Sumit ଓ Tapaswini ଙ୍କ ଭାଇରାଲ ଭିଡିଓ କୁ ନେଇ ମୁହଁ ଖୋଲିଲେ Tapaswini, କହିଲେ ‘ହଁ, ମୁଁ ସୁମିତଙ୍କୁ 8 ଲକ୍ଷ ଟଙ୍କା ମାଗିଥିଲି, କିନ୍ତୁ ସେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ତପସ୍ୱିନୀ-ସୁମିତ ବିବାଦରେ ଆଉ ଏକ ମୋଡ଼ । ସୁମିତଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ତପସ୍ୱିନୀ ଆଠ ଲକ୍ଷ ଟଙ୍କା ମାଗୁଥିବା ଦାବି କରାଯାଇଛି । ଏହି ଭିଡିଓ କେବେ ସୁଟ୍ ହୋଇଛି, ସେ ନେଇ ସ୍ପଷ୍ଟ ତଥ୍ୟ ନଥିବା ବେଳେ ଉଭୟଙ୍କ ମଧ୍ୟରେ ବେଶ୍ କିଛି ସମୟ ପାଇଁ କଥା କଟାକଟି ହୋଇଛି । ଭିଡିଓଟିକୁ ସୁମିତ ନିଜେ ସୁଟ୍ କରିଥିବା ବେଳେ ତପସ୍ୱିନୀଙ୍କୁ ମୁହାଁମୁହିଁ କରାଇବାକୁ ଚେଷ୍ଟା କରିଛନ୍ତି ।

ଯେଉଁଥିରେ ଊତ୍ୟକ୍ତ ହୋଇ ତପସ୍ୱିନୀ କହୁଛନ୍ତି ଆଗ ୮ ଲକ୍ଷ ଟଂକା ଦେଇଦିଅ ପରେ ଛାଡ଼ପତ୍ର କଥା। ତେବେ ଏବେ ଏନେଇ ଯେତେବେଳେ ତପସ୍ୱିନୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା ସେ କହିଥିଲେ ଯେ ଏହି ଭିଡିଓ ବର୍ତ୍ତମାନ ର ନୁହେଁ ବର୍ଷକ ତଳର ଏବଂ ଏହା ଆସ୍କା ର ଭିଡିଓ ନୁହେଁ ଏବଂ ଏହି ଯେଉଁ ଗାଡି ନମ୍ବର ବି ଦେଖାଉଛନ୍ତି ତାହା ମୋ ବାପାଙ୍କ ନାମ ରେ ଅଛି ।

ଆମେ ଆସ୍କା ରେ ଥିବା ବେଳେ କୌଣସି ତୃତୀୟ ଲୋକଙ୍କ ସହ କଥା ହେବାର ଅନୁମତି ନଥିଲା ତେବେ ଏତେ ପୋଲିସ ପ୍ରଶାସନ ଥାଇ ମୁଁ କିପରି ଭାବରେ ମୋ ପରିବାର ଲୋକଙ୍କ ସହ କଥା ହୋଇଗଲି। ତେବେ ୮ ଲକ୍ଷ ଟଙ୍କା ସୁମିତଙ୍କ ପରିବାର ବାହାଘର ସମୟରେ ନେଇଥିଲେ। ଗାଈ ବିକି ଏହି ଟଙ୍କା ସୁମିତଙ୍କ ପରିବାରକୁ ଦିଆଯାଇଥିବା ସେ ପାଲଟା ଅଭିଯୋଗ କରିଛନ୍ତି। କୌଣସି ପରିସ୍ଥିତିରେ ସେ ଛାଡ଼ପତ୍ର ନେବେ ନାହିଁ ବୋଲି କହିଛନ୍ତି।

ସେପଟେ ସୁମିତଙ୍କ ଘର ଆଗରେ ଆଜିଠାରୁ ରୋଷେଇ ଆରମ୍ଭ କରିଛନ୍ତି ତପସ୍ୱିନୀ । ସ୍ୱାମୀ ସୁମିତ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ତପସ୍ୱିନୀଙ୍କୁ ଭଡାଘରେ ରଖିବା ସହ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରିବାକୁ କୋର୍ଟ କହିଥିଲେ ବି କୌଣସି ବ୍ୟବସ୍ଥା କରିନାହାଁନ୍ତି ସୁମିତ । ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ଛୁଟିରେ ଅଛନ୍ତି ।

ଆସନ୍ତାକାଲି କୋର୍ଟରେ ମାମଲାର ଶୁଣାଣି ହେବାର ଅଛି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *