ଗୋଟିଏ ପରିବାରର ୪ ସଦସ୍ୟ ପ୍ରଶାସନିକ ଅଧିକାରୀ… ନିଜ ଅକ୍ଲାନ୍ତ ପରିଶ୍ରମ ଯୋଗୁ ପାଇଛନ୍ତି ସଫଳତା !

ସାନ ଭାଇ, ଭଉଣୀଙ୍କ ସ୍ଵପ୍ନ ପୂରଣ ଲାଗି ଲାଗି ପଡିଥିଲେ ବଡ ଭାଇ ! ନିଜ ସ୍ଵପ୍ନ ସାକାର କରିବା ସହ ସାନ ଭାଇ ଓ ଭଉଣୀଙ୍କର ମଧ୍ୟ ସ୍ଵପ୍ନ କରିଲେ ସାକାର !  ଗୋଟିଏ ଘରର ୪ ଭାଇ, ଭଉଣୀ IAS ଓ IPS। ହଁ ବନ୍ଧୁଗଣ ଅନେକ ପିଲା ଭବିଷ୍ୟତରେ IAS କି IPS ଭଳି ବଡ ବଡ ପଦବୀର ଅଧିକାରୀ ହେବା ପାଇଁ ଇଛା ରଖିଥାନ୍ତି । ସେଥିପାଇଁ ଅକ୍ଲାନ୍ତ ପରିଶ୍ରମ କରିବ ସହ ପରୀକ୍ଷା ଚାକିରୀଟିଏ କରିବାକୁ ବହୁତ ସ୍ଵପ୍ନ ଦେଖିଥାନ୍ତି । ହେଲେ ସମସ୍ତେ କିନ୍ତୁ ଏହି ସ୍ଵପ୍ନକୁ ପୂରଣ କରିବାରେ ସଫଳ ହୋଇପାରିନଥାନ୍ତି ।

ଦେଇ ତେବେ ସୂଚନା ମୁତାବିକ ଗୋଟିଏ ପରିବାରର ସମସ୍ତେ ସରକାରୀ ଚାକିରୀ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି । ସେଥିମଧ୍ୟରୁ ଜଣେ ଝିଅ ias ହୋଇଥିବା ବେଳେ ଅନ୍ୟ ୩ ଭାଇ, ଭଉଣୀ ips ହୋଇଛନ୍ତି । ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲା ଲାଲଗଞ୍ଜା ମିଶ୍ର ପରିବାର କହିଲେ ସେହି ପରିବାରଙ୍କୁ ବହୁ ଲୋକ ଜାଣନ୍ତି । କାରଣ ସେହି ପରିବାରର ଜଣେ କି ୨ ଜଣ ନୁହେଁ, ବଂର ୪ ଜଣ ପ୍ରଶାସନିକ ଅଧିକାରୀ ହୋଇପାରିଛନ୍ତି ।

ବଡ ପୁଅ ଯୋଗେଶ ମିଶ୍ର ପ୍ରଥମେ ଜଣେ ସଫ୍ଟୱାର ଇଞ୍ଜିନିୟର ଥିଲେ । ଘରର ୨ ଝିଅ କ୍ଷମା ଓ ମାଧବୀ ପ୍ରଥମେ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରିନଥିଲେ । ପରେ ବଡ ଭାଇ ଯୋଗେଶ ନିଜର ଚାକିରୀ ଛାଡି UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ପ୍ରଥମ ଚେଷ୍ଟାରେ ହିଁ କୃତକାର୍ଯ୍ୟ ହୋଇପାରିଥିଲେ । ପରେ ନିଜ ୨ ଭଉଣୀଙ୍କୁ ମଧ୍ୟ ଏହି ପରୀକ୍ଷା ପାଇଁ ଯୋଗେଶ ଗାଇଡ କରିବା ସହ ତାଙ୍କ ଭଉଣୀଙ୍କର ସ୍ଵପ୍ନ ପୂରଣ କରିବା ପାଇଁ ତାଙ୍କ ସାଥିରେ ଲାଗି ପଡିଥିଲେ ପରେ ୨ ଭଉଣୀ ମଧ୍ୟ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

ଏହି ସବୁ ବଡ ଭାଇ ଓ ଭଉଣୀଙ୍କୁ ଦେଖି ସାନ ଭାଇ ଲୋକେଶ ମିଶ୍ର ମଧ୍ୟ ବହୁତ ଅନୁପ୍ରାଣୀତ ହୋଇଥିଲେ । ସେ ମଧ୍ୟ ନିଜକୁ ବଡ ଭାଇଙ୍କ ଆଦର୍ଶ କ୍ରମେ ପରୀକ୍ଷା ପାଇଁ ପ୍ରସ୍ତୁତ କରି ପରୀକ୍ଷାରେ କୃତ କାର୍ଯ୍ୟ ହୋଇଥିଲେ । ଯେଉଁଥି ପାଇଁ ସେହି ପରିବାର ବର୍ତ୍ତମାନ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *