Odisha Police ରେ 144 ସ୍ନାତକଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ, କେବେ ଓ କିପରି କରିବେ ଆବେଦନ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପୋଲିସ ଚାକିରି ପାଇଁ ଆଶାୟୀ ଅଭ୍ୟାର୍ଥୀଙ୍କ ପାଇଁ ଖୁସି ଖବର । ଓଡ଼ିଶା ପୋଲିସ ପକ୍ଷରୁ ୧୪୪ଟି ଏସଆଇ ପଦ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେ କୌଣସି ବିଭାଗରେ ସ୍ନାତକ ହାସଲ କରିଥିବା ଛାତ୍ରଛାତ୍ରୀ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନର ବ୍ୟବସ୍ଥା ରଖାଯାଇଛି । ତେବେ ୧୪୪ ପଦବୀରୁ କୌଣସି ପଦବୀ ଓବିସି ବର୍ଗ ପାଇଁ ସଂରକ୍ଷିତ ରଖାଯାଇନାହିଁ ।

ପୁଲିସ ବିଭାଗରେ ୧୪୪ଜଣ ସ୍ନାତକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ବରିଷ୍ଠ ଆଇପିଏସ୍ ଅଧିକାରୀ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ସେ ନିଜ ଟୁଇଟରରେ ଲେଖିଛନ୍ତି, କମ୍ପ୍ୟୁଟର ଇଞ୍ଜିନିୟରିଂ, ଆଇଟି ଏବଂ ଆନୁସଙ୍ଗିକ ପୃଷ୍ଠଭୂମି ଥିବା ୧୪୪ ଜଣ ସ୍ନାତକଙ୍କୁ ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ଓଡ଼ିଶା ପୁଲିସ ଏହାର ବୈଷୟିକ ଶାଖାରେ ନିଯୁକ୍ତି ଦେବ ।

ତେବେ ସମୁଦାୟ ୧୪୪ ପଦବୀରୁ ୪୮ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହା ବ୍ୟତିତ କ୍ରୀଡାବିତ ଏବଂ ପୂର୍ବତନ ସାମରିକ କର୍ମଚାରୀଙ୍କ ପାଇଁ ୪ଟି ପଦ ସଂରକ୍ଷିତ ରହିଛି । ଅନୂସୂଚିତ ଜାତି ପାଇଁ ୨୪ଟି ପଦ ସଂରକ୍ଷିତ ରହିଥିବା ବେଳେ ଏଥିରୁ ୮ଟି ମହିଳାଙ୍କ ପାଇଁ ସଂରକ୍ଷିତ । ସେହିପରି ଅନୁସୂଚିତ ଜନଜାତି ପାଇଁ ୩୯ଟି ପଦବୀ ରହିଥିବା ବେଳେ ଏଥି ମଧ୍ୟରୁ ୧୩ଟି ମହିଳାଙ୍କ ପାଇଁ ସରକ୍ଷିତ ରହିଛି ।

ଅଣ ସଂରକ୍ଷିତ ବର୍ଗଙ୍କ ପାଇଁ ୮୧ ଆସନ ରହିଥିବା ବେଳେ ଏଥିରୁ ୨୭ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେବେ ଓବିସି ଓ ଏସଇବିସି ବର୍ଗ ପାଇଁ କୌଣସି ପଦ ସଂରକ୍ଷିତ ରଖାଯାଇନାହିଁ । ତେବେ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଡିସେମ୍ବର ୧୩ ତାରିଖ ଦିନ ୯ଟାରୁ ୨୦୨୨ ଜାନୁଆରି ୨ ତାରିଖ ମଧ୍ୟରାତ୍ରି ଭିତରେ ଆବେଦନ କରିବାକୁ ହେବ ।

କେବଳ ଅନଲାଇନ୍ ଆବେଦନଗୁଡ଼ିକ ଗ୍ରହଣ କରାଯିବ ବୋଲି ଓଡ଼ିଶା ଷ୍ଟେଟ୍ ପୁଲିସ ହାଉସିଂ ଆଣ୍ଡ ୱେଲଫେଆର କର୍ପୋରେସନର ସିଏମଡି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି । ତେବେ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଭାବରେ ଜଣାନ୍ତୁ ।  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *