ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ନିଜ ଜୀବନରେ ବିଭିନ୍ନ ପ୍ରକାର ସାପ ଦେଖିଥିବେ । ହେଲେ ସମସ୍ତ ସାପ ମଧ୍ୟରୁ ଆମ ହିନ୍ଦୁ ଧର୍ମରେ ନାଗ ଓ ନାଗୁଣୀ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ଏହି ସାପକୁ ଆଗ କାଳରେ ପୂଜା କରାଯାଉଥିଲା । ହେଲେ ବର୍ତ୍ତମାନର ସମୟରେ ଏହି ସାପକୁ ଦେଖି ଲୋକମାନେ ଭୟ କରୁଛନ୍ତି ଓ ସାପକୁ ମାରିବା ପାଇଁ ଚେଷ୍ଟା କରୁଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି ।
ତେବେ ଏହି ଭିଡିଓରେ ଏକ ନାଗୁଣୀ ମୁହଁରେ ରକ୍ତ ଲାଗିଥିବାର ନଜର ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ତେବେ ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ । ଭିଡିଓରେ ଏକ ନାଗୁଣୀ ଗଛ ଉପରେ ବସିଥିବାର ନଜର ଆସୁଛି ଓ ତା ମୁହଁରେ ରକ୍ତ ଲାଗିଛି ।
ତେବେ ଗାଁ ଲୋକ ମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । କିଛି ସମୟ ପରେ ସେହି ସ୍ଥାନରେ ଏକ ସାପ ଧରାଳି ପହଞ୍ଚି ଥିଲେ । କିଛି ଗାଁ ଲୋକଙ୍କ ମତରେ ନାଗୁଣୀ ସାପଟି ଏକ ମୂଷା ଛୁଆକୁ ଖାଇଦେଇ ଥିବାରୁ ତା ମୁହଁରୁ ରକ୍ତ ବାହାରୁଥିଲା ବୋଲି ଜଣା ପଡିଛି । ଗାଁ ଲୋକଙ୍କ ମତରେ, ଧାନ ନଡା ଭିତରେ ବହୁତ ଦିନ ପର୍ଯ୍ୟନ୍ତ ନାଗୁଣୀ ସାପଟି ଲୁଚି ରହିଥିଲା ଓ ସେହି ନଡା ଭିତରେ ଥିବା ମୂଷା ଗୁଡିକୁ ନିଜର ଶିକାର କରୁଥିଲା ।
ତେବେ ବହୁତ ଦିନ ନଡା ଭିତରେ ରହିବା ପରେ ନାଗୁଣୀ ସାପଟି ବାହାରକୁ ଆସିଥିଲା । ବାହାରକୁ ଆସିବା ପରେ ଗାଁ ଲୋକ ମାନେ ତାକୁ ଡରେଇ ଦେଇଥିଲେ ଯାହାଫଳରେ ସେ ପାଖରେ ଥିବା ଏକ ଗଛ ଉପରେ ଚଢି ଯାଇଥିଲା । ତେବେ ଏହା ପରେ ଗାଁ ଲୋକମାନେ ମିର୍ଜା ଏମ ଡ଼ି ଆରିଫ ଙ୍କୁ ଡାକିଥିଲେ ତେବେ ସେ ସେଠାରେ ପହଁଚି ସବୁ କଥାକୁ ଧ୍ୟାନ ର ସହିତ ଶୁଣି ଥିଲେ ।
ତେବେ ଘଟଣା ବୁଝିବା ପରେ ସେ ସେହି ସାପଟିକୁ ଖୁବ ସାବଧାନତା ର ସହିତ ଆଣିଥିଲେ ଏବଂ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଜଂଗଲ ରେ ଛାଡି ଦେଇଥିଲେ । ତେବେ ସେ ଏହା ସୂଚନା ମଧ୍ୟ ଦେଇଥିଲେ କି ସାପ ଦେଖିଲେ କିମ୍ବା କାମୁଡ଼ିଲେ କୌଣସି ଅନ୍ଧବିଶ୍ୱାସର ଶିକାର ନ ହୋଇ ଡାକ୍ତର ଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।