Vastu Tips- ଭୁଲରେ ବି ଘରର ଏହି ସ୍ଥାନରେ ରଖନ୍ତୁ ନାହିଁ ଚାବିକାଠି, ପୁରା ବରବାଦ ହେଇଯିବେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମସ୍ତଙ୍କ ଘରେ ସ୍ତ୍ରୀ ମାନେ ଘରର ସବୁ ଧନ ର ଧ୍ୟାନ ରଖିଥାନ୍ତି ଓ ସ୍ତ୍ରୀ ମାନେ ଘର ଆଲମୀରା ବା ତିଜୋରି ଚାବି ନିଜ ପାଖରେ ରଖିଥାନ୍ତି ଯାହା ବହୁତ ଶୁଭ ହୋଇଥାଏ କାହିଁକିନା ମହିଳା ମାନେ ଘର ଲକ୍ଷ୍ମୀ ହୋଇଥାନ୍ତି ଓ ତାଙ୍କ ହାତରେ ଚାବି କାଠି ରହିବା ଉଚିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା କହିବା ଯାଉଛୁ ଯେ ବାସ୍ତୁ ଶାସ୍ତ୍ର ଅନୁଯାଇ କେଉଁ ସ୍ଥାନରେ ଚାବି କାଠି ରହିବା ଦ୍ଵାରା ଆପଣଙ୍କୁ ଲାଭ ମିଳିଥାଏ ଓ କେଉଁ ଜାଗାରେ ରହିଲେ ଆପଣଙ୍କ ଧନ ହାନି ହବାକୁ ଲାଗିଥାଏ।

ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଓ ପୂର୍ବ କାଳରେ ମଧ୍ୟ ସ୍ତ୍ରୀ ମାନେ ନିଜ ଘର ସବୁ ଚାବି ଗୋଟେ ଜାଗାରେ କରି ନିଜ ଅଣ୍ଟାରେ ଝୁଲେଇ ଥାନ୍ତି, ତେବେ ଶାସ୍ତ୍ର ଅନୁଯାଇ ଏହା ବହୁତ ଶୁଭ ହୋଇଥାଏ । ଯେଉଁ ଘର ମହିଳା ମାନେ ନିଜ ଅଣ୍ଟାରେ ଘର ଚାବି କାଠି ରଖିଥାନ୍ତି ତାଙ୍କ ଉପରେ ମାତା ଲକ୍ଷ୍ମୀ ସବୁବେଳେ ଖୁସି ହୋଇଥାନ୍ତି ।

ତେବେ ପ୍ରାୟତଃ ଲୋକ ମାନେ ନିଜ ତକିଆ ତଳେ ଚାବି କାଠି ରଖିଥାନ୍ତି ଏହା ବହୁତ ଖରାପ ହୋଇଥାଏ, ଭୁଲରେ ବି ଏମିତିକା ଜାଗାରେ କେବେ ଆଲମୀରା ବା ତିଜୋରି ଚାବି ରଖନ୍ତୁ ନାହିଁ ନଚେତ ଜୀବନରେ ବହୁତ ପ୍ରକାର ଅସୁବିଧା ଆସିଥାଏ ।

ଯଦି ଆପଣ ଚାବି କାଠି ତକିଆ ତଳେ ରଖନ୍ତି ତେବେ ଆପଣଙ୍କ ଧନ ବୃଦ୍ଧି କରିବା ବଦଳରେ ହାନି ହୋଇଥାଏ ଓ ଆପଣଙ୍କ ଘରେ ଅଯଥା ଖର୍ଚ ଆରମ୍ଭ ହୋଇଥାଏ। ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଚାବି କାଠିକୁ କେବେ ସାମ୍ନା ଜାଗାରେ ରଖନ୍ତୁ ନାହିଁ ।

ଯେମିତିକି ଡ୍ରାଇଙ୍ଗ ରୁମ ଏହି ଭଳି ଜାଗାରେ ସମସ୍ତେ ଯିବା ଆସିବା ପସନ୍ଦ କରନ୍ତି ଓ ଏହି ଭଳି ଜାଗାରେ ଯଦି ଆପଣ ଚାବି ରଖନ୍ତି ତେବେ ଚୋରୀ ହବାର ସମ୍ଭାବନା ଅଧିକ ବଢି ଯାଇଥାଏ। ତେବେ ଭୁଲରେ ବି ଘର ଚାବି କାଠି ବାଥରୁମରେ ଝୁଲାନ୍ତୁ ନାହିଁ ଆପଣଙ୍କ ଘର ଉପରେ ଚନ୍ଦ୍ରମାଙ୍କ ଖରାପ ଦ୍ରୁଷ୍ଟି ପଡିଥାଏ ।

ଯାହା ଫଳ ସ୍ୱରୂପ ଆପଣଙ୍କ ଧନ ପାଣି ଭଳି ଖର୍ଚ ହୋଇଥାଏ ଓ ଆପଣଙ୍କ ସବୁ ପ୍ପୁଞ୍ଜି ମଧ୍ୟ ସମାପ୍ତ ହୋଇଥାଏ। ଏହା ସହ ଶାସ୍ତ୍ରରେ କୁହା ଯାଇଛି ଯେ ଶୋଇବା ଘର ଉତ୍ତର ଦିଗ କାନ୍ଥରେ ଚାବି କାଠି ଝୁଲାଇ ରଖିଲେ ଆପଣଙ୍କ ଘର ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ହୋଇଥାଏ ଓ ଆପଣଙ୍କ ଜୀବନରେ ଏମିତି କିଛି ଆସିଥାଏ ଯାହା ଆପଣ କେବେ ଚିନ୍ତା କରି ନଥିବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *