ଘଷିପୁରାରୁ ଲଢିବେ ସୌମ୍ୟ ! ହଁ ଆଜ୍ଞା ରାଜ୍ୟ ରାଜନୀତିରେ ଆଗକୁ ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ବାଚନ ପର୍ବ ଅନୁଷ୍ଟିତ ହେବାଉ ଯାଉଛି । ଯେଉଁଥି ପାଇଁ ନିର୍ବାଚନର ପୂର୍ବ ପ୍ରସ୍ତୁତି ସବୁ ଜୋରଦାର ଚାଲୁ ରହିଛି । ତେବେ ଏହାରି ମଧ୍ୟରେ ବିଧାନସଭା ଓ ଲୋକସଭା ପାଇଁ ପ୍ରତ୍ଯେକ ଦଳ ନିଜ ନିଜର ଉପଯୁକ୍ତ ପ୍ରାର୍ଥୀ ଚୟନ କରି ତାଙ୍କୁ ଟିକେଟ ମଧ୍ୟ ଦେଇସାରିଛନ୍ତି । ଆଉ ମାତ୍ର କେତେ ଗୁଡିଏ ହାତ ଗଣତି ଆସନର ପ୍ରାର୍ଥୀଙ୍କ ନାମ ଯଦିଓ କୌଣସି ଦଳ ସାମ୍ନାକୁ ଆଣିନାହିଁ ।
ତେବେ ଏହାରି ମଧ୍ୟରେ କିନ୍ତୁ ବିଜେପିରୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଧାନସଭା ପ୍ରାର୍ଥୀ ଭାବେ ଘଷିପୁରାରୁ ଲଢିବାକୁ ଯାଉଛନ୍ତି । ତେବେ ବିଜେପିରୁ ଟିକେଟ ପାଇବା ପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ତାଙ୍କ କହିବା ଆଧାରରେ ଗତ କିଛି ଦିନ ଧରି ମୋତେ କିଛି ରାଜନୈତିକ ଦଳରୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଆସିଛି । ତେବେ ବିଜେଡିରୁ ମୁଁ ବହିଷ୍କାର ହେବା ପରେ ବିଜେପିରୁ ନିର୍ବାଚନ ଲଢିବା ପାଇଁ ମୋତେ ସୁଯୋଗ ମିଳିଛି । ମୋ ସାଥିରେ ମୋର ଶୁଭେଛୁ ଓ ସମର୍ଥକ ମାନଙ୍କର ସମର୍ଥନ ଓ ଭଲପାଇବା ରହିଛି । ମୁଁ ଦେବୀ ମା’ ଙ୍କ ପାଖରୁ ଆଶ୍ରୀବାଦ ନେବାକୁ ଆସିଛି ।
ଯେ ମୁଁ ଭାରତୀୟ ଜନତା ପାର୍ଟି ତରଫରୁ ଘଷିପୁରାରୁ ନିର୍ବାଚନ ଲଢିବାକୁ ଯାଉଛି । ତେଣୁ ଦେବୀ ମା’ ଙ୍କର ଆଶ୍ରୀବାଦ ପାଇଲେ ମୁଁ ଆଗକୁ ବଢିପାରିବି । ଦଳ ଯେଉଁଠାରେ ଥିବ । ସେଠାରେ ନିର୍ବାଚନ ସମୟରେ ଏକାଧିକ ଲୋକ ଆଶାୟୀ ପ୍ରାର୍ଥୀ ହୋଇ ରହିବା ସ୍ଵାଭାବିକ କଥା ଅଟେ । ତେବେ ଦଳ ଯାହାକୁ ଉଚିତ ମନେ କରିବ ତାହାକୁ ସେ ପ୍ରାର୍ଥୀ ରୂପେ ଚୟନ କରିବ । ତେଣୁ ମୁଁ ଭାରତୀୟ ଜନତା ପାର୍ଟିକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।
ଯେ ଦଳ ମୋ ଉପରେ ଭରଷା କରି ମୋତେ ଘଷିପୁରାରୁ ଲଢିବା ପାଇଁ ଟିକେଟ ଦେଇଛି । ତେଣୁ ମୁଁ ଦଳକୁ କୃତଜ୍ଞତା ଜ୍ଞାପନ କରୁଛି । ନିର୍ବାଚନରେ ମୋ ସହ ଅନ୍ୟ ଦଳର ଯେଉଁ ମନେ ସବୁ ପ୍ରତିଦ୍ଵନ୍ଦୀତା କରିବାକୁ ଯାଉଛନ୍ତି । ସମସ୍ତେ ନିଜ ନିଜର ବେଷ୍ଟ ଦେଇ ଲଢିବା ସହ ମୁଁ ମଧ୍ୟ ମୋର ବହୁ ବର୍ଷ ଅଭିଜ୍ଞତାକୁ ନେଇ ନିର୍ବାଚନ ମଇଦାନରେ ଓହ୍ଲେଇବି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।