Pintu Nanda ର ଜାଗା ଆଉ କେହି ନେଇ ପାରିବେ ନାହିଁ, ଫିଲ୍ମ ‘ପହିଲି ରଜ’ରେ ମତେ ସେ ବହୁତ ହଇରାଣ କରିଛି, ଖରାରେ ଶୁଟିଙ୍ଗ କଲାବେଳେ…’: Anu Choudhuri

ଦର୍ଶକ ବନ୍ଧୁ ମାତ୍ର 45 ବର୍ଷ ବସରେ ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଆମ ସମସ୍ତଙ୍କୁ ଛାଡି ଅଫେରା ରାଇଜକୁ ଚାଲି ଯାଇଛନ୍ତି । ସେ ଯିବା ପରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟ ପକ୍ଷେ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଦର୍ଶକ ବନ୍ଧୁ ଗତ ପହଡଦିନ ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପିଣ୍ଟୁ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଆଉ ଗତ କାଲି ରାତିରେ ତାଙ୍କୁ ଭୁବନେଶ୍ଵର ଅଣା ଯାଇଥିଲା ।

ତେବେ ଆଜି ତାଙ୍କର ଅନ୍ତିମ ସଂସ୍କାର ହେବେ ବୋଲି ସୂଚନା ରହିଛି । ଆଉ ଏହାରି ମଧ୍ୟରେ ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ତେବେ ଦର୍ଶକ ବନ୍ଧୁ ଅନୁ ଗଣମାଧ୍ୟମ ଆଗରେ କହିଛନ୍ତି-‘ଖୁବ କମ ବୟସରେ ସମସ୍ତଙ୍କୁ ଛାଡି ଚାଲି ଗଲା । ଇଣ୍ଡଷ୍ଟ୍ରି ପାଇଁ କ୍ଷତି ଆଉ ଦର୍ଶକ ମାନଙ୍କର ବି କ୍ଷତି । ଗୋଟେ କଳାକାର ଯେତେ ବେଳେ ଅଲଗା ଅଲଗା ଚରିତ୍ରରେ ଅଭିନୟ କରେ ଦର୍ଶକ ମାନେ ଉତ୍ସାହିତ ହୁଅନ୍ତି ଆଉ ଭାବନ୍ତି ସେ ଆଗକୁ କଣ କରିବେ । ହେଲେ ଯେତେବେଳେ ତାଙ୍କ ଦେହ ଖରାପ କଥା ଜଣା ପଡିଥିଲା ସେତେବେଳେ ସମସ୍ତଙ୍କର ଆଶା ଆଉ ବିଶ୍ଵାସ ଥିଲା ଯେ ସେ ବହୁତ ଶୀଘ୍ର ଭଲ ହେଇ ଫେରି ଆସିବେ ।

ତେବେ ଲିଭର ଶିରୋସିସ ରୋଗ ବହୁତ ଆଗରୁ ଜଣା ପଡି ଥିଲା । କିନ୍ତୁ ସେ ଯିବା ପରେ କଷ୍ଟ ତ ହେଉଛି ଏତେ କମ ବୟସରେ ଜଣେ ଛାଡିକି ଚାଲିଯିବ ଇଣ୍ଡଷ୍ଟ୍ରି କହିଲେ ଆମର ଗୋଟେ ପରିବାର ଦର୍ଶାଏ । ତେଣୁ କଷ୍ଟ ହେଉଛି ବହୁତ । ଶୁଟିଙ୍ଗ ସମୟରେ ବହୁତ କିଛି କଥା ଅଛି ସେ ସବୁବେଳେ ହସ ଖୁସି ମିଞ୍ଜାସ ପିଲା । ସେ ସମସ୍ତଙ୍କୁ ହସାଉ ଥିଲେ । ପହିଲି ରଜରେ ବହୁତ କିଛି ସ୍ମୃତି ଅଛି ।

ସେତେବେଳେ ଏତେ ଖରାରେ ଶୁଟିଙ୍ଗ କରୁଥିଲୁ ସେ ସବୁବେଳେ ଆମକୁ ହସାଉ ଥିଲେ । ଦେବୁ ଦାଙ୍କୁ ସେ ବହୁତ ହଇରାଣ କରିଥିଲା’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *