Vastu Tips- ମୟୁର ପର ଘରେ କେଉଁଠି ରଖିଲେ ବଢିଥାଏ ଧନ ?

ନମସ୍କାର ବନ୍ଧୁଗଣ ତେବେ ଆଜିର ସମୟରେ ସବୁ ଜିନିଷର ଦାମ ବଢ଼ିବାରେ ଲାଗିଛି । ପ୍ରତେକ ବ୍ୟକ୍ତି ପଇସା ରୋଜଗାର କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ବର୍ତ୍ତମାନ ସମୟରେ ଧନ ହିଁ ସବୁକିଛି । ଧନ ନଥିଲେ କିଛି ନାହିଁ । ଏମିତି ଖୁବ ଲୋକ ଅଛନ୍ତି ଯାହାଙ୍କୁ ଟଙ୍କାର ଅଭାବ ହେଉନାହିଁ । ଗରିବ ହେଉ ବା ଧନୀ ହେଉ ସମସ୍ତଙ୍କୁ ଟଙ୍କାର ଆବଶ୍ୟକ ହୋଇଥାଏ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ପରିଶ୍ରମ କରିବା ପରେ ମଧ୍ୟ ତାଙ୍କୁ ନିଜର ପରିଶ୍ରମ ଅନୁଯାୟୀ ପଇସା ମିଳିନଥାଏ ।

ତେବେ ସେତେବେଳେ ବ୍ୟକ୍ତି ନିଜର ଭାଗ୍ୟକୁ ଦୋଷ ଦେଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଉପାୟ ଆଣିଛୁ ଯାହାଦ୍ବାରା ଆପଣଙ୍କ ପାଖକୁ ଧନ ଆସିବାର ବାଟ ଖୋଲିଯିବ । ଏବଂ ଆପଣଙ୍କୁ ଧନର ଅଭାବ ରହିବ ନାହିଁ । ମାତ୍ର ୩ଟି ମୟୂର ପଙ୍ଖ ର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟାର ଅନ୍ତ ହେବ । ତେବେ ଚାଲନ୍ତୁ ଜାଣିବା । ମୟୂର ପଙ୍ଖ ଶ୍ରୀକୃଷ୍ଣ ଙ୍କ ପ୍ରତୀକ ହୋଇଥାଏ ।

ଏହା ବହୁତ ଚମତ୍କାରି ହୋଇଥାଏ । ଏହା ତନ୍ତ୍ର ମନ୍ତ୍ର ରେ ମଧ୍ୟ ବହୁତ କାମରେ ଆସିଥାଏ । ଶାସ୍ତ୍ରରେ ମଧ୍ୟ ଏହାର ବିଶେଷତ୍ଵ ଉଲ୍ଲେଖ ହୋଇଛି । ଏହି ମୟୂର ପଙ୍ଖ କୁ ଯଦି ଆପଣ ବଇଁଶୀ ସହିତ ଯୋଡ଼ିକି ରଖିବେ ତେବେ ଆପଣଙ୍କ ସମ୍ପର୍କରେ ମଧୁରତା ଭରି ରହିଥାଏ । ଏବଂ ପରିବାରରେ ଧନର ଅଭାବ ହୋଇନଥାଏ । ଆପଣଙ୍କ ଶତ୍ରୁ ମଧ୍ୟ ଆପଣଙ୍କ ମିତ୍ର ପାଲଟିଯାନ୍ତି ।

ତେବେ ଯଦି ଘରେ ସବୁବେଳେ କିଛି ନା କିଛି ଦୁର୍ଘଟଣା ବା ସମସ୍ୟା ଲାଗି ରହୁଛି ତେବେ ଜାଣନ୍ତୁ କି ଘରେ ନକାରାତ୍ମକ ଉର୍ଜା ବଢ଼ିଯାଇଛି । ଏହାକୁ ଦୂର କରିବା ପାଇଁ ସନ୍ଧ୍ୟା ବେଳେ ଠାକୁରଙ୍କ ପୂଜା କରିସାରିବା ପରେ ମୟୂର ପଙ୍ଖ ନେଇ ପୁରା ଘରେ ଜୋରେ ଜୋରେ ହଲାନ୍ତୁ । ଏହା ଦ୍ବାରା ନକରାତ୍ମକ ଉର୍ଜା ର ଅନ୍ତ ଘଟିବ ଏବଂ ସକାରାତ୍ମକ ଶକ୍ତିର ଆଗମନ ହେବ । ଏହାକୁ ଘରେ ପ୍ରତିଦିନ କରନ୍ତୁ ।

ଯେଉଁ ଘରେ ସକାରାତ୍ମକ ଉର୍ଜା ରହିଥାଏ ସେଠାରେ ମାତା ଲକ୍ଷ୍ମୀ ସ୍ୱୟଂ ବାସ କରିଥାନ୍ତି । ତେଣୁ କୌଣସି ଏକ ଶୁଭ ଦିନ ଦେଖି ଏକ ମୟୂର ପଙ୍ଖକୁ ନେଇ ଘରର ଏମିତି ସ୍ଥାନରେ ରଖନ୍ତୁ ଯେଉଁଠାରେ ସମସ୍ତଙ୍କ ନଜର ପଡ଼ିବ । ଏହି ପଙ୍ଖ ସମସ୍ତଙ୍କ ନକାରାତ୍ମକ ଉର୍ଜା ନିଜ ଆଡକୁ ଟାଣି ନେଇଥାଏ ଏବଂ ଘରେ ରହିବାକୁ ଦିଏନାହିଁ । ମୟୂର ପଙ୍ଖର ଏହି ଉପାୟ ଟି ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଲୋକଙ୍କୁ ସମସ୍ତ ଅଘଟଣ ଏବଂ ସମସ୍ୟା ଠାରୁ ଦୂରେଇ ରଖିବ ।


ଘରର ସବୁ ରୁମ ରେ ଗୋଟେ ଗୋଟେ ମୟୂର ପଙ୍ଖ ରଖନ୍ତୁ ଏହା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଘରେ ଯଦି କୌଣସି ଶିଶୁ ବହୁତ ଜିଦିଆ ବା ଅମାନିଆ ହୋଇଥାଏ ତେବେ ତାକୁ ଦୁଇଟି ମୟୂର ପଙ୍ଖ ଦିଅନ୍ତୁ ଏବଂ ତାକୁ ସେହି ମୟୂର ପଙ୍ଖକୁ ପ୍ରତିଦିନ ଦେଖିବାକୁ କୁହନ୍ତୁ । ଏହାଦ୍ବାରା ତାର ଜିଦି କମ ହୋଇଯିବ । ଆପଣଙ୍କ ଆଲମାରି ରେ ଯେଉଁଠାରେ ଆପଣ ପଇସା ରଖୁଛନ୍ତି ସେହିଠାରେ ମୟୂର ପଙ୍ଖ ରଖନ୍ତୁ ।

ଏହା ଦ୍ଵାରା ଆପଣଙ୍କ ଧନ ବୃଦ୍ଧି ହୋଇଥାଏ । ଏବଂ ଖର୍ଚ ମଧ୍ୟ କମିଯାଇଥାଏ । ପ୍ରତିଦିନ ମୟୂର ପରକୁ ପୂଜା କରନ୍ତୁ ଏହା ଦ୍ବାରା ଆପଣଙ୍କ ଭାଗ୍ୟ ଖୋଲିଥାଏ ଏବଂ ଆପଣଙ୍କ ଘରେ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଘରର ମୁଖ୍ୟ ଦ୍ଵାରରେ ତିନୋଟି ମୟୂର ପଙ୍ଖ ଲଗାନ୍ତୁ ଏହାଦ୍ବାରା ଆପଣଙ୍କ ପରିବାରରେ କୌଣସି ସମସ୍ୟା ଆସିନଥାଏ । ଏବଂ ଆପଣଙ୍କ ପରିବାର ସଦସ୍ୟ ଶୁଖି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *