ଓଡ଼ିଆ ଗୀତରେ Govinda ଙ୍କ ଷ୍ଟାଇଲରେ କମେଡିଆନ Gudu ଙ୍କ ସହ ନାଚିଲେ Bollywood ଅଭିନେତା Krushna Abhishek, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ଓଡିଆ ଅଭିନେତ୍ରୀ ତଥା ଅଭିନେତା ମାନଙ୍କୁ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ସେମାନଙ୍କ ଅଭିନୟ ଆପଣ ମାନଙ୍କୁ ମଧ୍ୟ ବେସ ଭଲ ଲାଗିବା ସହିତ ଆପଣ ମାନେ ସେମାନଙ୍କୁ ଅତ୍ୟଧିକ ପସନ୍ଦ ମଧ୍ୟ କରିଥାନ୍ତି । କେତେକ ଙ୍କ ଅଭିନୟ ଭଲ ଲାଗିଥାଏ ତ ଆଉ କେତେକ ଙ୍କ ନାଚ ତଥା ରୋମାନ୍ସ ସିନ ଦେଖିବାକୁ ଭଲ ଲାଗିଥାଏ । କିନ୍ତୁ ବଲିଉଡ ର ଅଭିନେତା ଆସି ଏଭଳି ଚ୍ୟାଞ୍ଚଲ୍ୟ ସୃଷ୍ଟି କରିଛନ୍ତି ଯେ ତାହାକୁ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆଜି ଆମ୍ଭେ କହିବାକୁ ଯାଉଅଛୁ ବଲିଉଡ ଅଭିନେତା କ୍ରୀଷ୍ଣା ଅଭିଶେକ ଙ୍କ ସମ୍ବନ୍ଧରେ କମେଡି ସୋ ତଥା ହିନ୍ଦୀ ଚଳଚିତ୍ର ରେ ଅଭିନୟ କରିଥିବା ତଥା ଅଭିନେତା କ୍ରୀଷ୍ଣା ବର୍ତ୍ତମାନ ପ୍ରଥମ ଥର ନିମନ୍ତେ ଓଡିଆ ଇଣ୍ଡଷ୍ଟ୍ରୀ ରେ ନିଜର କମାଲ ଦେଖାଇଛନ୍ତି । ନୂତନ ଓଡିଆ ଚଳଚିତ୍ର ମାମା Weds ପାପା ରେ କ୍ରୀଷ୍ଣା ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଆପଣ ମାନେ ସମସ୍ତେ ଜାଣିଥିବେ ଯେ କ୍ରୀଷ୍ଣା ହେଉଛନ୍ତି ପ୍ରସିଦ୍ଧ ଅଭିନେତା ଗୋବିନ୍ଦା ଙ୍କ ଭଣଜା ।

ତେବେ ଗୋବିନ୍ଦ ଙ୍କ ଭଣଜା ହୋଇଥିବାରୁ ଅଭିନେତା ଗୋବିନ୍ଦା ଙ୍କ ଝଲକ ତାଙ୍କ ଠାରେ ଦେଖିବାକୁ ମିଳିଛି । କ୍ରୀଷ୍ଣା କହିଛନ୍ତି ଯେ ସେ ପୂର୍ବ ରୁ ଓଡିଶା ଆସିଛନ୍ତି ଏବଂ ସେ ପୁରୀ ଜଗନ୍ନାଥ ମନ୍ଦିର ମଧ୍ୟ ଦର୍ଶନ କରିଛନ୍ତି । ଏବଂ ଓଡିଶା ର ଲୋକେ ମଧ୍ୟ ବହୁତ ଭଲ ଅଟନ୍ତି ବୋଲି କ୍ରୀଷ୍ଣା ଆନନ୍ଦ ପ୍ରକାଶ କରି କହିଛନ୍ତି ।

ସେ କହିଛନ୍ତି ଯେ ଓଡିଶା ରେ ବହୁତ କଳାକୃତି ଲୁଚି ରହିଛି ସେମାନଙ୍କୁ ଲୋକଙ୍କ ସାମ୍ନା କୁ ଆଣିବାକୁ ମୁଁ ପ୍ରୟାସ କରିବି । ମୁଁ ପିପିଲି ଗ୍ରାମ ମଧ୍ୟ ଯାଇଥିଲି ଏବଂ ସେଠାରେ ଚାନ୍ଦୁଆ କାମ ମଧ୍ୟ ଦେଖିଲି । ତାଙ୍କ ଠାରୁ ଅନେକ ଜିନିଷ ମଧ୍ୟ କିଣିଲି । ମତେ ଓଡିଶା ରେ ଆସି ଓଡିଆ ଚଳଚିତ୍ର କରିବାର ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି । କାରଣ ଓଡିଆ ଚଳଚିତ୍ର କରିବାରେ ବହୁତ ଖୁସି ଲାଗୁଅଛି ।

ପ୍ରଯୋଜକ ଏବଂ ନିର୍ଦେଶକ ଉଭୟ ବହୁତ ଭଲ ଅଟନ୍ତି । ସେମାନଙ୍କ ତଦାରଖରେ ମୁଁ ସମସ୍ତ ସିନ କୁ ବୁଝି ସେଇ ଅନୁସାରେ ନିଜର ଅଭିନୟ କରିବାକୁ ପ୍ରୟାସ କରୁଛି । ଏହି ଚଳଚିତ୍ରରେ ଏକ ଗୀତ ମାଧ୍ୟମରେ ମୋର ଏଣ୍ଟ୍ରି ହେଉଛି । ଏବଂ ଏହି ଗୀତଟିରେ ନାଚିବାକୁ ବହୁତ ଭଲ ଲାଗୁଛି ବୋଲି କହିଛନ୍ତି ଅଭିନେତା କ୍ରୀଷ୍ଣା ଅଭିଶେକ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *