ଗତ ନିର୍ବାଚନ ତୁଳନାରେ 2024 ରେ BJP ଭଲ ପଦର୍ଶନ କରିଛି, Prasanna Mohanty

ବିଜେପି ସଂଖ୍ୟାଧିକ ଆସନରେ ଜିତିବ । ଓଡିଶାରେ ସରିଛି ଗଣତନ୍ତ୍ରର ପର୍ବ ନିର୍ବାଚନୀ ପର୍ବ । ଏବେ ସମସ୍ତଙ୍କର ଫଳାଫଳ ଉପରେ ହିଁ ନଜର ରହିଛି । ତେବେ କେଉଁ ଦଳକୁ କେଉଁ ପ୍ରକାର ସମ୍ଭାବ୍ୟ ସୂଚନା ଏକଜୀଟ ପୋଲରୁ ମିଳୁଛି । ତେବେ ସେଥିରେ କେତେ ମାତ୍ରାରେ ସତ୍ୟସତ୍ୟତା ରହିଛି ତାହା ତ ଜୁନ 4 ତାରିଖରେ ଜଣାଯିବ । ତେବେ ସୂଚନା ମୁତାବିକ ଲୋକସଭା କ୍ଷେତ୍ରରେ ବିଜେପି ଭଲ ପଦର୍ଶନ କରିଛି ବୋଲି ଏକଜିଟ ପୋଲ୍ ରୁ ଜଣା ପଡିଛି ।

ତେବେ ଏ ନେଇ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି କ’ଣ କହୁଛନ୍ତି ଜାଣନ୍ତୁ । ତେବେ ତାଙ୍କ କହିବା ଅନୁଯାଇ ଏକଜିଟ ପୋଲ୍ ହେଉଛି ଭୋଟର ମାନଙ୍କର ମାଇଣ୍ଡସେଟର ଗୋଟିଏ ପ୍ରତିଫଳନ । ତେବେ ଜାତୀୟ ପରିପ୍ରେକ୍ଷୀରେ ଯେଉଁ ସନ୍ଦେଶ ସବୁ ବର୍ତ୍ତମାନ ସମୟରେ ଘନ ଘନ ହୋଇ ଆସୁଛି । ବିଜେପି ଯେଉଁ ନାରା ଦେଇଥିଲା । ଏଥର ହେବ 400 ପାର । ତାହା ଆଗକୁ ନିଶ୍ଚିତର ରୂପ ନେବାକୁ ଯାଉଛି ବୋଲି ମଧ୍ୟ କୁହାଯାଇପାରେ ।

2019 ରେ ଓଡିଶାରେ ନିର୍ବାଚନ ସମୟରେ ଯେଉଁ ଚିତ୍ର ରହିଥିଲା । ସେହି 2024 ରେ ସେଥିରେ ବହୁତ ବଡ ପରିବର୍ତ୍ତନ ଆସିଛି । ଏଥର ନିର୍ବାଚନରେ ବିଜେପିକୁ ଲୋକସଭା କ୍ଷେତ୍ରରେ ବହୁତ ବଡ ସଫଳତା ପୂର୍ବ ନିର୍ବାଚନ ଅପେକ୍ଷା ମିଳିବାକୁ ଯାଉଛି ବୋଲି ଏକଜିଟ ପୋଲ୍ ରୁ ଯାହା ଏବେ ସୂଚନା ମିଳୁଛି । କାରଣ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ନେତା ସବୁ ଓଡିଶାର ନିର୍ବାଚନର ମଙ୍ଗ ଧରିଥିଲେ ।

ଓଡିଶାକୁ ଫୋକୋଷ କରି ନିର୍ବାଚନ ଓଡିଶାରେ ନିର୍ବାଚନ ଲଢା ଯାଉଥିଲା । ଯେଉଁଥିରେ ଓଡିଆ ଅସ୍ମିତା ସହ ଓଡିଶାର ବହୁତ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ନିର୍ବାଚନ ଲଢାଯାଇଥିଲା । ଯେଉଁ ସବୁ କାରଣରୁ ଓଡିଶାର ଲୋକସଭା କ୍ଷେତ୍ରରେ ବିଜେପି ନିର୍ବାଚନରେ ଭଲ ପଦର୍ଶନ କରିଛି । ଯାହାର ପ୍ରଭାବ ଓଡିଶା ବିଧାନସଭା ଆସନ ଉପରେ ମଧ୍ୟ ପଡିବ ଏଥିରେ କୌଣସି ସନ୍ଦେହ ନାହିଁ ।

କାରଣ ଏଥର ବିଜେଡିର ଆସନ ସଂଖ୍ୟା କମିବାର ଯଥେଷ୍ଟ କମିବାର ସମ୍ଭାବନା ରହିଛି । ଯେଉଁ ସବୁ ଆସନ ଭାରତୀୟ ଜନତା ପାର୍ଟି ହାତେଇଛି ବୋଲି ଏକଜିଟ ପୋଲର ସୂଚନା ଅନୁସାରେ କହିପାରିବା । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *