ଦର୍ଶକ ବନ୍ଧୁଗଣ ନବ ଦାସ ହତୟଆ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକକୁ ଗତ କାଲି ଚୋଦ୍ଵାର ଜେଲ ପଠା ଯାଇଥିଲା । ତେବେ ଚୋଦ୍ଵାର ଜେଲରେ ଗୋପାଳର କଟିଛି ପ୍ରଥମ ରାତି । ଗୋପାଳକୁ ରୁଚୂନି ଚାରି କାନ୍ଥର ଖାଦ୍ୟ। ପେଟକୁ ଯାଉନି ରୁଟି ଡାଲମା, ଚିକେନ, ଭାତ । ଗୋପାଳ ହାତ ଯୋଡି କହୁଛି ମୋତେ ଶାନ୍ତି ଦରକାର । ନବ ଦାସ ହତୟଆକାରୀ ଗୋପାଳ ଦାସର ଠିକଣା ଏବେ ଚୋଦ୍ଵାର ଜେଲ ।
ଝାରସୁଗୁଡାରୁ ସ୍ଥାନାନ୍ତରିତ ପରେ ବୁଧବାର ଥିଲା ପ୍ରଥମ ସକାଳ । ସକାଳ ହେଉ ହେଉ ସେଲ ନିକଟରେ ଥିବା ଗାର୍ଡକୁ ଅନୁରୋଧ କରିଥିଲା ଗୋପାଳ । ଗୋପାଳ ଅନୁରୋଧ କରି ସେହି ଗାର୍ଡଙ୍କୁ କହିଥିଲା, ମୋର କିଛି ଦରକାର ନାହିଁ ମୋତେ ଗଣ୍ଡେ ପଖାଳ ଆଉ ଟିକେ ଶାନ୍ତି ଦରକାର । ଏହି କଥା ଶୁଣିବା ପରେ ଉକ୍ତ ଗାର୍ଡ ଜଣକ ତାଯୁବ ହୋଇ ଯାଇଥିଲେ ।
ଗୋପାଳ ସେହି ଗାର୍ଡ ଜଣଙ୍କୁ ବାରମ୍ବାର କହି ଚାଲି ଥିଲା ମୋତେ ଖାଲି ପଖାଳ ଆଉ ଟିକେ ଆଳୁ ଭର୍ତ୍ତା ଲୋଡା । ଗତ ମଙ୍ଗଳବାର ରାତିରେ ଗୋପାଳକୁ ଦିଆ ଯାଇଥିଲା ରୁଟି ଡାଲମା । ହେଲେ ସେ ଖାଦ୍ୟ ନ ଖାଇ ବିସ୍କୁଟ ଖାଇ ଶୋଇ ଥିଲା ଗୋପାଳ ସାରା ରାତି ଛଟପଟ ହୋଇ ଅପେକ୍ଷା କରିଥିଲା କେମିତି ହେବ ସକାଳ । ସକାଳ ଲକ ଅପ ଖୋଲୁ ଖୋଲି ହାତ ଯୋଡି କରିଥିଲା ନମସ୍କାର ।
ଏହା ପରେ ସେ କହିଥିଲା ମୋତେ ଟିକେ ଶାନ୍ତି ଦରକାର ଏହା ପରେ ପିଇ ଥିଲା ଚାହା । ସକାଳେ ଦିଆ ଯାଇଥିବା ଉପମା ତରକାରୀକୁ ଖାଇଥିଲା ଦିନ 11 ଟାରେ । ସେହି ପରି ଜେଲ ମାନୁୟାଲ ହିସାବରେ ଖରାବେଳେ ମିଳି ଥିଲି ଭାତ, ଚିକେନ ଆଉ ଭଜା । ହେଲେ ଏହାକୁ ଦେଖି ନାକ ଟେକି ଥିଲା ଗୋପାଳ । ପାଖରେ ଥିବା ଗାର୍ଡକୁ ଗୋପାଳ ମାଗି ଥିଲା ପଖାଳ । ତେବେ ଏହା ମାନୁୟାଲ ବାହାରେ ଥିବାରୁ ଗାର୍ଡ ଜଣକ ମନା କରି ଦେଇଥିଲେ ।
ଶେଷରେ ଗୋପାଳ ବାଧ୍ୟ ହୋଇ ଖାଇଥିଲା ଜେଲର ପ୍ରଥମ ଦିନର ମିଲ । ଅନ୍ୟ ପଟେ ଗୋପାଳ ରହୁଥିବା ଚୋଦ୍ଵାର ଜେଲକୁ ଆସିଥିଲେ ଜେଲ ଡିଜି ମନୋଜ ଛାବ୍ରା । ସେ ଗୋପାଳଙ୍କ ସେଲ ନିକଟରେ ପହଞ୍ଚିବା ବେଳେ ଗୋପାଳ ହଠାତ ଉଠି ସିନିୟରଙ୍କୁ ସାଲୁଟ କରିଥିଲେ । ପରେ ସେ ସେମିତି ଜେଲ ଚଟାଣରେ ବସି ରହିଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।