‘ଦୟା କରନ୍ତୁ, ମୋ ସ୍ୱାମୀ ଯେଉଁ ଭୁଲ କରିଛନ୍ତି ତାଙ୍କୁ ଦଣ୍ଡ ଦିଅ, ହେଲେ ତାଙ୍କ ଜୀବନ ବଞ୍ଚେଇ ଦିଅ, ନହେଲେ ସେମାନେ ତାଙ୍କୁ…’

ମୋ ସ୍ଵାମୀ ଗୋଟେ ବଡ ଭୁଲ କରି ଦେଇଛନ୍ତି ତାଙ୍କୁ ଯାହା ଦଣ୍ଡ ଦେବା କଥା ଦିଅ ମୁଁ କୋର୍ଟଙ୍କ ସବୁ ରାୟକୁ ସମ୍ମାନ ଦେଉଛି । ହେଲେ ଏବେ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ତାଙ୍କ ସହ ଜେଲରେ କିଛି ବି ହୋଇପାରେ ଜେ-ଲରେ ତାଙ୍କୁ ମା-ରିଦେଇ ପାରନ୍ତି । ତାଙ୍କୁ ରକ୍ଷା କର ତାଙ୍କୁ ରକ୍ଷା ନ କଲେ ସେ ଜେଲରୁ ସିଧା ଶ୍ମଶାନ ଚାଲି ଯିବେ । ସେ ଜେଲରେ ରୁହନ୍ତୁ ପଛେ ହେଲେ ଜୀବିତ ହୋଇ ରୁହନ୍ତୁ ।

ହଁ ଦର୍ଶକ ବନ୍ଧୁ ଏମିତି କିଛି ସନ୍ଦେହ ଏବେ ଗୋପାଳଙ୍କ ସ୍ତ୍ରୀ କରୁଥିବାର ସୂଚନା ମିଳିଛି । ତାଙ୍କୁ ସ୍ଵାମୀଙ୍କ ଜୀବନ ପ୍ରତି ଜେଲ ମଧ୍ୟରେ ବିପଦ ଥିବା କଥା ଜାଣି ସେ ସବୁବେଳେ ଚିନ୍ତାରେ ରହୁଛନ୍ତି । ତାଙ୍କ ସ୍ଵାମୀଙ୍କର ଜେଲ ଭିତରେ କିଛି ହେଇଯିବନି ତ ଏହା ଭାବି ଭାବି ତାଙ୍କ ସମୟ କଟୁଛି । ଯଦି ପୂର୍ବରୁ ଦେଖିବା ତା ହେଲେ ଗୋପାଳ ମଧ୍ୟ ତା ଜୀବନ ପ୍ରତି ବିପଦ ଥିବା କଥା କ୍ର-ଆ ଇ-ମ ବ୍ରାଞ୍ଚକୁ କହିଥିଲା ।

ରିମାଣ୍ଡ ସମୟରେ ଜେରା ଚାଲି ଥିବା ବେଳେ ଏମିତି କିଛି କ୍ର-ଆ ଇ-ମ ବ୍ରାଞ୍ଚକୁ କହିଥିଲା ଗୋପାଳ । କାରଣ ଗୋପାଳ ଯେତେବେଳେ ଝାରସୁଗୁଡାରେ ଥିଲା ତାକୁ ଅନେକ ଥର ଧ-ଅମକ ମିଳିଛି । ଜେଲ ଭିତରେ ଏମିତି ଲୋକ ରହୁଛନ୍ତି ଯେଉଁ ମାନେ ତାକୁ ମା-ରିବାକୁ ଚାହୁଁ ଛନ୍ତି ବୋଲି କହିଥିଲା ଗୋପାଳ । ଯାହା ପରେ ଏବେ ଗୋପାଳର ସ୍ତ୍ରୀ ମଧ୍ୟ ଏମିତି କିଛି ଅଭିଯୋଗ କରିଛି ।

ତେବେ ଗୋପାଳର ନାର୍କୋ ଟେଷ୍ଟ ସରିଗଲା ପରେ କୋର୍ଟରେ କ୍ର-ଆ ଇ-ମ ବ୍ରାଞ୍ଚ ଗୋପାଳକୁ ହାଜର କରିଥିଲା । ଏହା ପରେ ଗୋପାଳକୁ ଝାରସୁଗୁଡା ଜେଲରେ ରଖା ଯାଇଥିଲା । ଏହା ପରେ ମଙ୍ଗଳବାରରେ ପୁଣି ଥରେ ତାକୁ କୋର୍ଟ ନିଆ ଯାଇ ତାର ବୟାନ 164ରେ ରେକର୍ଡ କରା ଯାଇ ଝାରସୁଗୁଡା ଜେଲରୁ ଚୋଦ୍ଵାର ଜେଲକୁ ସ୍ଥାନାନ୍ତରିତ କରା ଯାଇଛି । ତେବେ ଗୋପାଳର ଅଭିଯୋଗ ପରେ କ୍ର-ଆ ଇ-ମ ବ୍ରାଞ୍ଚ ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ଏହା ସହ ଗତ କାଲି ମଧ୍ୟ ଗୋପାଳଙ୍କ ପୁଅ ଅଭିଯୋଗ କରିଥିଲେ ଯେ ତାଙ୍କ ବାପାଙ୍କ ଜୀବନ ପ୍ରତି ବିପଦ ରହିଛି । ଆଉ ଆଜି ତାଙ୍କ ସ୍ତ୍ରୀ ଏଭଳି ଅଭିଯୋଗ କରିବା ପରେ ସମସ୍ତ ସ୍ଥାନରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *