ଘିରି ଘିରି ହେଇ ବୁଲୁଛି ଅଷ୍ଟପ୍ରହରୀ ପେଣ୍ଡାଲ ! ଭିଡିଓ ଭାଇରାଲ ହେବା ପରେ ଲୋକେ କହିଲେ…

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣ ମାନେ ଦେଖି ପାରୁଥିବେ ଏଠାରେ ଅଷ୍ଟ ପ୍ରହରୀ ଚାଲିଛି ଆଉ ଏଠି ଅଷ୍ଟ ପ୍ରହରୀ ମଣ୍ଡପ ଚକ୍ର ପରିକା ହୋଇଛି । ଚାଲିଛି ଚବିଶି ପହର ନାମ ଯଜ୍ଞ ତିଆରି ହୋଇଥିବା ମଣ୍ଡପ କିପରି ଘୂରୁଛି ଦେଖନ୍ତୁ । ଏଥିରେ କୌଣସି ଯନ୍ତ୍ରପାତି ଲାଗିନି ଗାଁର ଲୋକଙ୍କ ନିଜସ୍ଵ ଉଦ୍ୟମରେ ତିଆରି ହୋଇଛି ଦେଶୀ ଢାଞ୍ଚାରେ ମଣ୍ଡପ ।

ଆପଣ ଅନେକ ସ୍ଥାନରେ ନାମ ଯଜ୍ଞ ଦେଖିଥିବେ । କେଉଁଠି ମଣ୍ଡପ କରାଯାଇ ଥାଏ ତ କେଉଁଠି ତମ୍ବୁ ତଳେ ଚାଲି ଥାଏ ନାମ ଯଜ୍ଞ । ହେଲେ ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକର ମୁଣ୍ଡତୋହୀ ଗାଁରେ ଚାଲି ଥିବା ଚବିଶି ପହର ନାମ ଯଜ୍ଞ ଏମିତି ମଣ୍ଡପ ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଲାଗି ରହିଛି । ଦର୍ଶକ ବନ୍ଧୁ ଭଲ ଭାବରେ ଦେଖନ୍ତୁ ଏ ଚିତ୍ରକୁ ଘୂରୁଛି ଚକ୍ର ଆଉ ଘୂରୁଛି ମଣ୍ଡପ ।

ଏହି ଚକ୍ରରେ କୌଣସି ଯନ୍ତ୍ରପାତି ଲାଗିନି କେବଳ ଗାଁ ଲୋକଙ୍କ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ଦେଶୀ ଢାଞ୍ଚାରେ ମଣ୍ଡପ ଯାହାର ଭିତରେ ମହା ମନ୍ତ୍ର ନାମ ଯଜ୍ଞ କରୁଛନ୍ତି ଲୋକ ମାନେ । ବହୁତ ବର୍ଷ ପରେ ଗାଁରେ ଏମିତି ମଣ୍ଡପ ତିଆରି କରି ନାମ ଜଗି ହେଉଥିବାରୁ ଲୋକ ମାନଙ୍କ ମନରେ ବେସ ଆଗ୍ରହ ଦେଖିବାକୁ ମିଳିଛି ।

ତେବେ ଲୋକ ମାନଙ୍କର କହିବା ଅନୁସାରେ ଗାଁରେ ପୂର୍ବ ପୁରୁଷରୁ ଏମିତି ଜଗି ଚାଲି ଆସିଛି । ଦୀର୍ଘ ଚାରି ମାସ ଧରି ପ୍ରସ୍ତୁତି ଆରମ୍ଭ କରାଯାଏ । ଗାଁ ଯଜ୍ଞରୁ କାଠ ସଂଗ୍ରହ କରାଯାଇ ମଣ୍ଡପ ତିଆରି କରନ୍ତି ଗ୍ରାମବାସୀ । ଚାରି ମାସ ଧରି ଗାଁରେ ଏହି ମହୋତ୍ସବ ହେଉଥିବା ବେଳେ ମହିଳା ମାନେ ଘର ଆଗରେ କଳସ ବସାଇ ବ୍ରତ ପାଳନ କରନ୍ତି । ଏମିତି ନାମ ଯଜ୍ଞ ଜିଲ୍ଲାର କେତେକ ସ୍ଥାନରେ ଦେଖିବାକୁ ମିଳି ଥାଏ ।

ଆଉ ଏପରି ମଣ୍ଡପ ଦେଖିବାକୁ ଦୂର ଦୁରନ୍ତାରୁ ଲୋକ ମାନେ ଆସିଥାନ୍ତି । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *