ଘୋଡା ଉପରେ ବସି ବୁଲିଲେ Sura ଭାଇ, ଭାଇରଲ ହେଲା ଏହି ମଜାଦାର Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।


କେତେବେଳେ ନିଜର ନିଆରା ହିନ୍ଦୀରେ ଇଣ୍ଟରଭିୟୁ ଏବଂ ହିନ୍ଦୀରେ ଭାଷଣ ଦେଇ ଚର୍ଚ୍ଚାରେ ରହିଥାନ୍ତେ ତ କେତେବେଳେ ସ୍ୱାମୀ ସ୍ତ୍ରୀ ର ଝଗଡା ବିଷୟ ରେ ନିଜର ନିଆରା ଢଂଗ ର ଉପାୟ ବିଷୟ ରେ କହି ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ବର୍ତ୍ତମାନ ଫୁଣି ଥରେ ସେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।

ତେବେ ସୋମବାର ଏକ ଘୋଡା ଉପରେ ବସୁଥିବାର ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହୋଇଛି । ପାଇକ ତିଗିରିଆରେ ଅନୁଷ୍ଠିତ ଘୋଡା ଦୌଡ ପ୍ରତିଯୋଗିତାରେ ସୁରଭାଇ ଘୋଡା ଚଢୁଥିବା ନଜର ଆସିଥିଲେ । ମା ବର କନ୍ୟା ଆସୋସିଏସନ ପକ୍ଷରୁ ଏହି ଘୋଡା ଦୌଡ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ସୁର ରାଉତରାୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଘୋଡା ଉପରେ ବସିବା ପରେ ନିଜର ପ୍ରିୟ ଡାଏଲଗ ରେଡି ତ ଏବଂ ମାଡି ଚାଲ ଭଳି ଡାଇଲଗ କହିଥିଲେ ସୁର ଭାଇ ।

ତେବେ ପ୍ରଥମେ ଘୋଡା ଉପରେ ଚଢ଼ିବାରେ ବହୁତ ଅସୁବିଧା ହେଉଥିଲା ଏବଂ ଅନେକ ପ୍ରୟତ୍ନ ପରେ ବହୁତ କଷ୍ଟ ରେ ସୁର ଭାଇ ସେହି ଘୋଡା ଉପରେ ଚଢିଥିଲେ ତେବେ ସେତେବେଳେ ସେ ଏହା ମଧ୍ୟ କହୁଥିଲେ କାଳିଆ ଘୋଡାରେ ଚଢିବି ମଧୁବାବୁ ସହ ଲଢ଼ିବି । ତେବେ ଘୋଡ଼ା ଉପରେ ବସିବା ପରେ ସେ କେତେବେଳେ ଘୋଡା ଉପରେ ବସି ସେଲ୍ଫି ନେଉଛନ୍ତି ତ କେତେବେଳେ ତଳେ ଛିଡା ହୋଇଥିବା ଲୋକ ମାନେ ମଧ୍ୟ ଫଟୋ ଉଠାଉ ଥିଲେ ।


ତେବେ ପରେ ସେ ଘୋଡ଼ା ରେ ବସି ପଡ଼ିଆରେ ବୁଲିବା ମଧ୍ୟ ଆରମ୍ଭ କରିଦେଇ ଥିଲେ କିନ୍ତୁ ହଠାତ ଘୋଡା ଟି ହଡ଼ବଡ଼ ହୋଇ ଯାଇଥିଲା ଏବଂ ସୁର ଭାଇ ପଡୁ ପଡ଼ୁ ବଂଚି ଯାଇଥିଲେ । ତେବେ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ ଚ୍ୟାନେଲ ରେ ଖୁବ ଭାଇରାଲ ହେଉଛି । ଏହା ସହ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *