ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧାରଣତଃ ବଲିଉଡରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡେ । ଅଭିନେତ୍ରୀ ମାନେ ସଫଳତା ପାଇବା ପରେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ମୀରା ରାଜପୁତଙ୍କୁ ପ୍ରାୟ ବହୁତ ଖବର ଆସିଥାଏ ।
ସେ ୨୦ ବର୍ଷରେ ଦୁଇଟି ଛୁଆଙ୍କ ମା ବନିଥିଲେ, ଏହାକୁ ନେଇ କଥା ଉଠିଥିଲା ମୀରା ରାଜପୁତ ନିଜ କ୍ୟାରିଅର ଉପରେ କାହିଁକି ଧ୍ୟାନ ଦେଉ ନାହାନ୍ତି । ବଡ ସେଲିବ୍ରେଟିର ପତ୍ନୀ ହେବାପରେ ସମସ୍ତେ ଆଗକୁ ଆସିବା ପାଇଁ ଚାହାନ୍ତି ଓ ନିଜ ଭବିଷ୍ୟତକୁ ଆଗକୁ ବଢାଇବା ପାଇଁ ଚାହିଁ ଥାନ୍ତି । କିନ୍ତୁ ମୀରା ତାଙ୍କ କ୍ୟାରିଅରରୁ ବେସୀ ଧ୍ୟାନ ଦେଉଛନ୍ତି ଘର ପରିବାର ଉପରେ ସେଥିପାଇଁ ଲଗାତର ତାଙ୍କ ଉପରେ ବହୁତ ପ୍ରଶ୍ନ ଉଠୁଥିଲା ।
ଆଜି ଆମେ କହିବୁ ଏମିତି ଅଭିନେତ୍ରୀଙ୍କ ବିଷୟରେ ଯିଏ ଗୋଟେ ବର୍ଷରେ ତିନୋଟି ଛୁଆର ମା ହୋଇଛନ୍ତି । ତେବେ ଏଥିରେ ବ୍ୟସ୍ତ ହେବାର କିଛି ନହିଁ କାରଣ ସେ ଗୋଟେ ଛୁଆକୁ ଆଡ଼ୋପ୍ଟ କରିଛନ୍ତି ଓ ଦୁଇଟି ଛୁଆ ସେରୋଗେସୀରେ କରିଛନ୍ତି । ଏହି ଅଭିନେତ୍ରୀ ହେଉଛନ୍ତି ସାନି ଲିଓନ । ସେ ୨୦୧୮ରେ ଜୁନରେ ସୂଚନା ଦେଇଥିଲେ ଓ ଇଂଷ୍ଟାରେ ଗୋଟେ ପରିବାରରେ ଫୋଟ ସେୟାର କରିଥିଲେ ।
ସେଇ ପୋଷ୍ଟରେ ଲେଖିଥିଲେ ପତି ଡେନିଏଲ ୱେବର, ନିଶା କୌର ୱେବର, ଅସେର ସିଂହ ୱେବର ଓ ନୋହ ସିଂହ ୱେବର । ସନି ଏହା ଲେଖିଲେ କି ଭଗବାନଙ୍କ ଆଶୀର୍ବାଦରୁ ଆମ ପରିବାର ପୁରା ହୋଇଛି । ତେବେ ସନି ଲିଓନିର ପୁରା ପରିବାର ଫୋଟ ଦେଖି ସମସ୍ତେ ବହୁତ ଖୁସି ହୋଇଥିଲେ ତାଙ୍କୁ ମଧ୍ୟ ସମସ୍ତେ ଶୁଭ କାମନା ଦେଇଥିଲେ ।
ଫୋଟରେ ବହୁତ କିଛି ଲେଖିଥିଲେ ସନି ଲିଓନି । ସେ ଲେଖିଥିଲେ ଭଗବାନ ଆମ ପାଇଁ ଗୋଟେ ଭଲ ଯୋଜନା ବନାଇଥିଲେ ଓ ଆମକୁ ଭଲ ପରିବାର ଦେଲେ । ଆମେ ଏବେ ଏହି ତିନୋଟି ଛୁଆଙ୍କର ମାତା ପିତା ହୋଇସାରିଛୁ । ଏହା ଆମ ପାଇଁ ବହୁତ ଖୁଶିର କଥା ଅଟେ, ଯାହା ମୁଁ ସମସ୍ତଙ୍କ ସହିତ ସେୟାର କରିବାକୁ ଚାହୁଁଥିଲି ।
ତେବେ ସେ ଏକ ଫୋଟୋ ଫଟୋ ଅପଲୋଡ କରି ସନି କ୍ୟାପ୍ସନରେ ଲେଖିଥିଲେ-‘ଏବେ ଆମ ପରିବାର ପୂର୍ଣ୍ଣ ହୋଇ ସାରିଛି । ୨୧ ଜୁନ ୨୦୧୭ରେ ଡାନିୟଲ ଆଉ ମୋତେ ଜଣା ପଡିଥିଲା ଯେ ଆମେ ତିନୋଟି ଛୁଆଙ୍କର ବାପା ମା ହେବାକୁ ଯାଉଛୁ । ଅବଶ୍ୟ ଆମ ପୁଅ ମାନେ ୨୦୧୮ରେ ଜନ୍ମ ଗ୍ରହଣ କରିଥିଲେ ହେଲେ ସେମାନେ ଆଗରୁ ହିଁ ଆମ ମନ ଭିତରେ ରହିଥିଲେ’ ।
ତେବେ ଏବେ ସନି ନିଜ ଛୁଆ ମାନଙ୍କ ସହିତ ବହୁତ ସୋସିଆଲ ମିଡିଆରେ ଆକ୍ଟିବ ରହୁଛନ୍ତି । ବାପା ମାଙ୍କ ସହିତ ଛୁଆ ମାନଙ୍କ ଫୋଟ ବହୁତ ସାମନାକୁ ଆସୁଛି । ଏବେ ସନି ସ୍ପିଲ୍ଟ ଭିଲାରେ ଦେଖା ଦେଇଛନ୍ତି ଓ ଦବାଙ୍ଗ ୩ ମଧ୍ୟ ଗୋଟେ ଆଇଟମ ସଙ୍ଗରେ ମଧ୍ୟ ନଜର ଆସିଛନ୍ତି । ସେ ବହୁତ ସାଉଥ ଫିଲ୍ମରେ ମଧ୍ୟ ନଜର ଆସିବାରେ ଦେଖା ଯାଉଛନ୍ତି ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।