ଘୁଙ୍ଗୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି ? Dr Damodar Bindhani

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ ଜୀବନ ରେ ଅନେକ ପ୍ରକାର ସମସ୍ୟା ଲାଗି ରହିଥାଏ । ସେହି ସମସ୍ୟା ରୁ ମୁକ୍ତି କେବଳ ଗୋଟିଏ ସମୟ ରେ ମିଳିଥାଏ ଯେତେବେଳେ ଆମେ ଶୋଇଥାଉ । କିନ୍ତୁ ଶୋଇବା ସମୟ ରେ ମଧ୍ୟ କିଛି ସମସ୍ୟା ଆମର ରହିଥାଏ । ଶୋଇବା ସମୟ ରେ ମୁଖ୍ୟତଃ ଘୁଙ୍ଗୁଡ଼ି ମାରିବା ର ଅଭ୍ୟାସ ଅନେକ ଲୋକଙ୍କ ର ରହିଥାଏ । ଏହି ଘୁଙ୍ଗୁଡ଼ି ମାରିବା କାରଣ ରୁ ଅନେକ ଲୋକ ବହୁତ ଚିନ୍ତିତ ରହିଥାନ୍ତି ।

କାରଣ ଆପଣ ତ ଆରାମ ରେ ଶୋଇପଡିବେ କିନ୍ତୁ ପାଖରେ ଶୋଇଥିବା ଲୋକ ଙ୍କ ନିଦ୍ରା ରେ ବାଧା ସୃଷ୍ଟି ହୋଇଥାଏ । ତେଣୁ ଅନେକ ଲୋକ ଏହି ଘୁଙ୍ଗୁଡ଼ି ମାରିବାର ଅଭ୍ୟାସ କୁ ସବୁଦିନ ପାଇଁ ଦୁର କରିବାକୁ ଚାହିଁଥାନ୍ତି । ତେବେ ଆଜି ଆମେ ଆପଣଂକୁ ଘୁଙ୍ଗୁଡ଼ି ମାରିବା ର ଅଭ୍ୟାସ ରୁ କିପରି ମୁକ୍ତି ପାଇବେ ସେ ଵିଷୟ ରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ସେହି ଵିଷୟ ରେ ଅଧିକ କିଛି କଥା।

ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ରେ ରାତିରେ ଶୋଇବା ଅବସ୍ଥାରେ ନିଶ୍ୱାସ ନେଲା ବେଳକୁ ନିଶ୍ୱାସ ରନ୍ଧ୍ର ସରୁ ହୋଇଯାଇଥାଏ ସେ ସମୟରେ ପବନ ଯିବା ବେଳେ ଏକ ଧ୍ଵନି ତିଆରି ହୁଏ । ଯାହାକୁ ଘୁଙ୍ଗୁଡ଼ି ବୋଲି କୁହାଯାଏ । ବର୍ତ୍ତମାନ ସମୟ ରେ ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଜୀବନରେ କେବେ ନା କେବେ ଘୁଙ୍ଗୁଡ଼ିର ସମସ୍ୟାର ଶିକାର ହେଉଛନ୍ତି । ବୟସ ବଢ଼ିବା ସହିତ ଘୁଙ୍ଗୁଡ଼ିର ମାତ୍ରା ମଧ୍ୟ ବଢ଼ିଥାଏ ।

ଘୁଙ୍ଗୁଡ଼ିର ମାତ୍ରା ବଢ଼ିବା ଦ୍ୱାରା ନିଶ୍ୱାସ ମଝିରେ ମଝିରେ ଅଟକିଯାଏ ଓ ନିଦରେ ବ୍ୟାଘାତ ସୃଷ୍ଟି ହୁଏ ଓ ଏହାର ପ୍ରଭାବରେ ଅମ୍ଳଜାନ ର ମାତ୍ରା ଦେହରେ କମିଯିବାର ଆଶଙ୍କା ଥାଏ । ତେବେ ଶୋଇବା ପାଇଁ ଗଭୀର ନିଦର ଆବଶ୍ୟକତା ରହିଛି। ତେବେ ଶୋଇବା ସମୟରେ ନିଶ୍ୱାସ ଅଟକି ଗଲେ କିମ୍ବା ନିଶ୍ୱାସ ନେଲା ବେଳେ ଶଦ୍ଦ ହେଲେ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡ଼ିଥାଏ । ଫଳରେ ଦିନ ସମୟ ରେ ବ୍ୟକ୍ତିଙ୍କୁ ସତେଜ ଲାଗି ନଥାଏ ଏବଂ ଆଗ୍ରହ ଆସିନଥାଏ ଓ ସକାଳୁ ବ୍ୟକ୍ତିଙ୍କୁ ହାଲିଆ ଲାଗିଥାଏ ।

