ଘରେ ବସି Youtube ରୁ ପ୍ରତି ମାସରେ ଏମିତି କରନ୍ତୁ ଲକ୍ଷ ଲକ୍ଷ ଟଙ୍କା Income, ଜାଣନ୍ତୁ ଏଥିପାଇଁ ଆପଣ କଣ କରିବେ ?

ବର୍ତ୍ତମାନ ସମୟରେ ସମସ୍ତେ ସୋସିଆଲ ମିଡିଆରେ ବହୁତ ଏକ୍ଟିବ ରହୁଛନ୍ତି । ବିଶେଷ କରି ଯୁବପିଢି କୌଣସି ନା କୌଣସି ଆପ୍ଲିକେସନରେ ବ୍ୟସ୍ତ ରହୁଛନ୍ତି । ଯଦି ୟୁଟ୍ୟୁବ ବିଷୟରେ କହିବା ତେବେ ବର୍ତ୍ତମାନ ସମୟରେ ସମସ୍ତେ ୟୁଟ୍ୟୁବକୁ ନିଜର ମନୋରଞ୍ଜନ ପାଇଁ ବ୍ୟବହାର କରୁଛନ୍ତି । କେତେକ ଲୋକମାନେ କେବଳ ଭିଡିଓ ଦେଖୁ ନାହାନ୍ତି ଏହା ଛଡା ସେମାନେ ୟୁଟ୍ୟୁବରୁ ଭଲ ରୋଜଗାର ମଧ୍ୟ କରୁଛନ୍ତି ।

ସେଥିପାଇଁ ଆଜିକାଲି ସମସ୍ତେ ୟୁଟ୍ୟୁବ ପ୍ରତି ବହୁତ ଟାଣି ହୋଇ ଯାଉଛନ୍ତି । ଆପଣ ବି ଘରେ ବସି ୟୁଟ୍ୟୁବରୁ ରୋଜଗାର କରି ପାରିବେ । କେବଳ ଏହି ସବୁ କଥା ଜାଣି ଗଲେ ଆପଣ ୟୁଟ୍ୟୁବରୁ ଭଲ ଟଙ୍କା ପାଇ ପାରିବେ । ୟୁଟ୍ୟୁବରୁ ଟଙ୍କା ଆୟ କରିବା ପାଇଁ ପ୍ରଥମେ ଆପଣ ନିଜର ଇମେଲ ଆଇଡ଼ିରେ ୟୁଟ୍ୟୁବକୁ ସାଇନ କରନ୍ତୁ ।

ପ୍ରୋଫାଇଲ ପିକଚର ଉପରେ କ୍ଲିକ କରିଲେ ଆପଣଙ୍କ ସାମ୍ନାରେ କ୍ରିଏଟ ଚ୍ୟାନେଲ ଅପସନ ଆସିବ । ଏଠି ଆପଣଙ୍କ ସାମ୍ନାରେ ଚ୍ୟାନେଲ କ୍ରିଏଟ କରିବାର ପ୍ରଶ୍ନ ଆସିବ । ସେଠି ଆପଣ ନିଜର ସବୁ ସୂଚନା ଦେଇ ଚ୍ୟାନେଲ କ୍ରିଏଟ ଅପସନକୁ କ୍ଲିକ କରି ଦିଅନ୍ତୁ । ବର୍ତ୍ତମାନ ଆପଣ ନିଜର ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଅପଲୋଡ କରିବାର ସକ୍ଷମ ହୋଇ ପାରିବେ । ଆପଣ ଭିଡିଓ କରି ଧୀରେ ଧୀରେ ସବୁଦିନ କିଛି ନା କିଛି ଭିଡିଓ ଅପଲୋଡ କରନ୍ତୁ । ବର୍ତ୍ତମାନ ଚଲାନ୍ତୁ ଜାଣିବା ମନିଟାଇଜ ପ୍ରକ୍ରିୟା କଣ ।

ଚ୍ୟାନେଲକୁ ମନିଟାଇଜ କରିବା ପାଇଁ ବହୁତ କିଛି ଶର୍ତ ଅଛି । ଯଦି ଆପଣ ନିଜର ଚ୍ୟାନେଲକୁ ଜଲ୍ଦି ହିଁ ମନିଟାଇଜ କରିବା ପାଇଁ ଚାହୁଁଛନ୍ତି ତେବେ ଏକ ନିର୍ଦ୍ଦିଷ୍ଟ ଥିମ ଉପରେ କାମ କରନ୍ତୁ । ମନିଟାଇଜ କରିବା ପାଇଁ ଶର୍ତ ଗୁଡିକ ହେଲା ଆପଣଙ୍କ ଚ୍ୟାନେଲରେ ୧୦୦୦ ଅର୍ଗାନିକ ସବସ୍କ୍ରାଇବର୍ସ ହେବା ଦରକାର । ୧୨ ମାସ ମଧ୍ୟରେ ୪ ଘଣ୍ଟାର ୱାଚ ଟାଇମ ହେବା ଦରକାର । ୱାଚ ଟାଇମ ଗଣିବା ପାଇଁ ୟୁଟ୍ୟୁବ ଆପଣଙ୍କ ଲାଇଭ ଷ୍ଟ୍ରିମିଙ୍ଗ ଓ ଭିଡିଓର ଯାଞ୍ଚ କରିଥାଏ । ଅନଲିଷ୍ଟେଡ ଭିଡିଓ, ଡ଼ିଲିଟେଡ କିମ୍ବା ପ୍ରାଇଭେଟ ଭିଡିଓ, ଆଡଭରଟାଇଜିଙ୍ଗ କ୍ୟାମପେନ ଓ ୟୁଟ୍ୟୁବ ସର୍ଟ୍ସକୁ ଏଥିରେ ଗଣାଯିବ ନାହିଁ ।

ୟୁଟ୍ୟୁବର ସମସ୍ତ ଗାଇଡଲାଇନକୁ ମାନି ଆପଣଙ୍କ ଚ୍ୟାନେଲ ମନିଟାଇଜସେନ ହୋଇଗଲେ ଆପଣ ୟୁଟ୍ୟୁବ ଆଡସେନ୍ସ ସହ ଯୋଡି ହୋଇ ପାରିବେ । ମନିଟାଇଜର ସବୁ ଶର୍ତ ପୁରା ହେବା ପରେ ଆପଣଙ୍କ ପାଖକୁ ୟୁଟ୍ୟୁବ ତରଫରୁ ମେଲ ଆସିବ । ଆପଣ ମନିଟାଇଜସେନ ଉପରେ କ୍ଲିକ କରିବେ । ଏହା ମଧ୍ୟରେ ବହୁତ ପ୍ରକ୍ରିୟା ଅଛି ଯାହା ପୁରା ହେବା ପରେ ଆପଣ ୟୁଟ୍ୟୁବର ଆଡସେନ୍ସର ଅଂସ ହୋଇଯିବେ । ଆପଣ ନିଜର ଭିଡିଓରୁ ଟଙ୍କା ପାଇବାରେ ସମର୍ଥ ହୋଇଯିବେ ।

ଦେଶରେ ବହୁତ ଯୁବକ ଓ ଯୁବତୀ ଅଛନ୍ତି ଯେଉଁମାନେ ଘରେ ବସି ଟଙ୍କା ଆୟ କରୁଛନ୍ତି । ଯଦି ଆପଣ ବି ୟୁଟ୍ୟୁବ ମାଧ୍ୟମରୁ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆଜି ହିଁ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲନ୍ତୁ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *