‘ମୋ ପିଲାକୁ ଫସେଇଛି, ଘରେ ପଶି 3 କୋଟି ମାଗିଥିଲା, ନ ଦେବାରୁ ସେ ଆଜି…’ ଦୀପିକା ଓ ଶାଶୁଙ୍କ ମଧ୍ୟରେ ଭୟଙ୍କର ଝଗଡା, ଭାଇରାଲ ହେଲା Video

ନମସ୍କାର ବନ୍ଧୁଗଣ ତେବେ ବ୍ରହ୍ମପୁରର ଦୀପିକା ଧାରଣା ମାମଲା । ଏହି ମାମଲାରେ ଏବେ ଆସିଛି ନୂଆ ମୋଡ । ଦୀର୍ଘ ଦିନ ଧରି ଘରେ ତାଲା ପକାଇ ଘର ଛାଡି ଚାଲିଯାଇଥିବା ଦୀପିକା ଶାଶୁ ଶ୍ୱଶୁର ଘରକୁ ଫେରିଛନ୍ତି । ଦୀପିକା ଲଗାଇଥିବା ପାଲକୁ କାଢି ଦେବା ସହ ତାଲା ଖୋଲି ଘରକୁ ଯାଇଛନ୍ତି ପରିବାର ଲୋକେ । ସେପଟେ ପ୍ରେମିକ ଦୀନେଶଙ୍କ ଘର ଆଗରେ ଦୀର୍ଘ ୬୦ରୁ ଅଧିକ ଦିନ ଧରି ଧାରଣାରେ ବସିଛନ୍ତି ଦୀପିକା ।


ଦୀନେଶଙ୍କ ପରିବାର ଲୋକେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରୁନାହାନ୍ତି । ଏହାକୁ ନେଇ ଦୀନେଶଙ୍କ ପରିବାର ଲୋକଙ୍କ ସହ ବିବାଦ ବଢିଛି । ଏହାସହିତ ଥାନାରେ ଏତଲା ମଧ୍ୟ ହୋଇଛି । ତେବେ ବ୍ରହ୍ମପୁରରେ ଗତ ଦୁଇ ମାସ ହେବ ଧାରଣାରେ ବସିଥିବା ଦୀପିକା ଙ୍କ କାହାଣୀ ସମ୍ବନ୍ଧରେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଛନ୍ତି । ନିଜ ଛୁଆ ଙ୍କୁ ବାପା ର ପରିଚୟ ଦେବା ପାଇଁ ଆଖିଆପିଆ ଦିନ ରାତି ଧାରଣା ଦେଇଥିବା ଗୋଟିଏ ନାରୀର କାହାଣୀ ।

ଆଜି ବର୍ଷା ରେ ବ୍ରହ୍ମପୁର ସହର ସଂପୂର୍ଣ୍ଣ ଭାବରେ ଜଳମଗ୍ନ ହୋଇଯାଇଛି । ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି ଆଉ ଠିକ ଏହି ସମୟର ସୁଯୋଗ ନେଇ ଦୀପିକା ଙ୍କ ଶାଶୁଘର ଲୋକେ କିଭଳି ଭାବରେ ଦୀପିକା ଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଦିନେଶ ଙ୍କ ଜେଜେ ମା’ ଙ୍କ ଉପରେ ହାତ ବାଜୁନଥିଲା କି ଗୋଡ ମଧ୍ୟ ବାଯୁ ନଥିଲା ତଥାପି ସେ କାନ୍ଦୁଛନ୍ତି ତଥା ବାହୁନୁଛନ୍ତି ।

ମିଛରେ ମିଛରେ କହିଥିଲେ ମା’ ମାରିଦେଲା ଲୋ ଆଉ ଏହାପରେ ଜେଜେ ମା’ କହିଛନ୍ତି ଯେ ସେ କୁଆଡେ ଦୀପିକା ଙ୍କ ପାଲ ଚିରିଲା ବେଳକୁ ସେ ତାଙ୍କୁ ମାରିଲେ । ତେବେ ନାରୀ ହୋଇ ଆଉ ଗୋଟିଏ ନାରୀ କୁ ଏଭଳି ଅତ୍ୟାଚାର କରିବାକୁ କେମିତି ଆଗଉଛନ୍ତି ? ନିଜ ପୁଅ କୁ ଲୁଚାଇ ତଥା ଘଣ୍ଟ ଘୋରାଇ ଗୋଟିଏ ନାରୀ କୁ ନାନା ପ୍ରକାରର ନିନ୍ଦା ଅପବାଦ ଦେଇ ଚାଲିଛନ୍ତି ।
ତେବେ ପରେ ଦିନେଶ ଙ୍କ ମାଆ ଆସି ମିଡ଼ିଆ ଆଗରେ କହୁଛନ୍ତି କି ମୋତେ ଏ ଝିଅ ପଇସା ମାଗୁଛି ଘର ମାଗୁଛି ।

ତେବେ ଏ ଝିଅ ଭଲ ନୁହେଁ ଫାଲତୁ କାମ କରୁଛି ଏଇଠି ବସିକରି ଯଦି ସେ ଏତେ ସତ ତେବେ ମୋତେ ଆଗ ଡ଼ିଏନଏ ରିପୋର୍ଟ ଦେଖାଉ ତାପରେ ମୁଁ ନିଷ୍ପତ୍ତି ନେଇଯିବି ସଙ୍ଗେ ସଙ୍ଗେ । ମୋତେ ରିପୋର୍ଟ ଆଗ ଦେଖାଉ ତାପରେ ମୁଁ କଥା ହେବି । ତେବେ ଏହି ପରି ଭାବରେ ମିଡ଼ିଆ ଆଗରେ ଦୀପିକା ଏବଂ ଦିନେଶ ଙ୍କ ମାଆ ଙ୍କ ଭିତରେ ଝଗଡା ଲାଗି ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *