February ରୁ ବଡ ପରିବର୍ତ୍ତନ, ବଦଳିଯିବ ଏହି ସବୁ ନିୟମ ! ଦେଖନ୍ତୁ ଆପଣଙ୍କ ପକେଟ ଉପରେ କିପରି ରହିବା ଏହାର ପ୍ରଭାବ !

ବନ୍ଧୁଗଣ ଆଜି ହେଉଛି ଫେବୃୟାରି ୧ ତାରିଖ ଓ ଆଜି ଠାରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ । ବଦଳିବାକୁ ଯାଉଛି ଅନେକ ବଡ ନିୟମ ଯାହାଫଳରେ ଆପଣଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ । ତେବେ ବନ୍ଧୁଗଣ ଆଜି ଠାରୁ ବଦଳିବାକୁ ଯାଉଛି ଅନେକ ନିୟମ । ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ନିୟମ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ନିୟମ ଗୁଡିକ ବିଷୟରେ ।

SBI କରୁଛି ବଡ ପରିବର୍ତ୍ତନ । ଜାତୀୟ ଗଣମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଟଙ୍କା ଟ୍ରାନ୍ସଫର କରିବାର ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ଏଣିକି ଆଇଏମପିଏସ ଜରିଆରେ ଦୁଇ ଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରିବା ମହଙ୍ଗା ପଡିବ । ବ୍ୟାଙ୍କ ଅଫ ବରୋଦା ନିୟମରେ ପରିବର୍ତ୍ତନ ।

ବ୍ୟାଙ୍କ ଅଫ ବରୋଦା ଗ୍ରାହକ ମାନଙ୍କୁ ଫେବୃୟାରି ମାସ ୧ ତାରିଖରୁ ଚେକ ପେମେଣ୍ଟ ପାଇଁ ପଜେଟିଭ ପେ ସିଷ୍ଟମ ଅନୁସରଣ କରିବାକୁ ପଡିବ । ଅର୍ଥାତ ଚେକ ସମ୍ଭାନ୍ଧିତ ସୂଚନା ପଠାଇବା ପରେ ହିଁ ଚେକ କ୍ଲିୟର ହେବ । ତେବେ ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଚେକ କ୍ଲିୟରଆନ୍ସ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

ଅଧିକ ଫାଇଁ ନେବ ପିଏନବି । ପଞ୍ଜାବ ନାସନାଲ ବ୍ୟାଙ୍କର ପରିବର୍ତ୍ତିତ ନିୟମର ପ୍ରଭାବ ସିଧା ସଳଖ ଆପଣଙ୍କ ଉପରେ ପଡିବ । ଯଦି ଆପଣଙ୍କ ଆକାଉଣ୍ଟରେ ଟଙ୍କା ଅଭାବ ହେତୁ କିସ୍ତି କିମ୍ବା ବିନିଯୋଗ ବିଫଳ ହୁଏ ତେବେ ଆପଣ ମାନଙ୍କୁ ୨୫୦ ଟଙ୍କା ଜୋରିମାନା ଦେବାକୁ ପଡିବ । ବଦଳିବ ଗ୍ୟାସ ସିଲିଣ୍ଡର ଦର ପ୍ରତି ମାସର ପ୍ରଥମ ତାରିଖରେ ରୋଷେଇ ଗ୍ୟାସର ନୂଆ ଦର ଧାର୍ଯ୍ୟ କରାଯାଇଥାଏ ।

ତେବେ ଚଳିତ ମାସ କେନ୍ଦ୍ର ବଜେଟ ଉପସ୍ଥାପନା ହେବାକୁ ଯାଉଥିବାରୁ ଏହାର ପ୍ରଭାବ ଗ୍ୟାସ ସିଲିଣ୍ଡରର ଦର ଉପରେ କଣ ପଡିବ ତାକୁ ହିଁ ଅପେକ୍ଷା । ଆଗତ ହେବ ବଜେଟ ଫେବୃୟାରି ୧ ତାରିଖରେ ୨୦୨୨ ଓ ୨୦୨୩ ଆର୍ଥିକ ବର୍ଷ ପାଇଁ ସାଂସଦରେ ବଜେଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମନ । ଏଥିରେ ଡାଇରେକ୍ଟ ଓ ଇନଡାଇରେକ୍ଟ ଟ୍ୟାକ୍ସ ନିୟମରେ ପରିବର୍ତ୍ତନ ହୋଇପାରେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *