ଗାଦିରେ ବସୁ ବସୁ ଦାଦାଗିରି ! ଦେଖନ୍ତୁ Video

ମେୟର ବୁଲି ବୁଲି ତାଗିଦ ଗଲେ, ପ୍ରଶଂସା ଯୋଗ୍ୟ । ମାଡାମଙ୍କ ତାଗିଦ କରିବାର ଶୈଳୀ ଟିକେ ଆଶ୍ଚର୍ଯ୍ୟ ଲାଗୁନି କି ? ଜଣେ ଜନପ୍ରତିନିଧି କହିବେ ଆଉ ସାଧାରଣ ଲୋକେ କହିବେ, ବୋଧେ ବହୁତ ଫରକ । ନିୟମ ଉଲଂଘନକାରୀଙ୍କୁ ନିୟମ ବୁଝାଇବେ ନା ଆରେଷ୍ଟ କରି ଜେଲ୍ ପଠାଇଦେବେ ? ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭୁବନେଶ୍ଵର ମେୟର ସୁଲଚନା ଦାସଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।

ବୁଲି ବୁଲି ନିୟମ ଉଲଂଘନକାରୀଙ୍କୁ ତାଗିତ କରୁଛନ୍ତୁ । ଡ୍ରେନଏଜ୍ ବ୍ୟବସ୍ଥା ନେଇ ଜଣେ ମେୟର ପାଦରେ ଚାଲି ଚାଲି ଘର ଘର ବୁଲିବା ଓ ତାଗିତ କରିବା ଘଟଣାକୁ ସମସ୍ତେ ପ୍ରଶଂସା କରୁଛନ୍ତି । ତେବେ ବନ୍ଧୁଗଣ ପ୍ରଶଂସା କରିବା ବି ଉଚିତ । ହେଲେ ଏହି ସମୟରେ ଜଣେ ଜନ ପ୍ରତିନିଧିଙ୍କ କଥା କହିବାର ଶୈଳୀ ବୋଧେ ଟିକେ ଅଡୁଆ ଲାଗୁଛି ।

ଭାଇରାଲ ହେଉଥିବା ଭିଡିଓରେ ମ୍ୟାଡମ ସୁଲଚନା ଜଣେ ବ୍ୟକ୍ତିକୁ କହୁଛନ୍ତି ଅଳିଆରେ ଆପଣଙ୍କ ଘର ଭର୍ତ୍ତି କରିଦେବି । ଏହା ପରେ ସୁଲଚନା ଜଣେ ମହିଳାକୁ କହୁଛନ୍ତି ଆରେଷ୍ଟ କରି ଜେଲ ପଠେଇ ଦେବି । ମ୍ୟାଡମ ଜଣେ ବ୍ୟକ୍ତିକୁ କହୁଛନ୍ତି ଘରୁ ଟୋପେ ପାଣି ପଦାକୁ ଯିବନି । ଯଦି ଟୋପେ ପାଣି ଯିବ ତା ହେଲେ ଆମ ବିଏମସିରେ ମଇଳାର ଅଭାବ ନାହିଁ କଣ ସେମାନେ କରିବେ ଆପଣଙ୍କ ସହ ଆପଣ ଦେଖିବେ ।

ଏହା ପରେ ସୁଲଚନା ଆଉ ଜଣେ ବ୍ୟକ୍ତିକୁ କହୁଛନ୍ତି ଯଦି ଟୋପେ ପାଣି ପଦାକୁ ଆସିବ ତା ହେଲେ ଦେଖିବେ ମୁଁ ଟ୍ରକ ଟ୍ରକ ମଇଳା ଆଣି ଆପଣଙ୍କ ଘରେ ପୁରେଇ ଦେବି । ତେବେ ବନ୍ଧୁଗଣ ଏ ଦୃଶ୍ୟ ହେଉଛି ଭୁବନେଶ୍ବର ଲକ୍ଷ୍ମୀ ସାଗର 32 ନମ୍ବର ୱାର୍ଡର ଦୃଶ୍ୟ । ଡ୍ରେନଏଜ୍ ଅବ୍ୟବସ୍ଥାକୁ ନେଇ ମେୟର ଘରେ ଘରେ ବୁଲି ସମସ୍ତଙ୍କୁ ତାଗିତ କରୁଥିଲେ । ଆଉ ଏହାର ଭିଡିଓ ଦେଖି ଅନେକ ଲୋକ ମେୟରଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ହେଲେ ମ୍ୟାଡମ ସୁଲଚନା ହୁଏତ ନିୟମ ଉଲଂଘନକାରୀଙ୍କୁ ବୁଝାଇ ପାରି ଥାନ୍ତେ । କିନ୍ତୁ ଏମିତି ଧମକ ଦେବା ଠିକ ନୁହେଁ । ସୁଲଚନାଙ୍କ ଧମକ ଦେଖି ସୋସିଆଲ ମିଡିଆରେ ବହୁତ ୟୁଜର୍ସ ମତ ପ୍ରକାଶ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *