ଭାରତର ସବୁ ବିବାହିତା ମହିଳାମାନଙ୍କ ମନରେ ଏହା ଇଚ୍ଛା ଥାଏ କି ତାଙ୍କର ପିଲାମାନେ ଗୋରା ହୁଅନ୍ତୁ । ଯଦି ଛୋଟ ପିଲା ବିଷୟରେ କହିବ ତେବେ ପ୍ରତ୍ୟକ ମା ପାଇଁ ତା ପୁଅ କୌଣସି ହିରୋ ଠାରୁ କମ ହୋଇ ନ ଥାଏ । ସେ କଳା ହେଉ କି ଗୋରା । ଛୋଟ ହେଉ କିମ୍ବା ଲମ୍ବା ହେଉ । କିନ୍ତୁ ପିଲାର ରଙ୍ଗ ଠାରୁ ଅଧିକ ପିଲା ସୁସ୍ଥ ହୋଇଥିବା ଦରକାର । କହିଦେଉଛୁ କି ଛୁଆ ଗୋରା ହେବା, ଲମ୍ବା ହେବା, ଆଖିର ରଙ୍ଗ, କେସର ରଙ୍ଗ, ଏହି ସବୁ ଜୀନ୍ସ ଅର୍ଥାତ ଗୁଣସୁତ୍ର ଉପରେ ନିର୍ଭର ହୋଇଥାଏ ।
ଅନ୍ୟ ପଟେ ସମସ୍ତେ ଗୋରା ରଙ୍ଗ ପାଇବା ପାଇଁ ବହୁତ ଇଚ୍ଛା କରିଥାଉ । କିନ୍ତୁ ଗୋରା ରଙ୍ଗର ସମସ୍ୟା କଣ ଜାଣି ନିଅନ୍ତୁ । ଯେତେବେଳେ ଆମେ ଅଧିକ ଗୋରା ହୋଇଥାଉ ତେବେ ଆମ ଚର୍ମରେ Melanin ନାମକ pigment ବହୁତ କମ ମାତ୍ରାରେ ମିଳିଥାଏ । ଯେତେବେଳ ଆମର ରଙ୍ଗ କଳାଥାଏ ତେବେ ଆମ ଶରୀରରେ Melaninର ମାତ୍ରା ସଠିକ ପରିମାଣରେ ଥାଏ ।
Melanin ଆମ ଶରୀରକୁ ସୂର୍ଯ୍ୟ ଠାରୁ ସୁରକ୍ଷା ପ୍ରଦାନ କରିଥାଏ । ସେଥିପାଇଁ ଆମର ଚର୍ମର ରଙ୍ଗ କଳା ଥାଏ ତେବେ ଆମକୁ ଚର୍ମ କ୍ୟାନ୍ସର ହେବାର ଭୟ ବହୁତ କମ ଥାଏ । ଯେଉଁମାନେ ଅଧିକ ଗୋରା ଅଟନ୍ତି, ଆମ ଶରୀରରେ Melanin କମ ରହିଥାଏ ଓ ସୂର୍ଯ୍ୟ କିରଣର ପ୍ରଭାବ ଅଧିକ ଥାଏ ତେବେ ଚର୍ମ କ୍ୟାନ୍ସରର ଭୟ ଅଧିକ ବଢିଯାଏ ।
Melanin ନାମକ pigment ଯାହା ଆମକୁ କଳା କରିଥାଏ ତାହା ଆମକୁ ସୂର୍ଯ୍ୟ କିରଣ ଠାରୁ ସୁରକ୍ଷା ପ୍ରଦାନ କରିଥାଏ । ସବୁ ମା ର ଇଚ୍ଛା ଥାଏ କି ଆମର ପିଲା ଗୋରା ହେଉ । ସେଥିପାଇଁ ଯେତେବେଳେ କୌଣସି ମହିଳା ଗର୍ଭବତ୍ତୀ ଥାଏ ତେବେ ଘରର ଗୁରୁଜନମାନେ ତାକୁ କୁହନ୍ତି କି ଆପଣ କେସର, ଘିଅ, କ୍ଷୀର, ଫଳ ଓ ନଡିଆ ପାଣି ଇତ୍ୟାଦିର ସେବନ କର । କାରଣ ସେମାନଙ୍କର ମାନିବା ଅଟେ କି ଏହା ଆପଣଙ୍କର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ଅଟେ ।
କିନ୍ତୁ କେତେକ ଲୋକମାନେ ଏହି ସବୁ ଜିନିଷକୁ ଖାଇବା ପାଇଁ ଓ ପ୍ରେରିତ କରିବା ପାଇଁ କୁହନ୍ତି କି ଏହି ସବୁ ଖାଇବା ଦ୍ଵାରା ଆପଣଙ୍କ ପିଲା ଗୋରା ହୋଇଯିବ । ଏହା ଶୁଣିବା ପରେ ଆପଣ ବି ଏହି ସବୁ ଜିନିଷର ସେବନ ଆରମ୍ଭ କରି ଦିଅନ୍ତି । କିନ୍ତୁ କୌଣସି ବି ପ୍ରକାରର ଖାଦ୍ୟ ସେବନ କରିବା ଦ୍ଵାରା ପିଲା ଗୋରା ହୋଇ ନ ଥାଏ । କିନ୍ତୁ ଏହି ସବୁ ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଆପଣ ଏହି କଥା ମନେ ରଖନ୍ତୁ କିଛି ଖାଇବା ଦ୍ଵାରା କିମ୍ବା ପିଇବା ଦ୍ଵାରା ଆମର ଆଖିର ରଙ୍ଗ, ଆମର କେସର ରଙ୍ଗ, ଆମର ହାଇଟ ଓ ଆମର ଚର୍ମର ରଙ୍ଗରେ କିଛି ବି ପରିବର୍ତ୍ତନ ଆସିବ ନାହିଁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।