ଦେଖନ୍ତୁ ଜେନେରାଲ Bipin Rawat ଙ୍କ ପରିବାରରେ କିଏ କିଏ ଅଛନ୍ତି ? ଝିଅ ମାନଙ୍କୁ ଦେବାକୁ ପଡିବ ମାତା-ପିତାଙ୍କ ଚିତାରେ ମୁଖାଗ୍ନି

ନମସ୍କାର ବନ୍ଧୁଗଣ ତେବେ ତାମିଲନାଡୁର ନୀଳଗିରି ପାହାଡ ଜିଲ୍ଲା ନିକଟ କୁନୋର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନା ଚପର ରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ଅନ୍ୟ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଜେନେରାଲ ରାୱତ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ଵସ୍ତ ସେନା ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କୁ ସିନିୟର କୋ-ସୁପରସିଡ କରି ସେନା ମୁଖ୍ୟ କରାଯାଇଥିଲା ।

ଯେଉଁଦିନ ସେ ସେନା ମୁଖ୍ୟ ପଦବୀରୁ ଅବସର ନେଲେ ତାର ପର ଦିନ ତାଙ୍କୁ ଦେଶର ପ୍ରଥମ ସିଡିଏସ କରାଯାଇଥିଲା । ତେବେ ସିଡିଏସ ରାୱତଙ୍କର ଦୁଇଟି ଝିଅ ଅଛନ୍ତି । ସେମାନେ ଉଭୟ ପିତାମାତାଙ୍କୁ ଏକାଠି ହରାଇଛନ୍ତି । ତେବେ ବଡ଼ ଝିଅଙ୍କ ନାମ ହେଉଛି କ୍ରିତିକା ରାୱତ । ଓ ସାନ ଝିଅଙ୍କ ନାମ ତାରେଣୀ ରାୱତ । ବଡ଼ ଝିଅ ହେଉଛି କ୍ରିତିକା ରାୱତ ଯିଏ ମୁମ୍ବାଇରେ ରହୁଛନ୍ତି ସାନ ଝିଅ ତାରିଣୀ ଏବେ ମଧ୍ୟ ଅଧ୍ୟୟନ କରୁଛନ୍ତି ।

ସେ ଦିଲ୍ଲୀରେ ରହୁଥିଲେ । ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିପିନ ରାୱତଙ୍କ ଦିଲ୍ଲୀର ବାସଭବନରେ ପହଞ୍ଚି ତାଙ୍କ ଝିଅ ସହ କଥା ହୋଇଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଦେଶର ଅନେକ ନେତା ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇଛନ୍ତି । ଆଜି ଉଭୟ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ମୃତ ଦେହକୁ ଦିଲ୍ଲୀ ଅଣାଯିବ ।

ତେବେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଡେରାଡୁନରୁ ଅଧ୍ୟୟନ କରିଥିଲେ ଓ ଅଧ୍ୟୟନ ସମାପ୍ତ କରିବା ପରେ ଏନଡିଏ, ଆଇଏମଏ ଡେରାଡୁନରୁ ସେନାରେ ଯୋଗ ଦେଇଥିଲେ । ସେ ମେରଟ ବିଶ୍ୱବିଦ୍ୟାଳୟରୁ ମିଲିଟାରୀ ମିଡ଼ିଆ ଷ୍ଟ୍ରାଟେଜିକ୍ ଷ୍ଟଡିଜରେ ପିଏଚଡି ହାସଲ କରିଥିଲେ । ସେ ୧୯୭୮ରେ ଗୋର୍ଖା ରାଇଫଲ୍ସ ସହିତ ସେନାରେ ଯାତ୍ରା ଆରମ୍ଭ କରିଥିଲେ । ସେ ବିଦ୍ରୋହ ପ୍ରଭାବିତ ଉତ୍ତର-ପୂର୍ବ ଓ କାଶ୍ମୀରରେ ସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ ।

୨୦୧୬ ଡିସେମ୍ବରରେ ସେ ସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ପରେ ସେ ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ହୋଇଥିଲେ । ତେବେ ସିଡିଏସ୍ ବିପିନ ରାୱତଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ଜଣେ ସଚ୍ଚା ଦେଶପ୍ରେମୀଙ୍କୁ ହରାଇଥିବା ଟୁଇଟ୍ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି । ଜେନେରାଲ ରାଓ୍ବତ ଜଣେ ଦୁର୍ଦ୍ଧର୍ଷ ଯୋଦ୍ଧା, ସଚ୍ଚା ଦେଶପ୍ରେମୀ ଥିଲେ ।

ସେନାକୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ କରିବାରେ ତାଙ୍କର ବଡ଼ ଭୂମିକା ଥିଲା । ନୀତି ନିର୍ଦ୍ଧାରଣରେ ତାଙ୍କ ବିଚକ୍ଷଣତା ଅଦ୍ୱିତୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।  ତେବେ ସାରା ଦେଶ ରେ ବର୍ତ୍ତମାନ ଶୋକ ର ଲହରୀ ଖେଳି ଯାଇଛି । ତେବେ ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ଭାବରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *