ଗଛ ରହିଲା, ରାସ୍ତା ଘୁଞ୍ଚିଲା, ଗଛରେ ଠାକୁରାଣୀ ଭୟ, କାଟିବାକୁ ଆସି ୩ ଜଣଙ୍କ ଜୀବନ ଗଲା । ହଁ ଦର୍ଶକ ବନ୍ଧୁ ଗଛ ହଣାରେ କୀର୍ତ୍ତନ ଚାଲିଛି ପୂଜା ଅର୍ଚ୍ଚନା ବି ଚାଲିଛି ଏହି ସବୁ ଦେଖିବା ପରେ ଆପଣ ଭାବୁଥିବେ ଏହି ଗଛ ମୂଳେ କୌଣସି ଦେବାଦେବୀ ମନ୍ଦିର ରହିଛି ତେଣୁ ପୂଜା ଅର୍ଚ୍ଚନା ହେଉଛି । ଦର୍ଶକ ବନ୍ଧୁ ଏଠାରେ ମନ୍ଦିର ନାହିଁ କିନ୍ତୁ ଏବେ ମନ୍ଦିର ତିଆରି ହେବ ଆଉ ନୀତି ଚାଲିବ ପୂଜା ଅର୍ଚ୍ଚନା ରାସ୍ତା ମଝିରେ ଗଛ ରହିଛି ଆଉ ଗଛ ମୂଳେ ପୂଜା ଅର୍ଚ୍ଚନା ଚାଲିଛି ।
ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ରେଳାକୁଳ ପାଖ ବଡ ହିନ୍ଦୋଳ ଗାଁରୁ । ପ୍ରଶାସନର ନିଷ୍ପତ୍ତି କ୍ରମେ ଚାରି ଖାକୀୟା ରାସ୍ତା ନିର୍ମାଣ ହେଉଛି । ହେଲେ ଗଛ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ଗଛକୁ ବାରମ୍ବାର ହଟେଇବା ନିମନ୍ତେ ପ୍ରଶାସନ ଉଦ୍ୟମ କରିଛି କିନ୍ତୁ ଫେଲ ମାରିଛି ।
ଗଛ କାଟିବାକୁ ଯିଏ ମେସିନ ଆଣିଛି ସେ ମେସିନ ସବୁ ଖରାପ ହୋଇଯାଇଥିବା ବେଳେ ରାସ୍ତା ତିଆରି କରୁଥିବା ଠେକା କମ୍ପାନୀର ତିନି ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ତେଣୁ ଗଛ କାଟିବାକୁ କାହାର ସାହାସ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହାରି ମଧ୍ୟରେ ୬ ବର୍ଷ ବୀତି ଗଲାଣି ରାସ୍ତା ଉପରେ ସେମିତି ଗଛ ଠିଆ ହେଇଛି । ଆଉ କମ୍ପାନୀର କର୍ମଚାରୀଙ୍କୁ କାଳେ ସ୍ଵପ୍ନାଦେଶ ବି ହୋଇଛି ।
ତେଣୁ ଏବେ କମ୍ପାନୀ ଏବଂ ସ୍ଥାନୀୟ ବାସିନ୍ଧା ମାନେ ମିଶି ଏଠାରେ ପୂଜା ଅର୍ଚ୍ଚନା କରିବା ସହିତ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆରମ୍ଭ କଲେଣି ପ୍ରସ୍ତୁତି । ଗାଁ ଲୋକଙ୍କ ବିଶ୍ଵାସ ରହିଛି ଏହି ଗଛରେ ମା ପିନ୍ଥେଇ ବୁଢୀ ଠାକୁରାଣୀ ରହିଛନ୍ତି । ମା ଥିବାରୁ ଗାଁରେ କୌଣସି ଅନିଷ୍ଠ ହୋଇନି ହେଲେ ରାସ୍ତା ପାଇଁ ଏହି ଗଛ କାଟିବାକୁ ଠିକା କମ୍ପାନୀ ବାରମ୍ବାର ଚେଷ୍ଟା କରିବା ସତ୍ବେ ମଧ୍ୟ ତେବେ ଏହି ଗଛ ସେମିତି ରହିବା ପରେ ମଧ୍ୟ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି ଠିକା କମ୍ପାନୀ ।
ଏମିତି କି ସ୍ଥାନୀୟ ଲୋକ କୁହନ୍ତି ଗଛରେ ମା ଥିବାରୁ ଏ ବାଟରେ ଯିଏ ଯିବ ତାର ରାସ୍ତାରେ କୌଣସି କ୍ଷତି ହେବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।