ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ଅନେକ ଥର ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ଆମ ଓଡିଶାରେ ସୁର ଭାଇଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ସେ ସବୁ କଥା ମୁହାଁ ମୁହିଁ କହିଦିଅନ୍ତି ତେଣୁ ଅନେକ ଲୋକ ତାଙ୍କ କଥାକୁ ବି ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇ ଗଣମାଧ୍ୟମ ଆଗରେ ଏକ ବୟାନ ଦେଇଛନ୍ତି । ଏହି ବୟାନରେ ସୁର ଭାଇ କହିଛନ୍ତି-‘ଏ ଯେଉଁ ଅର୍ଡର ବେଳେବେଳେ ହେଉଛି ମୁଁ ଯୁଡିସିଆଲକୁ ଅସମ୍ମାନ ଦେଉନି କିନ୍ତୁ ଭାରତ ଗଣତନ୍ତ୍ର ପ୍ରତି ବହୁତ ଅପମାନ । ଏଠି ଗୋଟେ ସାହାଡା ମେଲା ହେଇଯିବ ଯିଏ ଯାହାକୁ ପାଇବ ପେଟରେ କରିଦେବ ଯିଏ ଯାହାକୁ ପାଇବ କାଢି ଦେବ, ଯିଏ ବାହା ହେଇଛି କାଢି ଦେବ ଏଗୁଡାକ କଣ ।
ଏ ଭାରତ ମାଟିଟା କଳଙ୍କିତ ହୋଇଯିବ । ମୁଁ ଯୁଡିସିଆଲ ସମ୍ମାନ ଦେଉଛି ଯଦି କେଉଁଠି କିଏ ପ୍ରଗନେଣ୍ଟ ହେଇଛନ୍ତି କିଏ ଭଗାଉ ଥିବ ମୁଁ ସାହାର୍ଯ୍ୟ କରିବି । ଶୁଣ ମୁଁ ଦୃଢତାର ସହ କହୁଛି ମୋ ଜୀବନରେ ମୁଁ ରାଜନୀତି କଲା ଦିନୁ ଏ ଗରିବ ଲୋକର ଘରର ଲୋକ ପ୍ରଗନେଣ୍ଟ ହୁଅନ୍ତିନି ।
ବଡ ବଡିଆ ଲୋକ ଧନୀ ଲୋକ ଜ୍ଞାନୀ ଲୋକ ତାଙ୍କରି ଝିଅ ଗୁଡାକ ପ୍ରଗନେଣ୍ଟ ହୋଇଯାନ୍ତି । ମୋ ପାଖରେ ଆସି କାନ୍ଦିବେ ମୁଁ ତାଙ୍କୁ ଯୋଖେଇ ଦେବି ଡାକ୍ତର ପଟକିନା ଆବ୍ରୋସନ ଢୋ । ସେଇ ଟାଇମରେ ଆମେ ଲୁଚାଇ ଛପାଇ କରୁଥିଲି ଏଇନେ ମେଲି ଯିବ ଆଉ । ଆଉ କିଛି ସାହାଣ ମେଲା ହେଇଯିବ । ଆଉ ତମେ ଯେଉଁ ପରିକା ଟୋକା ତମ ମୁହଁ ଦେଖୁଛି ଘଷି ହେଇଯିବ ଯେ, ଆଉ ସୀମା ରହିବନି ।
ଯାହା ବ୍ରେକ ଥିଲା ଏ ଯୁଡିସିଆଲରେ ଯେଉଁ ଅର୍ଡର ହେଇଗଲା ପୁରା ସାହାଣ ମେଲା ହେଇଯିବ । ମୁଁ ବହୁତ ଦୁଃଖିତ ଅବଶ୍ୟ ଯୁଡିସିଆଲକୁ ସମ୍ମାନ । ବାବା ତାହା ନହେଲେ ପୁଣି ଝାରପଡା ଜେଲ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।