ଆପଣ ସମସ୍ତେ ଓଲିଉଡ ଜଗତର ପ୍ରସିଦ୍ଧ କମେଡିୟାନ ଗୁଡୁଙ୍କୁ ଭଲ ଭାବରେ ଜାଣିଥିବେ । ସେ ବହୁତ ଓଡିଆ ଫିଲ୍ମରେ କେମଡିୟାନ ଭୂମିକାରେ ଅଭିନୟ କରି ଦର୍ଶକମାନଙ୍କୁ ମନୋରଞ୍ଜନ କରିଛନ୍ତି । କହିଦେଉଛୁ କି କିଛି ଦିନ ତଳେ ହିଁ ଗୁଡୁ ପ୍ରିୟଙ୍କା ନାମକ ଜଣେ ଝିଅକୁ ପ୍ରେମ ବିବାହ କରିଛନ୍ତି । ଆଜି ପ୍ରେମ ଦିବସ ଉପଲକ୍ଷେ ଗୁଡୁ ଏକ ସାକ୍ଷାତ୍କାରରେ ନିଜର ପ୍ରେମ କାହାଣୀ ବିଷୟରେ ଗଣ ମାଧ୍ୟମକୁ କହିଛନ୍ତି ।
ଗୁଡୁ କହିଲେ କି ତାଙ୍କର ଭଲ ପାଇବା ଇଂସ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା । ପ୍ରଥମେ ଆମେ ଦୁଇ ଜଣ ସାଙ୍ଗ ହିସାବରେ କଥାବାର୍ତ୍ତା ହେଉଥିଲୁ । କିଛି ଦିନ ପରେ ମୁଁ ତାଙ୍କୁ ବ୍ଲକ କରିଦେଲି । କିନ୍ତୁ ପ୍ରିୟଙ୍କା ମୋ ସହ କଥାବାର୍ତ୍ତା ହେବା ପାଇଁ ଇଚ୍ଛା କରିଲେ ତେବେ ମୁଁ ତାଙ୍କୁ ଅନବ୍ଲକ କରି ତାଙ୍କ ସହ ପୁଣି ଥରେ କଥାବାର୍ତ୍ତା କରିଲି । ୪୬ ଦିନ କଥାବାର୍ତ୍ତା ଓ ଭଲ ପାଇବା ପରେ ୪୭ ଦିନ ବେଳକୁ ମୁଁ ତାକୁ ଉଠେଇ ନେଇ ଆସିଲି ।
ଗୁଡୁ ଆଗକୁ କହିଲେ କି ବରଗଡରୁ ଶୁଟିଙ୍ଗ ଶେଷ କରି ମୁଁ ଜୁଲାଇ ୨୩ ତାରିଖ ଦିନ ଘରକୁ ଫେରିଲି । ସେହି ଦିନ ରାତିରେ ପ୍ରିୟଙ୍କା ଘରେ କିଛି ବିବାଦ ହୋଇଥିଲା । ଯାହା ବିଷୟରେ ଜାଣିବା ପରେ ୨୪ ତାରିଖ ଦିନ ମୁଁ ତାକୁ ଫୋନ କରିଲି ମୋ ସହିତ ଆସିବା ପାଇଁ କହିଲି ଓ ସେ ବି ରାଜି ହୋଇଗଲା ।
ଏହା ବିଷୟରେ ମୁଁ ମୋର ବାପା ମା ଙ୍କୁ ବି କିଛି କହି ନ ଥିଲି । ମୁଁ ମୋର ଦୁଇ ଭାଇକୁ ଫୋନ କରି ତାଙ୍କୁ ରେଡି ହେବା ପାଇଁ କହିଲି ଓ ସେମାନଙ୍କ ସହ ପ୍ରିୟଙ୍କାଙ୍କୁ ଆଣିବା ପାଇଁ ବାହାରିଗଲି । ମୁଁ ୩.୫୦ରେ ତାଙ୍କ ଘର ପାଖାପାଖି ପହଞ୍ଚି ଗଲି । ଏହା ପରେ ମୁଁ ତାଙ୍କ ଘର ସାମ୍ନାରେ ଗାଡିକୁ ରଖି ଦେଲି । ପ୍ରିୟଙ୍କା ସଙ୍ଗେ ସଙ୍ଗେ ଘରୁ ବାହାରି ଆସି ମୋ ଗାଡିରେ ବସିଗଲା ।
ଆମେ ସଙ୍ଗେ ସ୍ନାଗେ ଗାଡି ନେଇ ଚାଲି ଆସିଲୁ । ରାସ୍ତା ଆସିବା ସମୟରେ ମୁଁ ମୋ ଘର ଲୋକମାନଙ୍କୁ ଓ ସମ୍ପର୍କୀୟମାନଙ୍କୁ କହିଲି । ସେମାନେ ବି ଖୁସି ହୋଇଗଲେ ଓ ଘରକୁ ପହଞ୍ଚିବା ପରେ ଘର ଲୋକମାନେ ଆମ ଦୁଇ ଜଣଙ୍କୁ ସ୍ଵାଗତ କରିଲେ । ବହୁତ ସମସ୍ୟାର ସାମ୍ନା କରିବା ପରେ ଶେଷରେ ଆମେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେଲୁ ।