ଘୁଙ୍ଗୁଡ଼ି ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କିପରି ଏଥିରୁ ପାଇବେ ମୁକ୍ତି ? Dr Damodar Bindhani

ବନ୍ଧୁଗଣ ଏହି ଦୁନିଆରେ ଥିବା ଅଧିକାଂଶ ଲୋକ ଘୁଙ୍ଗୁଡି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଘୁଙ୍ଗୁଡି ହେଉଛି ଏକ ଏପରି ସମସ୍ୟା ଯାହା ରାତିରେ ଶୋଇବା ସମୟରେ ହୋଇଥାଏ । ଶୋଇବା ସମୟରେ ଆମର ଯେଉଁ ଶ୍ଵାସ କ୍ରିୟା ଅଛି ଆମେ ନିଶ୍ଵାସ ନେବା ସମୟରେ ରାସ୍ତା ସରୁ ହୋଇଯାଇଥାଏ ତା ପରେ ଯେତେବେଳେ ପବନଟି ଯାଉଛି ସେତେବେଳେ ଗୋଟେ ଆବନର୍ମାଲ ସାଉଣ୍ଡ ହେଉଛି ତାକୁ କୁହନ୍ତି ଘୁଙ୍ଗୁଡି ।

ଘୁଙ୍ଗୁଡି ଏକ ଏମିତି ସମସ୍ୟା ଚୋର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ କିଏ କେବେ ନା କେବେ ଘୁଙ୍ଗୁଡିର ଶିକାର ହୋଇଥାନ୍ତି । ବୟସ ବଢିବା ସହିତ ଘୁଙ୍ଗୁଡିର ମାତ୍ରା ବି ବଢିଥାଏ । ତେବେ ଘୁଙ୍ଗୁଡିର ମାତ୍ରା ବଢିବା ଦ୍ଵାରା ନିଶ୍ଵାସ ମଝିରେ ମଝିରେ ଅଟକି ଯିବା ଏବଂ ମଝିରେ ମଝିରେ ନିଦ ଭ୍ୟାଗତ ସୃଷ୍ଟି ହେବା ଓ ଶରୀରରେ ଅମ୍ଳଜାନ ପରିମାଣ କମି ଥାଏ । ଏହା ଦ୍ଵାରା ଅନିଦ୍ରା ଓ ଅନ୍ୟାନ୍ୟ ପ୍ରମୁଖ ସମସ୍ୟା ଦେଖା ଦେଇଥାଏ ।

ବନ୍ଧୁଗଣ ରାତିରେ ଶୋଇବା ବେଳେ ଆମକୁ ଗଭୀର ନିଦ୍ରାର ଆବଶ୍ୟକତା ରହିଥାଏ । ଯିଏ ଘୁଙ୍ଗୁଡି ମାରେ ତା ସହିତ ଶୋଇଥିବା ବ୍ୟକ୍ତି ମଧ୍ୟ ଠିକ ଭାବରେ ଶୋଇ ପାରେ ନାହିଁ । ହେଲେ ରାତିରେ ସେହି ଲୋକ ନିଜ ଘୁଙ୍ଗୁଡି ବିଷୟରେ କିଛି ଜାଣି ପାରେ ନାହିଁ । ହେଲେ ତାର ପ୍ରଭାବଟା ସେ ଦିନ ବେଳେ ଅନୁଭବ କରେ । ଯଦି ବନ୍ଧୁଗଣ ଆପଣଙ୍କର ଘୁଙ୍ଗୁଡି ସମସ୍ୟା ଅଛି ତା ହେଲେ ଆପଣ କିଛି ଦିଗ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ।

ଆପଣ ମାନେ ଠିକ ସମୟରେ ଖାନ୍ତୁ ଓ ଠିକ ସମୟରେ ଶୋଇବାକୁ ଚେଷ୍ଟା କରନ୍ତୁ । ରାତିରେ କୌଣସି ଫ୍ୟାଟ ଜିନିଷର ସେବନ କରନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କର ଏସିଡିଟି ହୋଇ ନିଶ୍ଵାସ ନେବାରେ ବ୍ୟାଘାତ ସୃଷ୍ଟି ନହେବ । କୌଣସି ପ୍ରକାରର ମାଦକ ଦ୍ରବ୍ୟ ରାତିରେ ଶୋଇବା ବେଳେ ନିଅନ୍ତୁ ନାହିଁ । ଆପଣ ମାନେ 35 ଡିଗ୍ରୀରୁ 40 ଡିଗ୍ରୀ ଉଚ୍ଚ କରି ଶୁଅନ୍ତୁ ଏବଂ କଡେଇକି ଶୁଅନ୍ତୁ ।

ବେକ ଉଚ୍ଚ କରି ଓ କଡେଇକି ଶୋଇବା ଦ୍ଵାରା ନିଶ୍ଵାସ ନେବାରେ ଏତେ ବାଧା ସୃଷ୍ଟି ହେବ ନାହିଁ । ଏହା ସହିତ ଯଦି ଆପଣଙ୍କର ଅତ୍ୟଧିକ ଓଜନ ଅଛି ତା ହେଲେ ନିଜ ଓଜନ କମ କରନ୍ତୁ । ଖାଇବା ପିଇବା ଉପରେ ଆପଣ ମାନେ ବିଶେଷ ଧ୍ୟାନ ଦେବା ଉଚିତ । ଏହାର କୌଣସି ଔଷଧ ନାହିଁ ତେଣୁ ବନ୍ଧୁଗଣ ମେଡ଼ିସିନର ସେବନ କରି ଏହି ସମସ୍ୟାକୁ ଦୂର କରିହେବ ନାହିଁ ।

ଦ୍ଵିତୀୟରେ ହେଉଛି ଯଦି ଆପଣଙ୍କ ନାକ ନଳୀରେ କିଛି ସମସ୍ୟା ଥିବ ତା ହେଲେ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ । ତା ହେଲେ ବନ୍ଧୁଗଣ ଏହି ସବୁ କଥା ଉପରେ ଧ୍ୟାନ ଦିଅନ୍ତୁ ଓ ନିଜ ଘୁଙ୍ଗୁଡି ସମସ୍ୟାକୁ ଦୂର କରନ୍ତୁ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *