ନିଜ ବାହାଘର ପୂର୍ବରୁ ହଳଦୀରେ ପୁରା ପରୀ ଭଳି ଦିଶୁଛନ୍ତି Sradha, Sandeep and Sradha

ହଳଦୀ ସେରିମୋନିରେ ପରୀ ଭଳି ଦିଶୁଛନ୍ତି ଶ୍ରଦ୍ଧା ! ହଁ ଆଜ୍ଞା ଶ୍ରଦ୍ଧା ପାଣିଗ୍ରାହୀ ଯାହାଙ୍କୁ ଆପଣ ତାଙ୍କ ଅଭିନୟ ପାଇଁ ଖୁବ ସାରା ଭଲ ପାଇବା ଦେଇ ଆସିଛନ୍ତି । ତେବେ ସେହି ଓଡିଆ ଅଭିନେତ୍ରୀ ଶ୍ରଦ୍ଧାଙ୍କର ନିକଟରେ ବିବାହ ହୋଇଛି । ତେବେ ବିବାହ ପୂର୍ବରୁ ହଳଦୀ ଶ୍ରଦ୍ଧାଙ୍କର ହଳଦୀ ମଧ୍ୟ ହୋଇଥିଲା । ଯେଉଁ ହଳଦୀ ପ୍ରୋଗ୍ରାମରେ ଅଭିନେତ୍ରୀ ଶ୍ରଦ୍ଧା ଏକ ସୁନ୍ଦର ପରୀଟେ ଭଳି ନଜର ଆସିଛନ୍ତି । ଶ୍ରଦ୍ଧା ଯେତିକି ସୁନ୍ଦର ସେ ହଳଦୀ ରଙ୍ଗର ଶାଢୀ ଓ ସଜବାଜ ହୋଇ ଆହୁରି ଅଧିକ ସୁନ୍ଦର ହୋଇଯାଇଛନ୍ତି ।

ତେବେ କଥାରେ ଅଛି, ଯାହା ଦେହରେ ବାଡୁଅ ପାଣି ପଡେ । ସେ ଆଗ ଅପେକ୍ଷା ଆହୁରି ମଧ୍ୟ ଅଧିକ ସୁନ୍ଦର ହୋଇଯାଏ । ଠିକ ସେହିପରି ଶ୍ରଦ୍ଧା ମଧ୍ୟ ବାଡୁଅ ପାଣିରେ ଗାଧେଇ ଖୁବ ସୁନ୍ଦର ହୋଇଯାଇଛନ୍ତି । ତାପରେ କନ୍ୟା ବେଶରେ ସଜେଇ ହୋଇ ବିବାହ କରିଛନ୍ତି । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଅଭିନେତ୍ରୀ ଶ୍ରଦ୍ଧା କଣ୍ଠଶିଳ୍ପୀ ସନ୍ଦୀପଙ୍କୁ ବିବାହ କରିଛନ୍ତି । ନିକଟରେ ଉଭୟ ଶ୍ରଦ୍ଧା ଓ ସନ୍ଦୀପ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।

ଉଭୟ ମଧ୍ୟ ପ୍ରେମ କରି ବିବାହ କରିଛନ୍ତି । ଯେଉଁ ବାହାଘରରେ ଉଭୟ ଶ୍ରଦ୍ଧା ଓ ସନ୍ଦୀପଙ୍କ ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗସାଥି ଓ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ସାମିଲ ହୋଇଛନ୍ତି । ସମସ୍ତେ ମିଶି ଶ୍ରଦ୍ଧା ଓ ସନ୍ଦୀପଙ୍କ ବାହାଘରରେ ଖୁବ ଖୁସି ମନାଇଛନ୍ତି । ଏଥିସହ ଉଭୟଙ୍କର ସୁଖ ବୈବାହିକ ଜୀବନ ପାଇଁ ଆଶ୍ରୀବାଦ ମଧ୍ୟ ଦେଇଛନ୍ତି । ତେବେ ଏଠାରେ କହିବୁ, ଯେ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଓଡିଆ ସିରିଏଲ, ମ୍ୟୁଜିକ ଭିଡିଓ ଓ କିଛି ଫିଲ୍ମରେ ମଧ୍ୟ ଆଭିନୟ କରି ଅନେକ ସାରା ଦର୍ଶକଙ୍କର ଭଲ ପାଇବା ପାଇ ପାରିଛନ୍ତି ।

ତେବେ ଶ୍ରଦ୍ଧାଙ୍କ ସ୍ଵାମୀ ଅର୍ଥାତ ସନ୍ଦୀପ ମଧ୍ୟ ଅନେକ ଗୁଡିଏ ଓଡିଆ ଗୀତରେ ନିଜର କଣ୍ଠଦାନ କରି ଲୋକଙ୍କର ଲୋକପ୍ରିୟତା ପାଇପାରିଛନ୍ତି । ତେବେ ଶ୍ରଦ୍ଧା ଓ ସନ୍ଦୀପଙ୍କର ବୈବାହିକ ଜୀବନ ମଧୁରମୟ ହେବା ସହ ଉଭୟଙ୍କ ମୁହଁରେ ଏହିପରି ଭାବେ ଭଗବାନଙ୍କ ଆଶ୍ରୀବାଦରୁ ହସ ରହିଥାଉ । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *