ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ଅଧିକାଂଶ ଲୋକ ଗ୍ୟାସ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏଣିକି ସେମାନେ ଛୁଆ ହୁଅନ୍ତୁ, ଯୁବପିଢି ହୁଅନ୍ତି ବା ବୃଦ୍ଧା ହୁଅନ୍ତୁ । ତେବେ ବନ୍ଧୁଗଣ ଗ୍ୟାସ ସମସ୍ୟା ହେବାର କାରଣ କଣ ଓ ତାର ନିରାକରଣ କେମିତି ହୋଇପାରିବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ପେଟର ଉପର ପାର୍ଶ୍ଵରେ ଅସୁସ୍ଥତା ଅନୁଭବ କରିବା ତଥା ପୀଡା ଓ ଜଲନ ଅନୁଭବ ହେଲେ ଗ୍ୟାସ ଜନିତ ସମସ୍ୟା ଦେଖାଦେଇଥାଏ । ବେଳେବେଳେ ଛାତିରେ ଯନ୍ତ୍ରଣା ହେଲେ ବି ତାକୁ ଗ୍ୟାସ ସମସ୍ୟା କୁହାଯାଏ । ଏହା ସହ ଖାଦ୍ୟ ପଦାର୍ଥ ପେଟରୁ ଉପରକୁ ଉଠି ଆସିବା ଓ ପାଟିରେ ଆମ୍ବିଳି ହେକୁଡି ହେବାକୁ ମଧ୍ୟ ଗ୍ୟାସ ସମସ୍ୟା କୁହାଯାଏ ।
ଗ୍ୟାସ ସମସ୍ୟାର ମୁଖ୍ୟ କାରଣ ହେଉଛି ଦୁଇଟି ଗୋଟେ ହେଲା ବ୍ୟାକ୍ଟେରିଆ । ସେହି ବ୍ୟାକ୍ଟେରିଆର ନାଁ ହେଲା ହେଲିଗୋ ବ୍ୟାକ୍ଟର ପାଇଲୋରି ଜୀବାଣୁ ଯାହା ଗ୍ୟାସ କରାଇଥାଏ । ବହୁତ ଲୋକଙ୍କ ଭୁଲ ଧାରଣା ଅଛି କଫି, ଚାହା ଓ ତେଲ ମସଲା ଜାତୀୟ ଖାଦ୍ୟ ଖାଇଲେ ଗ୍ୟାସ ହେବ ହେଲେ ଏହି ବ୍ୟାକ୍ଟେରିଆ ପାଇଁ ଗ୍ୟାସ ହୋଇଥାଏ । ବନ୍ଧୁଗଣ ଦ୍ଵିତୀୟ ମୁଖ୍ୟ କାରଣ ହେଲା ପେନ୍ କିଲର ।
ଯେଉଁ ଲୋକମାନେ ହାଡ ଯନ୍ତ୍ରଣା ବା ଆଣ୍ଠୁ ଗଣ୍ଠି ଅଣ୍ଟା ବିନ୍ଧା ପାଇଁ ଅଧିକ ପେନ୍ କିଲର ଖାନ୍ତି ସେମାନଙ୍କୁ ଗ୍ୟାସ ସମସ୍ୟା ହୋଇଥାଏ । ବନ୍ଧୁଗଣ ଆପଣ ମାନେ ପେନ୍ କିଲର ଖାଇପାରିବେ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଖାନ୍ତୁ । ତେବେ ବନ୍ଧୁଗଣ ଯଦି ଆପଣଙ୍କର ଗ୍ୟାସ ସମସ୍ୟା ଅଛି ଓ ଆପଣ ଟେଷ୍ଟ କରେଇବାକୁ ଚାହୁଁଛନ୍ତି ତା ହେଲେ ଆପଣଙ୍କର ପ୍ରଥମେ ଏଣ୍ଡୋସ୍କୋପି ଟେଷ୍ଟ କରାଯିବ ।
ଏହି ଟେଷ୍ଟ କରିବା ଦ୍ଵାରା ଜଣା ପଡିବ ଆପଣଙ୍କ ପେଟରେ ହେଲିଗୋ ବ୍ୟାକ୍ଟର ପାଇଲୋରି ଜୀବାଣୁ ଅଛି ନା ନାହିଁ । ଏହି ବ୍ୟାକ୍ଟେରିଆ ପେଟରେ ଅଛି ନା ନାହିଁ ତାର ଅନ୍ୟ କେତେକ ଟେଷ୍ଟ ମଧ୍ୟ ଅଛି ଆପଣ ମାନେ ଚାହିଁଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଟେଷ୍ଟ କରେଇ ପାରିବେ । ଯଦି ଆପଣଙ୍କ ପେଟରେ ହେଲିଗୋ ବ୍ୟାକ୍ଟର ପାଇଲୋରିଜୀବାଣୁ ଥିବ ତା ହେଲେ ସେହି ଅନୁସାରେ ଆପଣଙ୍କ ଚିକିତ୍ସା କରାଯିବ ।
ଯଦି 50 ରୁ 60 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଭୋକ ନଲାଗିବ, ଖାଦ୍ୟ ହଜମ ନହେବ ଏବଂ ଓଜନ ବଢିବ ବା କମିବ ତା ହେଲେ ଏହା ହେଉଛି ତା ହେଲେ ଆପଣଙ୍କୁ ଗ୍ୟାସ ସମସ୍ୟା ହୋଇଛି । ତେଣୁ ବନ୍ଧୁଗଣ ଯଦି ଆପଣଙ୍କର ଗ୍ୟାସ ସମସ୍ୟା ଅଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ଧନ୍ୟବାଦ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।