ଏପରି ହେବା ଦ୍ଵାରା ମନୁଷ୍ୟ କୌଣସି କାର୍ଯ୍ୟ କରିବାକୁ ମଧ୍ୟ ସକ୍ଷମ ହୋଇ ନ ଥାଏ । ବର୍ତ୍ତମାନ ସମୟ ରେ ଛୋଟ ପିଲା ମାନେ ମଧ୍ୟ ଘୁଙ୍ଗୁଡ଼ି ମାରୁଥିବା ର ନଜର ଆସୁଛନ୍ତି । ଛୋଟ ପିଲାଙ୍କର ଶ୍ୱାସନଳୀ ବହୁତ ସରୁ ହୋଇଥାଏ ତେବେ ବର୍ତ୍ତମାନ ପିଲାମାନଙ୍କଠାରେ ଥଣ୍ଡା, କାଶ, ଜ୍ଵର ଲାଗି ରହିବା ଯୋଗୁଁ ତନ୍ତୁ ମୋଟା ହୋଇଯାଏ । ତେଣୁ ଶୋଇବା ଅବସ୍ଥାରେ ସେମାନେ ନିଶ୍ୱାସ ଟାଣି ହୋଇ ନିଅନ୍ତି ।

ବର୍ତ୍ତମାନ ବାୟୁ ପ୍ରଦୂଷଣ ଯୋଗୁଁ ଛୋଟ ପିଲାଙ୍କର ଟନ୍‌ସିଲ ବଢ଼ିଯାଉଛି । ଫଳରେ ଶ୍ୱାସ ରନ୍ଧ୍ର ଆହୁରି ସରୁ ହୋଇଯାଏ । ଏହାଦ୍ୱାରା ପିଲାମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ଏବଂ ଏହାଦ୍ଵାରା ଘୁଙ୍ଗୁଡ଼ି ହୋଇଥାଏ । ଏହାଯୋଗୁଁ ଛୋଟ ପିଲାମାନେ ଦିନବେଳା ଚିଡ୍‌ଚିଡ଼ା ହେବା ସହ ଭୋକର ମାତ୍ରା ବଢ଼ିଯାଏ। ତେବେ ଏହି ରୋଗ ରୁ ଆମେ କିପରି ମୁକ୍ତି ପାଇବା। ଘୁଙ୍ଗୁଡ଼ି ନ ହେବା ପାଇଁ ସବୁବେଳେ ସଠିକ୍‌ ସମୟରେ ଖାଆନ୍ତୁ ଓ ଠିକ୍‌ ସମୟରେ ଶୋଇବା ପାଇଁ ଚେଷ୍ଟା କରନ୍ତୁ। ରାତିରେ ଚର୍ବିଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ ।

ଯାହାଦ୍ୱାରା ଏସିଡିଟି ସୃଷ୍ଟି ହୋଇ ଶୋଇବାରେ ଅସୁବିଧା ହେବ । ରାତିରେ କୌଣସି ପ୍ରକାର ମାଦକଦ୍ରବ୍ୟ ନିଅନ୍ତୁ ନାହିଁ।ଶୋଇବା ବେଳେ ସବୁବେଳେ କଡ଼ମାଡ଼ି ଶୁଅନ୍ତୁ । ଶୋଇବା ବେଳେ ତକିଆ ୩୦ରୁ ୩୫ ଡିଗ୍ରୀ ଉଚ୍ଚ ରେ ରଖି ଶୁଅନ୍ତୁ । ଓଜନ ଅଧିକ ଥିଲେ କମାନ୍ତୁ । ନିୟମିତ ୭ରୁ ୮ ଘଣ୍ଟା ଶୁଅନ୍ତୁ । ରାତି ସାଢ଼େ ୧୦ଟା ଭିତରେ ଶୁଅନ୍ତୁ ଓ ସକାଳ ୬ରୁ ଉଠନ୍ତୁ । ଏପରି କରିବା ଦ୍ୱାରା ଘୁଙ୍ଗୁଡ଼ି ଭଳି ସମସ୍ୟା ଦେଖା ଦେଇ ନ ଥାଏ।

Leave a Reply

Your email address will not be published. Required fields are marked *