ଗୋଟିଏ ଜାଗାରୁ ଫଁ-ଫଁ ଗର୍ଜନ କରି ବାହାରିଲେ 3 ଟି ଭୟଙ୍କର ନାଗ ସାପ (Venomous Cobra), ଏମିତି ଭୟଙ୍କର ଦୃଶ୍ୟ ଆଗରୁ କେବେ ବି ଦେଖି ନଥିବେ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମ ପରିବେଶରେ ଅନେକ ଜୀବଜନ୍ତୁ ମାନେ ବାସ କରିଥାନ୍ତି ଏବଂ ସେମାନଙ୍କ ପାଇଁ ଆମ ପରିବେଶ ସନ୍ତୁଳିତ ଅବସ୍ଥାରେ ରହିଥାଏ । କାରଣ ପଶୁ ପକ୍ଷୀ ମାନେ ମଧ୍ୟ ସୃଷ୍ଟିର ଏକ ରଚନା ଏବଂ ଆମ ପରିବେଶ ପାଇଁ ସେମାନଙ୍କର ମଧ୍ୟ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି । ଲୋକମାନେ ଅନେକ ଜୀବଜନ୍ତୁ ମାନଙ୍କୁ ପୋଷି କରି ରଖିଥାନ୍ତି କିନ୍ତୁ ସାପ ଏମିତି ଏକ ଜୀବ ଯାହାକୁ ଦେଖିଲେ ଲୋକମାନେ ହଠାତ୍ ଭୟଭୀତ ହୋଇଯାଆନ୍ତି ।

ସେଥିପାଇଁ ଜୀବହତୟଆ ନକରିବାକୁ କୁହାଯାଇଛି ଏହାକୁ ନମାନିଲେ କଠିନରୁ କଠିନ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି । ବିଶେଷ ଭାବରେ ସାପ ମାନେ ବହୁତ ଅପରିଷ୍କାର ବା ଘରକୁ ଲାଗିଥିବା ବୁଦା ରେ ଅଧିକ ମାତ୍ରାରେ ଦେଖାଯାଇଥାନ୍ତି । କେବେ କେବେ ଘରେ ମଧ୍ୟ ସାପ ମାନେ ପ୍ରବେଶ କରିଥାନ୍ତି ଯାହା ଲୋକମାନଙ୍କ ପାଇଁ ବହୁତ ଭୟଙ୍କର ହୋଇଥାଏ । ଆପଣଙ୍କ ଘରେ ଯଦି ଏମିତି ସମସ୍ୟା ଦେଖାଯାଏ ।

ତେବେ ଆପଣ ଭୟଭୀତ ନହୋଇ ତୁରନ୍ତ ସ୍ନେକ ରେକ୍ସ୍ୟୁ ଟିମକୁ ଖବର ଦିଅନ୍ତୁ । ସେମାନେ ସଠିକ ସମୟରେ ପହଞ୍ଚି ସାପକୁ ସୁରକ୍ଷିତ ଭାବରେ ଉଦ୍ଦାର କରିଥାନ୍ତି ମଣିଷ ର ମଧ୍ୟ କୌଣସି କ୍ଷତି ହୋଇ ନଥାଏ । ତେବେ ପୂର୍ବରୁ ସାପ କୁ ଧରିବା ପାଇଁ ସାପ ଧରାଳୀ ମାନେ ରହିଥିଲେ କିନ୍ତୁ ବର୍ତ୍ତମାନ ସ୍ନେକ ରେକ୍ସ୍ୟୁ ଟିମ ମାନେ ସାପ ଉଦ୍ଧାର କାର୍ଯ୍ୟ କରୁଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଏକ ସାପ ଧରାଳୀ ବିଷୟରେ କହିବୁ ଯିଏ ଗୋଟିଏ ନୁହଁ ବରଂ ତିନୋଟି ଟି ସାପକୁ ଏକ ସଙ୍ଗରେ ଜଣଙ୍କ ଘରୁ ଉଦ୍ଧାର କରିଛନ୍ତି । ଯହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାର କେନ୍ଦୁଆପଡା ଗ୍ରାମରେ । ତେବେ ଗୋଟିଏ ଘରେ ୩ ଟି ସାପ ଏକ ସଙ୍ଗରେ ପଶିଯାଇଥିଲେ ଘର ଲୋକମାନେ ସାପ ଗୁଡିକ ଦେଖି ବହୁତ ଡରିଯାଇଥିଲେ ।

ଘରର ସଦସ୍ୟମାନେ ତୁରନ୍ତ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦେଇଥିଲେ । କିନ୍ତୁ ସେମାନଙ୍କର ଆସିବାରେ ବିଳମ୍ୱ ହେବାରୁ ପାଖ ନିକଟସ୍ଥ ଜଣେ ତାଲିମ ପ୍ରାପ୍ତ ସାପ ଧରାଳୀ ଆସି ସେହି ବିଷାକ୍ତ ସାପ ୩ଟି କୁ କୌଶଳର ସହ ଧରିବାରେ ସକ୍ଷମ ହୋଇଥିଲେ । ଏହାପରେ ସେହି ବିଷାକ୍ତ ସାପ ୩ଟି କୁ ସୁରକ୍ଷିତ ଭାବରେ ଡବାରେ ପୁରାଇ ଉଦ୍ଧାର କରିଥିଲେ । ଏହି ଦୃଶ୍ୟକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ ଲାଗିଥିଲା ଲୋକମାନେ ମଧ୍ୟ ସାପ ତିନୋଟିକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।


ଆପଣ ମାନେ କୈଣସି ବି ସ୍ଥାନରେ ସାପ ଦେଖୁଛନ୍ତି ତେବେ ଆପଣ ଭୟଭୀତ ନହୋଇ ତୁରନ୍ତ ସ୍ନେକ ରେସ୍କ୍ୟୁ ଟିମକୁ ଖବର ଦିଅନ୍ତୁ । ନିଜେ ସାପକୁ ଧରିବାର ଦୁଃସାହସ କରନ୍ତୁ ନାହିଁ ।
ତେବେ ଏହା ଛଡା ସେହି ସାପ ଧରାଳି କହିଛନ୍ତି କି ଆଜି ମଧ୍ୟ ଗାଁ ମାନଙ୍କ ରେ ଅନ୍ଧ ବିଶ୍ୱାସ ରହିଛି କି ସାପ କାମୁଡ଼ିଲେ ଝାଡ଼ ଫୁଙ୍କା କରିବା କିନ୍ତୁ ସାପ କାମୁଡ଼ିଲେ ତାକୁ ପ୍ରଥମେ ଯେପରି ବିଷ ଦେହ ଯାକ ନଯିବ ସେଥିପାଇଁ ସେହି କ୍ଷତ ସ୍ଥାନରେ ଏକ କପଡାକୁ ଜୋରରେ ବାନ୍ଧି ଦେବେ ଏବଂ ପରେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇଯିବେ ।

ଅନ୍ଧବିଶ୍ୱାସର ଶିକାର ହେଲେ ନିଜ ଜୀଵନ ମଧ୍ୟ ହରାଇ ପାରିବେ ତେଣୁ ଏହି କଥାର ଧ୍ୟାନ ଦେବା ଆବଶ୍ୟକ କାରଣ ଏହି ସାପର ବିଷ ବହୁତ ଖତରନାକ ଥାଏ । ତେଣୁ ପ୍ରଥମେ ଡାକ୍ତର ଙ୍କ ପାଖକୁ ଯିବା ହିଁ ବୁଦ୍ଧିମାନ ର କାମ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *