ସାମ୍ନାକୁ ଆସିଲା ବଡ ତଥ୍ୟ ! 2-2 ଟି କମ୍ପାନୀର ମାଲିକାଣି ଥିଲେ Archana Nag, ଆଲିଶାନ ଘର ଭିତରେ ଚାଲିଥିଲା ମିନିବାର….ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଧୀରେ ଧୀରେ ଖୋଲୁଛି ମାୟାବିନୀ ଅର୍ଚ୍ଚନା ନାଗର ମାୟାଜାଲର ଗୁମର । ଆଜି ପୁଣି ମାୟାବିନୀର ନୂଆ କାରନାମା ସାମ୍ନାକୁ ଆସିଛି । ଏଥର ମାୟାବିନୀର ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି । ଏହି ଚାଟ୍‌ରୁ ଜଣା ପଡୁଛି ଜଣେ ଝିଅଙ୍କ ସହିତ ଚାଟ୍ କରୁଛନ୍ତି ଲେଡି ବ୍ଲାକମେଲ ଅର୍ଚ୍ଚନା । ଯୁବତୀଙ୍କୁ ବୁଝାଇବାକୁ, ମନେଇବାକୁ ଲେଡି ବ୍ଲାକମେଲର୍‌ ଚେଷ୍ଟା କରୁଛନ୍ତି ।

ହେଲେ ଯୁବତୀ ଜଣକ କହୁଛନ୍ତି, ବହୁତ ଟଙ୍କା ଦେବେ ବୋଲି କହିବାରୁ ସେମାନଙ୍କ କଥାରେ ମୁଁ ରାଜି ହୋଇଥିଲି । ଏବେ ନ ମାନିଲେ ଜୀବନ ପ୍ରତି ବିପଦ ଅଛି । ତେବେ କାହାକୁ ସେ ଇଙ୍ଗିତ କରୁଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ୁନି । ତେବେ ରହସ୍ୟମୟୀ ମହିଳା ଜଣକ ପଚାରୁଛନ୍ତି- ସେମାନଙ୍କୁ ପ୍ରମାଣ ଦେଇ ଦେଇଛ କି ? ତେବେ ଏ ସମ୍ପର୍କରେ ଯୁବତୀ ଜଣକ ହଁ କି ନା କିଛି ବି କହୁ ନାହାନ୍ତି ।

ଲେଡି ବ୍ଲାକମେଲର୍ ଜଣକ ଉକ୍ତ ଯୁବତୀଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି, ସେ ଯାହା କହିବ, ତାକୁ ମାନିବେ । ଏପରିକି ଯାହା ବି ମାଗିବେ, ତାହା ଦିଆଯିବ ବୋଲି ରହସ୍ୟମୟୀ ମହିଳା କହିଛନ୍ତି । ସାହାଯ୍ୟ କରି ଯୁବତୀଙ୍କ ଭବିଷ୍ୟତ ସଜାଡ଼ି ଦେବାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ଲେଡି ବ୍ଲାକମେଲର୍‌ । ତେବେ ଏହାପରେ ଯୁବତୀ ଜଣକ ଏକ ସର୍ତ୍ତ ବି ରଖିଛନ୍ତି, ତାଙ୍କ ରୁମ୍‌କୁ କେହି ବି ବିନା ଅନୁମତିରେ ଯିବେନି ।

ଧମକ ଦେଇ ଯୁବତୀ କହିଛନ୍ତି, ନ ହେଲେ ମୋ’ଠାରୁ ଅଧିକ କେହି ଖରାପ ହେବେନି । ସମ୍ପୃକ୍ତ ଯୁବତୀ ଏହା ମଧ୍ୟ କହିଛନ୍ତି- ଯିଏ ଆପଣଙ୍କୁ ପଠାଇଥିଲେ, ସିଧା ତାଙ୍କ ଘରକୁ ଯିବି । ଏହି ହ୍ୱାଟ୍ସଆପ୍‌ ଚାଟ୍‌ରୁ ଲେଡି ବ୍ଲାକମେଲଙ୍କ କଳାଧନ୍ଦା ସମ୍ପର୍କରେ ସୂଚନା ମିଳୁଛି । ସବୁଠୁ ବଡ଼ ପ୍ରଶ୍ନ, ଯୁବତୀ ଜଣକ କାହା କଥାରେ ରାଜି ହୋଇଥିଲେ ? କାହା ପକ୍ଷରୁ ତାଙ୍କ ଜୀବନକୁ ବିପଦ ରହିଛି ?

