ଜେଲରେ ଗୋପାଳ ବୋଲୁଛି କାଳିଆ ଭଜନ…’ଏ ଜୀବନ ଯୌବନ ସବୁ ପରା ତୁମ ଦାନ…’

ଦର୍ଶକ ବନ୍ଧୁ ନବ ଦାସ ହତୟଆ କାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ଏବେ ଜେଲ ଚାରି କାନ୍ଥ ଭିତରେ ଅଛି । ନାର୍କୋ ଟେଷ୍ଟ ପରେ ଗୋପାଳକୁ ଗୁଜୁରାଟରୁ ସିଧା ଝାରସୁଗୁଡା ଅଣା ଯାଇଥିଲା ସେଠାରେ ତାର ବୟାନ ରେକର୍ଡ କରା ଯାଇ ସିଧା ଚୋଦ୍ଵାର ଜେଲ ପଠା ଯାଇଥିଲା । ତେବେ ଚୋଦ୍ଵାର ଜେଲରେ ଗୋପାଳ ଗୋଟେ ଦିନ କାଟି ସାରିଛି ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଜେଲ ଭିତରେ ଥାଇ ଗୋପାଳ କୁଆଡେ ଭଜନ ବୋଲୁଛି । କେତେବେଳେ ଆହେ ନୀଳ ଶୈଳ ବୋଲୁଛି ତ କେତେବେଳେ ଏ ଜୀବନ ଯୌ-ବ-ନ ସବୁ ପରା ତୁମ ଦାନ ବୋଲୁଛି । ତେବେ ଗୋପାଳ ମୁହଁରୁ ଭଜନ ଶୁଣି ସ୍ତବ୍ଦ ହୋଇ ରହି ଯାଉଛନ୍ତି ସେଠାରେ ଥିବା ଜେଲର ଗାର୍ଡ ମାନେ ।

ଆଉ ଗୋପାଳଙ୍କର ଭକ୍ତି ଭାବ ଦେଖି ସେମାନଙ୍କର ମନ ବି ତରଳି ଯାଉଛି । ଚୋଦ୍ଵାର ମଣ୍ଡଳ କାରାଗାରରେ ଗୋପାଳ ତାର ସେହି ପୁରୁଣା ଅଭ୍ୟାସକୁ ଜାରି ରଖିଛି ଅର୍ଥାତ ଇଶ୍ଵର ଭକ୍ତି । ଯେତେବେଳେ ଝାରସୁଗୁଡାରେ ଗୋପାଳ ଥିଲା ସେତେବେଳେ ତାକୁ ଜାଣି ଥିବା ସମସ୍ତ ଲୋକ କୁହନ୍ତି ଗୋପାଳ ଜଣେ ଇଶ୍ଵର ଭକ୍ତି ଲୋକ ଥିଲା । ସେ ପ୍ରତି ଦିନ ମନ୍ଦିର ଯାଉଥିଲା ଆଉ ମୁଣ୍ଡିଆ ମାରୁଥିଲା ।

ଏଭଳି କି ଗାନ୍ଧୀ ନଗର ଫାଣ୍ଡିରେ ଯେତେବେଳେ ପୂଜକ ଆସି ପୂଜା କରୁଥିଲେ ସେତେବେଳେ ଗୋପାଳ ହାତ ଯୋଡି ଛିଡା ହୋଇ ରହୁଥିଲେ ଆଉ ସବୁବେଳେ ଇଶ୍ଵରଙ୍କୁ ପ୍ରାର୍ଥନା କରୁଥିଲେ । ବଡ ଖୁସି ମିଞ୍ଜାସିଆ ଆଉ ହସକୁରା ଲୋକ ଥିଲେ ଗୋପାଳ ଦାସ । କେବଳ ସେତିକି ନୁହେଁ ଯିଏ ବି ଆସୁଥିଲେ ତାଙ୍କ ସହ କଥା ବାର୍ତ୍ତା ହେବା ସହ ତାଙ୍କୁ ଚାହା ପାଣି ପଚାରୁ ଥିଲେ ଗୋପାଳ ।

ଏବେ ଗୋପାଳ ନିଜ ମନ ବୁଝିବା ପାଇଁ ଇଶ୍ଵରଙ୍କୁ ଧ୍ୟାନ କରୁଛନ୍ତି । ସମସ୍ତଙ୍କ ଜୀବନରେ ଅନେକ ଦୁଃଖ ଆଉ କଷ୍ଟ ରହିଥାଏ ସେହି ପରି ଗୋପାଳ ମଧ୍ୟ ନିଜ କଷ୍ଟକୁ ଦୂର କରିବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି । ଆଉ ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *