ଘରର ଅଭାବ ପାଇଁ ଘରକୁ ଗୋଡ଼ କାଢିଥିଲା ଝିଅ, ହେଲେ ବେଙ୍ଗାଲୁରୁରେ ଯାଇ ଝିଅର ଅବସ୍ଥା ଏମିତି ହେଇଗଲା…

ଘରର ଅଭାବ ପାଇଁ ଘରୁ ଗୋଡ କାଢିଥିଲା ଝିଅ, ହେଲେ ଝିଅର ଅବସ୍ଥା ଏମିତି ହୋଇଗଲା… ହଁ ଆଜ୍ଞା ପରିବାରର ଅଭାବ, ଅନାଟନ ପାଇଁ ଟଙ୍କା ରୋଜଗାର କରିବା ଉଦ୍ଧେଶ୍ୟରେ ନିଜ ମାଉସୀଙ୍କ ସହ ସତ୍ୟଭାମା ନାଇକ ନାମକ ଝିଅ ଜଣଙ୍କ ବେଙ୍ଗାଲୁରୁ ଚାଲି ଯାଇଥିଲେ । ସେଠାରେ ଯାହା ରୋଜଗାର କରନ୍ତି । ସେହି ପଇସାରେ ନିଜେ ଚଳିବା ସହ ଘର ଚଳିବା ପାଇଁ ମଧ୍ୟ ଘରକୁକିଛି ଟଙ୍କା ପଠେଇଥାନ୍ତି । ହେଲେ ଖରାପ ସମୟ ଝିଅର ଅବସ୍ଥାକୁ ଏମିତି କରିଦେଇଛି ।

ପରିବାରର ଦୁଃଖକୁ ସହିନପାରି ଦୁଇ ପଇସା ରୋଜଗାର କରିବା ପାଇଁ ଝିଅଟି ବେଙ୍ଗାଲୁରୁକୁ ଯାଇଥିଲେ । ବେଙ୍ଗାଲୁରୁରେ କାମ କରୁଥିବା ବେଳେ ଦିନେ ରାତିରେ କାମ କରି ଆସି ଶୋଇ ପଡିଥିଲେ । ତାପରେ ରାତିରେ ହଟାତ ଶୋଷ ଲାଗିବା କାରଣରୁ ତାଙ୍କର ନିଦ ଭାଙ୍ଗିଯାଇଥିଲା । ତାପରେ ପାଖ ଟେବୁଲରେ ଥୁଆ ହୋଇଥିବା ବୋତଲର ପାଣିକୁ ସେ ପିଇଦେଇଥିଲେ । ହେଲେ ସେହି ବୋତଲରେ ଏସିଡ ଥିଲା । ପାଣି ପିଇସାରିବା ପରେ ସେହି ଠାରେ ହିଁ ଯୁବତୀ ଜଣଙ୍କ ଗଡିଯାଇଥିଲେ ।

ପାଟି ଓ ତଣ୍ଟି ପୋଡିଯିବା କାରଣରୁ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ । ତାଙ୍କର ସେହି ଚିତ୍କାର ଶୁଣି ପାଖରେ ଥିବା ଲୋକମାନେ ଦୌଡି ଆସି ତାଙ୍କୁ ପାଖ ଏକ ଘରୋଇ ହସ୍ପିଟାଲକୁ ନେଇ ଯାଇଥିଲେ । ହେଲେ ହସ୍ପିଟାଲକୁ ନେବା ବେଳେ ଝିଅର ଅବସ୍ଥା ବହୁତ ଗୁରୁତର ହୋଇଯାଇଥିଲା । ସେହି ଯୁବତୀଙ୍କର ଏବେ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଦରକାର ପଡୁଛି । ହେଲେ ଝିଅର ଚିକିତ୍ସା ପାଇଁ ଘର ଲୋକ ଟଙ୍କା ଖର୍ଚ କରିବା ପାଇଁ ସକ୍ଷମ ନାହାନ୍ତି ।

ତେଣୁ ଭଗବାନଙ୍କୁ ଭରଷା କରି ଘରେ ଚୁପ ହୋଇ ପରିବାର ଲୋକ ବସିଛନ୍ତି । ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଗ୍ରାମର ରମେଶ ଚନ୍ଦ୍ର ନାଇକଙ୍କ ଝିଅ ସତ୍ୟଭାମା ନାଇକଙ୍କ ଅବସ୍ଥା ଏଭଳି ଘଟିଯାଇଛି । ସତ୍ୟଭାମାଙ୍କର ପାଟି ଓ ତଣ୍ଟି ସହ ଖାଦ୍ୟନଳୀ ସପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହେଲେ ଅର୍ଥ ଅଭାବ କାରଣରୁ ଯୁବତୀଙ୍କର ଚିକିତ୍ସା ହୋଇପାରୁନାହିଁ । ତେଣୁ ଯୁବତୀ ଜଣଙ୍କ ନିଜର ଚିକିତ୍ସା ନିମନ୍ତେ ଲୋକଙ୍କୁ କିଛି କିଛି ତାଙ୍କ ପାଇଁ ଆର୍ଥିକ ସାହାଜ୍ଯ ସହଯୋଗର ହାତ ବଢାଇବା ପାଇଁ ନିବେଦବ କରିଛନ୍ତି। ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *