ପୁରୁଣା ରୁ ପୁରୁଣା ଗ୍ଯାସ ସମସ୍ଯା 5 ଦିନରେ ଭଲ ହେଇଯିବ, କେବଳ କରନ୍ତୁ ଏହି ଉପାୟ (Health Tips)

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଅଶୃଙ୍ଖଳିତ ଜୀଵନ ଯୋଗୁଁ ପ୍ରାୟତଃ ବ୍ୟକ୍ତି ଙ୍କୁ ଗ୍ୟାସ, ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ । ଏହି ସମସ୍ୟା ଦ୍ଵାରା ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁକ୍ତି ଦେଇଥାଏ । କିନ୍ତୁ ଏହି ସମସ୍ୟା ଜୀବନ ସାରା ରହିଯାଇଥାଏ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଗ୍ୟାସ ,ଏସିଡିଟି ଏବଂ ବଦହଜମି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ । ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ । ଏହି ଉପାୟ ର ପ୍ରୟୋଗ ଦ୍ବାରା ଆପଣଙ୍କୁ କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ହେବ ନାହିଁ ଏବଂ ଏହି ସବୁ ପେଟ ଜନିତ ସମସ୍ୟା ଜୀବନ ସାରା ପାଇଁ ଦୂର ହୋଇଯିବ ।

ଏହି ଘରୋଇ ଉପଚାର ଅତ୍ୟନ୍ତ ସହଜ ଓ ସରଳ ଅଟେ । ତେବେ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ଏଥିପାଇଁ ପ୍ରଥମେ ଆପଣ ଛୋଟ ହରିଡା ନିଅନ୍ତୁ ଏବଂ ତାକୁ ପିସ ପିସ କରି ଦିଅନ୍ତୁ ଏବଂ ଏହି ହରିଡା ହିଁ ଆପଣଙ୍କ ର କବଚ ହୋଇ ପାରେ । ଏହା ସହ ଆପଣ ନିଅନ୍ତୁ ଜୁଆଣି ଏବଂ ତୃତୀୟ ରେ ହେଉଛି ପାନ ମଧୁରୀ ଆବଶ୍ୟକ ଏବଂ ଚତୁର୍ଥ ରେ ହେଉଛି କଳା ଲୁଣ ଏବଂ ପଞ୍ଚମ ରେ ସାମଗ୍ରୀ ହେଉଛି ଜିରା ।


ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ପ୍ରଥମେ ଗୋଟିଏ କଢେଇ ନିଅନ୍ତୁ ଏବଂ ସେଥିରେ ହରିଡା ଏବଂ ଜିରା କୁ ପକାନ୍ତୁ ଏବଂ ଶେଷ ରେ ଜୁଆଣି କୁ ମିଶାନ୍ତୁ ତେବେ ହାଲକା ଭାଜିବା ପରେ ତାକୁ ଥଂଡା ହେବା ପାଇଁ ରଖି ଦିଅନ୍ତୁ । ତେବେ ଗୋଟିଏ ଜାର ରେ ଦୁଇ ଚାମଚ ପାନ ମଧୁରୀ ଏବଂ ସ୍ୱାଦ ଅନୁଯାୟୀ ଲୁଣ ନିଅନ୍ତୁ ଏବଂ ଭାଜିଥିବା ସାମଗ୍ରୀ କୁ ମିଶାଇ ଗ୍ରାଇଡିଂ କରି ଦିଅନ୍ତୁ ।


ତେବେ ଏହି ପାଉଡର ପ୍ରସ୍ତୁତ ହୋଇଯିବ ତେବେ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଅଧ ଚାମଚ ଏହି ମିଶ୍ରଣ କୁ ପକାଇ ପିଇ ଦିଅନ୍ତୁ ଦେଖିବେ ଆପଣଙ୍କ ର ଗ୍ୟାସ ଏବଂ ପେଟ ଜନିତ ସବୁ ସମସ୍ୟା ଦୂର ହୋଇଯିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *