Vastu Tips- କଇଁଛ ଘରେ କିପରି ଓ କେଉଁଠି ରଖିଲେ ବଢିଥାଏ ଧନ ସମ୍ପତ୍ତି

ବନ୍ଧୁଗଣ ଧର୍ମଶାସ୍ତ୍ର ଏବଂ ବାସ୍ତୁଶାସ୍ତ୍ରରେ ଏହା ମାନ୍ୟତା ଅଛି କି କଇଁଛକୁ ଘରେ ରଖିବା ନଚେତ କଇଁଛର ପ୍ରତିମାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେଉଁ ଘରେ କଇଁଛ ଥାଏ ସେହି ଘରେ ସଦା ସର୍ବଦା ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି । କାରଣ ଭଗବାନ ବିଷ୍ଣୁଙ୍କ ଏକ ଅବତାର ଏହି କଇଁଛ ଅଟେ । ଭଗବାନ ବିଷ୍ଣୁ କଇଁଛର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରାଜଳ ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ ।

ଏହା ଦ୍ଵାରା ସମୁଦ୍ର ମନ୍ଥନର ସମସ୍ତ ସମସ୍ୟା ଦୂର କରିଥିଲେ । ଆମ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେଉଁ ଘରେ କଇଁଛ ବା କଇଁଛର ପ୍ରତି ମୂର୍ତ୍ତି ରହିଥାଏ ସେହି ଘରେ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ । ତେବେ ବନ୍ଧୁଗଣ ଘରେ କଇଁଛ କିପରି ଓ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କଇଁଛକୁ ଗୁରୁବାର ଦିନ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ତାହା ଜୀବିତ ହେଉ ବା ପ୍ରତିମା ସମାନ ଫଳ ମିଳିଥାଏ । ଜୀବିତ କଇଁଛକୁ ରଖିବା ଅତ୍ୟନ୍ତ କଷ୍ଟକର ହୋଇଥାଏ ଆପଣ ମାନେ ଚାହିଁଲେ ଯେକୌଣସି ଧାତୁର କଇଁଛ ପ୍ରତିମା ଆଣି ଘରେ ରଖିପାରିବେ । କଇଁଛକୁ ସବୁବେଳେ ଉତ୍ତର ଦିଗ, ପୂର୍ବ ଦିଗ ଏବଂ ଉତ୍ତର-ପୂର୍ବ କୋଣ ବା ଅଶ୍ଵିନ କୋଣରେ ରଖିବା ଉଚିତ ।

ଆପଣ ଅଫିସ ହେଉ, ଦୋକାନ ହେଉ ବା ଘରେ ହେଉ ଏହି ଦିଗରେ କଇଁଛ ରଖିବେ । କଇଁଛର ମୁଖକୁ ମଧ୍ୟ ଆପଣ ଅଶ୍ଵିନ କୋଣରେ ରଖିପାରିବେ । ହେଲେ ଯେଉଁ ଦିଗରେ ମୁଖ୍ୟ ଦ୍ଵାର ଥିବ ସେହି ଦିଗକୁ କଇଁଛର ମୁଖ ରଖିବେ ନାହିଁ । କଇଁଛକୁ ରଖିଥିବା ପାତ୍ର ପାଣିକୁ ପ୍ରତିଦିନ ବଦଳାଇବେ । କଇଁଛଟି ଯେପରି ପାଣିରେ ଅଧା ବୁଡିକି ରହିବ ସେହିଭଳି ପାତ୍ର ନେବେ ।

ଆପଣ ମାନେ ଯେଉଁ ପାଣିରେ ରଖିବେ ତାହା ଗଙ୍ଗାଜଳ ଅଥବା ଗଙ୍ଗାଜଳ ମିଶ୍ରିତ ସାଧାରଣ ଜଳ ହେବା ଆବଶ୍ୟକ । ହେଲେ ଯେଉଁ କଇଁଛଟି ସୟନ କକ୍ଷରେ ରଖିବେ ସେଥିରେ ପାଣି ଦେବେ ନାହିଁ ତାକୁ ଶୁଖିଲା ରଖିବେ ଓ ପ୍ରତ୍ୟକ ଦିନ ତାକୁ ସଫା କରିବେ ଏହା ଦ୍ଵାରା ଅନେକ ଫାଇଦା ମିଳିଥାଏ । ଆପଣ ମାନେ ଯେବେଳେ କଇଁଛ ଆଣିବେ ପ୍ରଥମ ଦିନ କଇଁଛ ଓ ପାତ୍ରକୁ ଭଲ ଭାବରେ ଗଙ୍ଗାଜଳରେ ଧୋଇ ଧୂପ ଦୀପ ଦେଇ ରଖିବେ ।

ବାସ୍ତୁଶାସ୍ତ୍ର ଅନୁସାରେ ସମସ୍ତ ପ୍ରକାର ଧାତୁର କଇଁଛ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ସମସ୍ତ ପ୍ରକାର ଧାତୁର କଇଁଛରେ ନକରାତ୍ମକ ଊର୍ଜାକୁ ଦୂର କରି ସକାରାତ୍ମକ ଊର୍ଜା ଭରିବାର କ୍ଷମତା ଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଯେକୌଣସି ଧାତୁର କଇଁଛ ଆଣି ପାରିବେ । ତା ହେଲେ ବନ୍ଧୁଗଣ କଇଁଛ ସହ ଜଡିତ ଏହି ସବୁ କଥା ଗୁଡିକର ଧ୍ୟାନ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *