ନମସ୍କାର ବନ୍ଧୁଗଣ ତେବେ ଆମ ଘରେ ଛୋଟ ରୁ ଛୋଟ ହେଉଥିବା ଘଟଣା ମାନଙ୍କ ମଧ୍ୟ ରେ କୌଣସି ନା କୌଣସି ସଙ୍କେତ ଲୁଚି ରହିଥାଏ । ଏବଂ ଏହି ସଙ୍କେତ କୁ ଯଦି ଆମେ ଜାଣି ପାରିବା ତେବେ ଆମେ ଆମ ଭବିଷ୍ୟତ କୁ ମଧ୍ୟ ସୁଧାରିବା ପାଇଁ ଚେଷ୍ଟା କରି ପାରିବୁ । ଏବଂ ଆସୁଥିବା ସମସ୍ତ ଅସୁବିଧା ଏବଂ ସମସ୍ୟା ମାନଙ୍କ ଠାରୁ ମଧ୍ୟ ବଞ୍ଚି ପାରିବା । ଏବଂ ଘରେ ଯେତେବେଳେ ଦରିଦ୍ରତା ଏବଂ ଗରିବୀ ଆସୁଥାଏ । ତେବେ ଘରେ ଛୋଟ ଛୋଟ କଥା ଆମକୁ ସୁଚିତ କିମ୍ବା ସଙ୍କେତ ମଧ୍ୟ ଦେଇ ଥାଏ ।
ଆଜି ଆମେ ଆପଣଙ୍କୁ କହିବୁ କି ଗରିବୀ ଏବଂ ଦରିଦ୍ରତା ଆସିଲେ କେଉଁ କେଉଁ ସବୁ ସଙ୍କେତ ଦେଖା ଯାଏ । ଏବଂ ତାକୁ ଆମେ କେଉଁ ଭଳି ଭାବେ ଜାଣି ପାରିବା ତେବେ ଚାଲନ୍ତୁ ଜାଣିନେବା ସେହି ବିଷୟରେ । ୧ – ପ୍ରଥମ ରେ ହେଉଛି ଯଦି ଆପଣଙ୍କ ଘରେ ଦାରିଦ୍ର୍ୟ ଆସିବାର ଥାଏ ତେବେ ଏହାର ପ୍ରଭାବ ସର୍ବ ପ୍ରଥମେ ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛ ଉପରେ ଦେଖିବାକୁ ମିଳିବ । ଆପଣଙ୍କ ଘରେ ଲାଗିଥିବା ତୁଳସୀ ଗଛ ସଂପୂର୍ଣ୍ଣ ଭାବରେ ଶୁଖିବାକୁ ଲାଗିବ ।
ଏହି ସଂକେତ ରୁ ଆପଣ ଜାଣିଯିବେ ଯେ ଆପଣଙ୍କ ଘରକୁ ଦାରିଦ୍ର୍ୟ ଆସିବାର ଅଛି । ୨ – ଦ୍ଵିତୀୟ ରେ ହେଉଛି ଖାଦ୍ୟ ପଦାର୍ଥ ରେ କଳା ପିମ୍ପୁଡି ଅଥବା କଳା ଜନ୍ଦା ଲାଗିଯିବା । ଏହିଭଳି ଦେଖାଯାଉଥିଲେ ଆପଣଙ୍କର ଖରାପ ସମୟ ଆସିଅଛି ବୋଲି ଆପଣ ଜାଣି ଯାଆନ୍ତୁ।
୩ – ତୃତୀୟ ରେ ହେଉଛି ଆପଣଙ୍କ ଘରେ ଲାଗିଥିବା ଗଛଲତା ସର୍ବଦା ସବୁଜ ହେବା ଆବଶ୍ୟକ । ଘରେ ଲାଗିଥିବା ଗଛ ଲଟା ସୁଖିବା କଥା ନୁହେଁ ଅନ୍ୟଥା ଆପଣଙ୍କର ବୁଦ୍ଧ ଗ୍ରହ ଖରାପ ହୋଇଯିବ । ଏହା ଦ୍ଵାରା ଆପଣଙ୍କ ଉପରେ କରଜ ବଢିଥାଏ । ଗଛଲତା କୁ ଆପଣ ସବୁଦିନ ଜଳ ନିଶ୍ଚିତ ଦିଅନ୍ତୁ। ୪ – ଚତୁର୍ଥ ରେ ହେଉଛି ଘରେ ଝାଡୁ ମାତା ଲକ୍ଷ୍ମୀ ଙ୍କ ସୂଚକ ଅଟେ କାରଣ ସେ ଘରେ ଦାରିଦ୍ର୍ୟତାକୁ ବାହାରକୁ କାଢିଥାଏ ।
ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ଅଥବା ଧନ ଦୌଲତ ଆସିଥାଏ । ଏଣୁ ଝାଡୁ ଉପରେ ପାଦ ରଖିବା କଥା ନୁହେଁ । ୫ – ପଞ୍ଚମ ରେ ହେଉଛି ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗାଇବା କଥା ନୁହେଁ । କାରଣ ଏହା ବ୍ୟକ୍ତି ର ଦୁର୍ଭାଗ୍ୟ କୁ ଆମନ୍ତ୍ରଣ ଦେଇଥାଏ। ୬- ଷଷ୍ଠ ରେ ହେଉଛି ଝାଡୁ କୁ ଓଲଟା କରି ରଖିବା ଉଚିତ ନୁହେଁ ।
ଏହା ଅଶୁଭ ହୋଇଥାଏ । ଝାଡୁ କୁ ଛିଡା କରାଇ ରଖିବା ଦ୍ଵାରା ଘରେ କଳହ ବଢିଥାଏ । ୭- ସପ୍ତମ ରେ ହେଉଛି ସନ୍ଧ୍ୟା ସମୟରେ ଆପଣ ଝାଡୁ ଲଗାନ୍ତୁ ନାହିଁ । ଏହାଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି । ୮ – ଅଷ୍ଟମ ରେ ହେଉଛି ତେବେ ଘରର କୌଣସି ସଦସ୍ୟ ବାହାରକୁ ଗଲେ, ତୁରନ୍ତ ଆପଣ ଝାଡୁ ଲଗାନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । ୯ – ନବମ ରେ ହେଉଛି ଝାଡୁ କୁ ଆପଣ ନିଜ ଘରେ ଲୁଚାଇ ରଖନ୍ତୁ ।
ଧ୍ୟାନ ରଖିବେ ଯେ କାହା ନଜର ଯେମିତି ଏହା ଉପରେ ନ ପଡିବ । ଯେଉଁ ଭାବରେ ଧନ କୁ ଲୁଚାଇ ରଖିବେ ସେହିଭଳି ଆପଣ ଝାଡୁକୁ ମଧ୍ୟ ଲୁଚାଇ ରଖନ୍ତୁ । ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଝାଡୁ ରଖିବା ଉପରେ ବିଶେଷ କଥା କୁହାଯାଇଅଛି ଯଦି ଏଭଳି ନରଖନ୍ତି ତେବେ ଆପଣଙ୍କୁ ବିଭିନ୍ନ ଆର୍ଥିକ ସମସ୍ୟା ର ସମାଧାନ କରିବାକୁ ହେବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।