟ ସେ ତାଙ୍କ ଇଶ୍ଵରଙ୍କ ପ୍ରତି ସବୁ କିଛି ସମର୍ପଣ କରିଦେଉଥିଲେ । ଯଦି ଆପଣ ନିଜ ଜୀବନରେ ସଫଳତା ହାସଲ କରିବାକୁ ଚାହୁଁ ଛନ୍ତି ତା ହେଲେ ଆପଣଙ୍କୁ ସମର୍ପଣ କରିବା ନିହାତି ଆବଶ୍ୟକ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।