ଲେଡି ବ୍ଲାକମେଲର୍ କେଉଁ ପ୍ରମାଣ ସମ୍ପର୍କରେ ପଚାରୁଛନ୍ତି ? କାହାକୁ ସେ ପ୍ରମାଣ ଦିଆଯିବା କଥା କୁହାଯାଉଛି । ତେବେ ଏକଥା ସ୍ପଷ୍ଟ ଯେ, ନିଶ୍ଚୟ ସେହି ପ୍ରମାଣଟି ଗୁରୁତ୍ୱପୂର୍ଣ୍ଣ ହୋଇଥିବ, ନ ହେଲେ ତା’ ପାଇଁ ଲେଡି ବ୍ଲାକମେଲର୍‌ ଏତେ ଚିନ୍ତିତ ହେଉନଥାନ୍ତେ କି ସେହି ଯୁବତୀଙ୍କ ସବୁ କଥାରେ ରାଜି ହେଉନଥାନ୍ତେ । ତେବେ ଯେଉଁ ପୁରୁଷଙ୍କ କଥା ଉଠୁଛି, ସେହି ବ୍ୟକ୍ତି ଜଣକ କିଏ ? ଏମିତି କେଉଁ କଥା ଅଛି ଯେ, ଲେଡି ବ୍ଲାକମେଲର୍ ଜଣକ ସେହି ଯୁବତୀଙ୍କ ସବୁ ସର୍ତ୍ତ ମାନିବାକୁ ରାଜି ଅଛନ୍ତି ।

ଏପରିକି ସବୁ କିଛି କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଯୁବତୀଙ୍କ ତା’ର ଭବିଷ୍ୟତ ବନାଇ ଦେବାକୁ ମଧ୍ୟ ଲେଡି ବ୍ଲାକମେଲର୍ କହୁଛନ୍ତି । ଏହାଛଡ଼ା କାହା ଘରକୁ ସିଧାସଳଖ ଯିବାକୁ କହୁଛନ୍ତି ସେହି ଯୁବତୀ, ତାହା ମଧ୍ୟ ଏକ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଲେଡି ବ୍ଲାକମେଲରକୁ ପୁଲିସ ଗିରଫ କରିଥିଲେ ମଧ୍ୟ ତା ସଂପର୍କରେ କିଛି ବିଆନୁଷ୍ଠାନିକ ଭାବେ ସୂଚନା ଦେଉନି । ଏହାର କାରଣ କଣ ହୋଇପାରେ ସାଧାରଣରେ ଚର୍ଚ୍ଚା ହେଉଛି?

ତେବେ ଅର୍ଚ୍ଚନା ଙ୍କ ଆଲିସାନ ଘର ସହ ଦୁଇ ଦୁଇଟି କମ୍ପାନୀ ର ମାଲିକ ମଧ୍ୟ ଅଛନ୍ତି । ତେବେ ଗୋଲଡେନ ଏମ୍ଫର୍ସ ପ୍ରାଇଭେଟ ଲିମିଟେଡ଼ ଏବଂ ଆଦିତ୍ୟ ପ୍ରେସ୍ତିଜ ଆଗ୍ର ପ୍ରାଇଭେଟ ଲିମିଟେଡ଼ ଏହି ଦୁଇଟି କମ୍ପାନୀ । ଏହା ସହ ନିଜ ଘରେ ଏକ ବାର କରି ସେଠାରେ ଦାମୀ ମଦ ମଧ୍ୟ ରଖୁଥିଲେ ଅର୍ଚ୍ଚନା । ତେବେ ଗତ ୨୦୨୨ ରେ ଏହି କମ୍ପାନୀ ପଞ୍ଜିକୃତ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *