ନମସ୍କାର ବନ୍ଧୁଗଣ ତେବେ କ୍ରୀଡ଼ାଙ୍ଗନ ପାଲଟିଲା ରଣାଙ୍ଗନ । ରକ୍ତମୁଖା ହେଲେ ଫ୍ୟାନ୍ । ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଦୁଇ ପକ୍ଷର ସମର୍ଥକଙ୍କ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇ ଯାଇଥିଲା । ଏଥିରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି । ଇଣ୍ଡୋନେସିଆର ପୂର୍ବ ଜାଭା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି କଳଙ୍କିତ ଘଟଣା ଘଟିଛି । ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଅଚାନକ ଏକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହି ଧସ୍ତାଧସ୍ତି ଏତେ ଉଗ୍ରରୂପ ନେଇଥିଲା ଯେ, ଏଥିରେ ୧୨୭ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ସମାଚାର ଏଜେନ୍ସି ରଏଟର୍ସର ରିପୋର୍ଟ ମୁତାବକ ହାରିଥିବା ଦଳ ପକ୍ଷରେ ଥିବା ଦର୍ଶକ ଅସନ୍ତୁଷ୍ଟ ହୋଇ ପଡ଼ିଆ ମଝିରେ ଆସି ଆକ୍ରମଣ ଆରମ୍ଭ କରିଥିଲେ । ପୁଲିସ ଘଟଣାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା, ଏହାପରେ ଅଣନିଃଶ୍ବାସୀ ହୋଇ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।
ତେବେ ଶନିବାର ଇଣ୍ତୋନେସିଆର ପୂର୍ବ ଜାଭା, ମାଲାଙ୍ଗ ରେଜେନ୍ସିର କଞ୍ଜୁରୁହାନ ଷ୍ଟାଡିୟମରେ ଇଣ୍ଡୋନେସିଆ ଲିଗ୍ ବିଆରଆଇ ଲିଗା ୧ ର ଏକ ଫୁଟବଲ୍ ମ୍ୟାଚ୍ ପରେ ଏହି ଘଟଣା ଘଟିଛି । ପୂର୍ବ ଜାଭା ପ୍ରଦେଶରେ ଇଣ୍ଡୋନେସିଆ ପୋଲିସ୍ ମୁଖ୍ୟ ନିକୋ ଆଫିଣ୍ଟା ଗଣମାଧ୍ୟମକୁ କହିଛନ୍ତି ଯେ, ଆରେମା ଏଫ୍ସି ଏବଂ ପର୍ସେବାୟା ସୁରବାୟା ମଧ୍ୟରେ ମ୍ୟାଚ୍ ପରେ ହାରିଥିବା ଦଳର ସମର୍ଥକମାନେ ପଡ଼ିଆ ଉପରକୁ ଆସି ଅଚାନକ ଆକ୍ରମଣ କରିଥିଲେ ।
ଏହା ପରେ ଆକ୍ରମଣକାରୀଙ୍କୁ ରୋକିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା । ଏହା ପରେ ଲୋକମାନେ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଅଶନିଶ୍ବାସି ହୋଇ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଇଣ୍ଡୋନେସିଆର ଫୁଟବଲ ସଙ୍ଘ (PSSI) ଏକ ବୟାନ ଜାରି କରି ଉଦ୍ବେଗ ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି ଯେ, ଖେଳ ପରେ ଯାହା ବି କିଛି ହେଲା, ତାହାର ତ୍ବରିତ ଯାଞ୍ଚ କରିବା ପାଇଁ ଟିମ୍ ବାହାରିଯାଇଛି ।
ବୟାନରେ କୁହାଯାଇଛି ଯେ, ପିଏସଏସଆଇ କାଂଜୁରୁହାନ ଷ୍ଟାଡିୟମରେ ଅରେମା ସମର୍ଥକଙ୍କ ଏଭଳି ଅମାନୁଷିକ କାର୍ଯ୍ୟ କଳାପକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହା ପରେ ତୁରନ୍ତ ପିଏସଏସଆଇ ଏକ ଯାଞ୍ଚ ଗଠନ କରି ମଙ୍ଗଳ ଅଭିମୁଖେ ବାହାରି ଯାଇଛନ୍ତି । ତେବେ ସୂଚନାଯୋଗ୍ୟ, ଇଣ୍ଡୋନେଶିଆରେ ପେର୍ସବାୟା ସୁରାବାୟା ୩-୩ ଗୋଲରେ ଆରେମାକୁ ଫୁଟବଲ ମ୍ୟାଚରେ ପରାସ୍ତ କରିଥିଲା ।
ଏହା ପରେ ଆରେମା ଏଫ୍ସିର ହଜାର ହଜାର ପ୍ରଶଂସକ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ । ସେମାନେ ପଡ଼ିଆ ଭିତରେ ଉପଦ୍ରବ ସୃଷ୍ଟି କରିଥିଲେ । ଏହା ପରେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଂଚି ହିଂସାକୁ ନିୟନ୍ତ୍ରିତ କରିବା ପାଇଁ ବଳ ଲଗାଇଥିଲା । ତେବେ ଫୁଟବଲ ପ୍ରଶଂସକ ମାନେ ପୁଲିସକୁ ମଧ୍ୟ ଝାଡ଼ି ନ ଥିଲେ । ନିୟନ୍ତ୍ରଣ ବାହାରେ ପରିସ୍ଥିତି ଥିବାରୁ ପୁଲିସ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।