ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ଗୋଟିଏ ଘଟଣାର ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।
ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି ।
ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଆସିଛି ଏକ ବଡ ଖବର । ଆପଣ ମାନେ ସମସ୍ତେ ଏ କଥା ନିଶ୍ଚୟ ଜାଣିଥିବେ ଯେ, ରାହୁଲ ଯେଉଁ ଗାତରେ ଫସି ରହିଥିଲେ ସେହି ଗାତରେ ବିଷାକ୍ତ ସାପ ଥିଲା । ଜୀବନ ସଂଘର୍ଷରେ ରାହୁଲ ବିଷାକ୍ତ ସାପ ସହ ବି ଲଢେଇ କରିଛନ୍ତି । ତେବେ ବନ୍ଧୁଗଣ ଏହାକୁ ନେଇ ଏନଡିଆରଏଫ ଟିମ ଏକ ବଡ ବୟାନ ଦେଇଛନ୍ତି ।
ଏନଡିଆରଏଫ ଟିମ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ସାପ ବିଷୟରେ ବହୁତ ଆଗରୁ ଆମକୁ ଜଣା ପଡିଥିଲା । ଆମେ ଭିଡିଓ କ୍ୟାମେରା ଲଗାଇ ସବୁ ଦେଖୁଥିଲି । ଭିଡିଓ କ୍ୟାମେରାରେ ଆମକୁ ସାପ ବି ଦେଖା ଯାଉଥିଲା । ଅନେକ ଥର ରାହୁଲର ଆଖ ପାଖରେ ସାପ ବୁଲୁ ଥିଲା । ଆମେ କ୍ୟାମେରାରେ ସବୁ ଦେଖି ପାରୁଥିଲୁ । ହେଲେ ଅସଲରେ ଯେତେବେଳେ ଆମେ ଛୁଆ ପାଖକୁ ଗଲୁ ସେତେବେଳେ ଏକ ବଡ ଚଟାଣ ବାଧକ ସାଜି ଥିଲା ।
ଏମିତିରେ ଛୁଆଟି କଣ୍ଢେଇ ନୁହେଁ ଯେ ତାକୁ ଆମେ ଦଉଡିରେ ବାନ୍ଧି ଉପରକୁ ନେଇ ଆସିବୁ ସେ ଆଘାତ ପ୍ରାପ୍ତ ହେବ । ତେଣୁ ଆମକୁ ସେ ଚଟାଣ କାଟିବାକୁ ପଡିଥିଲା । ସେ ଯାହା ବି ହେଉ ଏହି ଅପରେସନଟି ସଫଳ ହେଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏନଡିଆରଏଫ ଟିମ ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।