ନମସ୍କାର ବନ୍ଧୁଗଣ ତେବେ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ଟିଜର ବାହାରିବା ଦିନଠାରୁ ଫିଲ୍ମକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି। ତେବେ ଏହି ସିନେମା ର ଟିଂ ଶେଷ ହୋଇଛି। ତେବେ ଏଥିରେ ଥିବା ଏକ ଗୀତ ଏବଂ ଏକ ଛୋଟ ଅଂଶ ରହିଯାଇଥିଲା ଯାହା ବର୍ତ୍ତମାନ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଆଲିଆ ଭଟ୍ଟ ନିଜେ ଏହି ସୂଚନା ଦେଇଛନ୍ତି।
ତେବେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ମୁମ୍ବାଇର ମାଫିଆ କ୍ୱିନ୍ ଗଙ୍ଗୁବାଇ କାଠିଆୱାଡିଙ୍କ ଉପରେ ଆଧାରିତ, ଯିଏ ପୂର୍ବରୁ ଜଣେ ଯୌନକର୍ମୀ ଥିଲେ ଏବଂ ପରେ ଏକ ଅଣ୍ଡରୱାର୍ଲ୍ଡ ଡନ୍ ହୋଇଥିଲେ। ଏହି ଚଳଚ୍ଚିତ୍ର ଲେଖକ ହୁସେନ୍ ଜୈଦୀଙ୍କ ‘ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ’ ପୁସ୍ତକ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟରରେ ଆଲିଆଙ୍କ ଲୁକ୍ ବହୁତ ଦମଦାର ଥିଲା । ତେବେ ଗଙ୍ଗୁବାଇ କାଠିଆୱାଡି ମୁମ୍ବାଇର ଏକ ପ୍ରସିଦ୍ଧ କୋଠିବାଲୀ ଥିଲେ, ଯାହାଙ୍କୁ ତାଙ୍କ ସ୍ୱାମୀ ମାତ୍ର ୫୦୦ ଟଙ୍କାରେ ବିକ୍ରି କରିଦେଇଥିଲେ।
ଏହି ଚଳଚ୍ଚିତ୍ରରେ ଗଙ୍ଗୁବାଇଙ୍କ ଜୀବନର ସଂଘର୍ଷ ଦେଖାଯାଇଛି, ସେ କିପରି ଅଳ୍ପ ବୟସରେ ବିବାହ କରିଥିଲେ ଏବଂ ତା’ପରେ ତାଙ୍କୁ କିପରି ସ୍ୱାମୀଙ୍କ ଦ୍ୱାରା କୋଠିକୁ ଗଲେ ସେ ବିଷୟରେ କୁହାଯାଇଛି । ତେବେ ସଞ୍ଜୟ ଲୀଲା ଭଂସାଲୀ ଏହି ଚରିତ୍ର ଉପରେ ଦୀର୍ଘ ସମୟ ଧରି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଥିଲେ ।
ତେବେ ବର୍ତ୍ତମାନ ଏହି ଫିଲ୍ମ ର ପ୍ରଶଂସା ସମସ୍ତେ କରୁଛନ୍ତି । ତେବେ ଆପଣ ଜାଣିଛନ୍ତି କି ଆଲିଆଙ୍କ ପୂର୍ବରୁ ଆଉ ଅନ୍ୟ ଅଭିନେତ୍ରୀ ଙ୍କୁ ମିଳିଥିଲା ଏହି ଅଫର। ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ୧- ପ୍ରଥମ ରେ ହେଉଛନ୍ତି ଅନୁଷ୍କା ଶର୍ମା । ତେବେ ଏହି ଚରିତ୍ର ପ୍ରଥମେ ଅନୁଷ୍କା ଙ୍କୁ ମିଳିଥିଲା । ତେବେ ଅନୁଷ୍କା ଙ୍କୁ ଏହି ଫିଲ୍ମ ର ସ୍କ୍ରିପ୍ଟ ମଧ୍ୟ ବହୁତ ପସନ୍ଦ ଆସିଥିଲା କିନ୍ତୁ ତଥାପି ସେ ଫିଲ୍ମ ରେ କାମ କରିବା ପାଇଁ ମନା କରିଦେଇ ଥିଲେ ଏହାର କାରଣ ସେ ସେତେବେଳେ ପ୍ରେଗନେଟ ଥିଲେ ସେଥିପାଇଁ ସେ ଏହି ଫିଲ୍ମ କରିବା ପାଇଁ ମନା କରିଥିଲେ।
୨- ଦ୍ଵିତୀୟ ରେ ହେଉଛନ୍ତି ଦୀପିକା ପାଦୁକୋଣ । ତେବେ ବଲିଉଡ ର ନମ୍ବର ୱାନ ଅଭିନେତ୍ରୀ ଭାବରେ ପରିଚିତ ଦୀପିକା ପାଦୁକୋଣ ଙ୍କୁ ମଧ୍ୟ ଏହି ଚରିତ୍ର ଅଫର କରା ଯାଇଥିଲା ତେବେ ତାଙ୍କୁ ମଧ୍ୟ ଏହି ଫିଲ୍ମ ର ସ୍କ୍ରିପ୍ଟ ବହୁତ ପସନ୍ଦ ଆସିଥିଲା କିନ୍ତୁ ତାଙ୍କର ଅନ୍ୟ ପ୍ରୋଜେକ୍ଟ ଯୋଗୁଁ ସେ ଏହି ସିନେମା କରିବା ପାଇଁ ମନା କରି ଦେଇଥିଲେ।
୩- ତୃତୀୟ ରେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ତେବେ ବଲିଉଡ ର ଦେଶୀ ଗାର୍ଲ ପ୍ରିୟଙ୍କା ଙ୍କୁ ମଧ୍ୟ ଏହି ସିନେମା ର ଅଫର ଆସିଥିଲା। ତେବେ ସେ ସ୍କ୍ରିପ୍ଟ ମଧ୍ୟ ପଢି ଏବଂ ପସନ୍ଦ ମଧ୍ୟ କରିଥିଲେ କିନ୍ତୁ ସେ ବଲିଉଡ ରୁ ଦୂରତା ରଖି ଏବଂ ହଲିଉଡ଼ ରେ ନିଜର କାମରେ ବ୍ୟସ୍ତତା ଯୋଗୁଁ ସେ ମନା କରି ଦେଇଥିଲେ । ୪- ଚତୁର୍ଥ ରେ ହେଉଛନ୍ତି ବିଦ୍ୟା ବାଲନ। ତେବେ ଦାରଟି ପିକ୍ଚର, କହାନୀ ଆଦି ଅନେକ ଫିଲ୍ମ ରେ କାମ କରି ଏବଂ ନିଜର ଚରିତ୍ର କୁ ସୁନ୍ଦର ଭାବରେ ପରିବେଷଣ କରି ବିଦ୍ୟା ମଧ୍ୟ ବହୁତ ଲୋକପ୍ରିୟ ଥିଲେ ।
ତେବେ ତାଙ୍କୁ ମଧ୍ୟ ଏହି ସିନେମା ର ଅଫର ଆସିଥିଲା କିନ୍ତୁ ସେ ସ୍କ୍ରିପ୍ଟ ରେ କିଛି ବଦଳ କରେଇବାକୁ ଚାହୁଁଥିଲେ କିନ୍ତୁ ମେକର୍ସ ଏହା ଚାହୁଁ ନଥିଲେ ତେଣୁ ସେ ମଧ୍ୟ ଏହି ଫିଲ୍ମ ରେ କାମ କରି ପାରି ନଥିଲେ ଏବଂ ଶେଷ ରେ ଆଲିଆ ଙ୍କୁ ମିଳିଥିଲା ଏହି ଚରିତ୍ର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।