ଫିଲ୍ମ ନ ମିଳିବା କାରଣରୁ ବାଛି ଥିଲେ KBC, ଥିଲା କିଛି ଏମିତି ମଜବୁରି କହି କାନ୍ଦି ପକାଇଲେ Amitabh Bacchan, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଅମିତାଭ ବଚ୍ଚନ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅମିତାଭଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅମିତାଭ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଅମିତାଭ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଅମିତାଭ ବଲିଉଡ ଫିଲ୍ମ ସହିତ ହିନ୍ଦୀ ଟିଭି ରିଆଲିଟି ସୋ ‘କୋନ ବନେଗା କରୋଡ଼ପତି’ରେ କାମ କରନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଅମିତାଭଙ୍କ ଏକ ଭାବ ବହୁଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ହିନ୍ଦୀ ରିଆଲିଟି ସୋ ‘କୋନ ବନେଗା କରୋଡ଼ପତି’ର । ଏହି ସୋର ୧୦୦୦ ଏପିସୋଡ ଶେଷ ହେବା ଖୁସିରେ ସୋକୁ ଅମିତାବଙ୍କ ଝିଅ ଶ୍ଵେତା ଓ ନାତୁଣୀ ନବ୍ୟା ନନ୍ଦା ଆସିଥିଲେ ।

 

ଶ୍ଵେତା ଅମିତାଭଙ୍କୁ ସୋରେ ପଚାରିଲେ- ‘ବାପା ଏଇଟା ହେଉଛି ୧୦୦୦ ନମ୍ବର ଏପିସୋଡ ଆପଣଙ୍କୁ କେମିତି ଲାଗୁଛି ?,ଏହି ପ୍ରଶ୍ନର ଉତ୍ତର ଦେଇ ଅମିତାଭ କହିଲେ-‘୨୧ ବର୍ଷ ହୋଇଯାଇଛି ଗତ ୨୦୦୦ ମସିହାରେ ଏହି ସୋ ଆରମ୍ଭ ହୋଇଥିଲା । ସେତେବେଳେ ସମସ୍ତ ଲୋକ ମୋତେ କହୁଥିଲେ ଆପଣ ବଡ ପରଦାରୁ ଛୋଟ ପରଦାକୁ ଯାଉଛନ୍ତି ଆପଣଙ୍କ ଇମେଜରେ ଖରାପ ପ୍ରଭାବ ପଡିବ’ ।

ଆଗକୁ ଅମିତାଭ କହିଲେ-‘ହେଲେ ସେତେବେଳେ ପରିସ୍ଥିତି ଠିକ ନଥିଲା ଫିଲ୍ମରେ କାମ ମିଳୁ ନଥିଲା କିନ୍ତୁ ପ୍ରଥମ ବ୍ରଡକାଷ୍ଟ ପରେ ଯେଉଁ ଭଳି ଭାବରେ ପ୍ରତିକ୍ରିୟା ଆସିଲା ମୋର ଦୁନିଆ ବଦଳିଗଲା । ସବୁଠାରୁ ବଡ କଥା ହେଉଛି ଆମର ଯେତେ ଜଣ ପ୍ରତିଯୋଗୀ ଆସିଛନ୍ତି ସେମାନଙ୍କ ଠାରୁ ପ୍ରତିଦିନ ମୋତେ କିଛି ନା କିଛି ଶିଖିବାକୁ ମିଳିଲା’ । ବନ୍ଧୁଗଣ ଏହି କଥା କହିବା ସମୟରେ ଅମିତାଭଙ୍କ ଆଖିରୁ ଲୁହ ଜରିଗଲା ଓ ସେ କିଛି ସମୟ ପାଇଁ ଭାବ ବହୁଳ ହୋଇଗଲେ ।

ଅମିତାଭଙ୍କ ସଫଳତା ପାଇଁ ତାଙ୍କ ପରିବାର ଲୋକ ବହୁତ ଗର୍ବ ଅନୁଭବ କରନ୍ତି । ଗତ ୨୦୦୦ ମସିହା ଜୁଲାଇ ୩ ତାରିଖରେ କେବିଶି ଆରମ୍ଭ ହୋଇଥିଲା ଓ ଆଜି ଏହାର ୧୦୦୦ ଏପିସୋଡ ଶେଷ ହୋଇଛି । ବହୁତ ଲୋକ ଏହି ସୋକୁ ଆସି କୋଟିପତି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅମିତାଭ ବଚ୍ଚନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *