ଗରିବ ପୁଅ ସବୁରି ଶଳା ?

ବନ୍ଧୁଗଣ ବର୍ଷା ଆଉ ଟୁଙ୍ଗୁରୁଙ୍କ ପ୍ରେମ ମାମଲାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଟୁଙ୍ଗୁରୁଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣିଛନ୍ତି । ପ୍ରେମ ପାଇଁ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଇଥିବା ବର୍ଷା ଏବେ ପୋଲିସ ଷ୍ଟେସନର ଦ୍ଵାରସ୍ଥ ହୋଇଛନ୍ତି । ମହିଳାଙ୍କ ଅଭିଯୋଗ ମୁତାବକ ଟୁଙ୍ଗୁରୁ ତାଙ୍କୁ ପ୍ରେମ ଜାଲରେ ଫସେଇ ତାଙ୍କ ସହ ସମ୍ପର୍କରେ ଥିଲେ । ଟୁଙ୍ଗୁରୁଙ୍କ ପ୍ରେମରେ ମହିଳା ଏତେ ପାଗଳ ହେଇଗଲେ ଯେ ନିଜ ସ୍ଵାମୀ ଓ ଦୁଇ ଛୁଆଙ୍କୁ ଛାଡି ଦେଲେ ।

ଟୁଙ୍ଗୁରୁ ତାଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ହେଲେ ଏବେ ଟୁଙ୍ଗୁରୁ ଅନ୍ୟ ଏକ ମହିଳାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ସେଥିପାଇଁ ମହିଳା ଜଣକ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଶୀର୍ଷରେ ଥିବା ଶଳା ଶବ୍ଦଟି କାହାକୁ ଅପମାନ କରିଲା ଭଳି ଲେଖା ଯାଇନି ବରଂ ଓଡିଆ ଢଗକୁ ଅନୁସାର କରିବାର ପ୍ରୟାସ କରାଯାଇଛି ।

କଥାରେ କୁହନ୍ତି ଗରିବ ଝିଅ ସବୁରି ଶାଳି ହୁଏତ ଗରିବ ପୁଅ ବି ସବୁରି ଶଳା । ନହଲେ ବନ୍ଧୁଗଣ ଟୁଙ୍ଗୁରୁ ଭୋଳଙ୍କୁ ନେଇ ଏତେ ନାଟ ଚାଲିଥାନ୍ତା କାହିଁକି । ଗରିବ ଅଟୋ ଚାଳକ ନ ହୋଇ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ହୋଇଥିଲେ ଏମିତି ଘଟିଥାନ୍ତା କି ? ଗୀତ ନାଁରେ ଚରିତ୍ର ସଂହାର କରିବାର ସାହାସ କରିଥାନ୍ତେ କି କୌଣସି ସଂଗୀତକାର । ଗୋଡେଇ ଗୋଡେଇ ସାକ୍ଷାତ୍କାର ନେବାର ଉଦ୍ୟମ କରିଥାନ୍ତେ କି କୌଣସି ସାମ୍ବାଦିକ ?

ଯିଏ ଯାହା ପାରିଲେ ଲେଖିଥାନ୍ତେ ନା’ ଯାହା ପାରିଲେ ପ୍ରସାରଣ କରିଥାନ୍ତେ ?ବନ୍ଧୁଗଣ ଟୁଙ୍ଗୁରୁ ହେଉଛି ଗୋଟେ ଗରିବ ପିଲାଟି ସୁଦୂର ଗାଁରୁ ଆସି ରାଜଧାନୀ ଭୁବନେଶ୍ବରରେ ଅଟୋ ଚଲାଉ ଥିଲେ । ତାଙ୍କ ବ୍ୟକ୍ତିଗତ ଜୀବନରେ କୌଣସି ଏକ ଅଘଟଣ ଘଟିଲା । ଅଘଟଣ ଯେକୌଣସି ଲୋକଙ୍କ ଜୀବନରେ ଘଟି ପାରେ ହେଲେ ସେଇ କଥାକୁ ନେଇ ଡର୍ଜନରୁ ଅଧିକ ଗୀତ ପ୍ରସ୍ତୁତ କରିବା ଆଉ ଟୁଙ୍ଗୁରୁଙ୍କୁ ନେଇ ରଥଯାତ୍ରା ଭଳି ସିଧା ପ୍ରସାରଣ କରିବାର ଅର୍ଥ କିଛି ବୁଝା ପଡୁନି ।

ହୁଏତ ଯେଉଁ ମାନେ ଏସବୁ କରୁଛନ୍ତି ସେମାନେ ଧରି ଦେଇଛନ୍ତି ଟୁଙ୍ଗୁରୁ ହେଉଛି ଗୋଟେ ଗରିବ ପିଲାଟି ତାର ମାନ କି ସମାନ କଥା କିଏ ପଚାରେ । ଟୁଙ୍ଗୁରୁଙ୍କ ବଦଳରେ ଯଦି ଏହି ଘଟଣାଟି କୌଣସି ପ୍ରଭାବଶାଳି ବ୍ୟକ୍ତିଙ୍କ ପୁଅଙ୍କ ସହ ଘଟିଥାନ୍ତା ଆଉ ସେହି ମହିଳା ଯଦି କୌଣସି ପ୍ରଭାବଶାଳୀ ପରିବାରରୁ ଆସିଥାନ୍ତେ ତା ହେଲେ କଣ ଗୀତ ନିର୍ମାଣ କରିଥାନ୍ତେ ଗୀତିକାର । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *