ବନ୍ଧୁଗଣ ନମସ୍କାର, ତେବେ ଭାରତୀୟ ଖାନପାନ ରେ ବଟର ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହ ବ୍ୟବହାର ପାଖାପାଖି ସବୁ ସ୍ଥାନରେ କରାଯାଇଥାଏ । ପରଟା ହେଉ ଅଥବା ଡାଲି ସବୁ ର ସ୍ୱାଦ ଏହା ଦୁଇ ଗୁଣ ବଢ଼ାଇ ଦେଇଥାଏ । ସମସ୍ତେ ଏହାକୁ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ, ଆପଣଙ୍କ ପ୍ରିୟ ବଟର କିଭଳି ଭାବରେ ତିଆରି ହୋଇଥାଏ?ଏଥିରେ ଏଭଳି କେଉଁ ଜିନିଷ ମିଶାଯାଏ,
ଯାହା ଏହାକୁ ବହୁତ ସ୍ୱାଦିଷ୍ଟ କରିଦିଏ ଏବଂ ଏହା ସହିତ ବଟର ଖାଇବା ଦ୍ୱାରା ଶରୀର କୁ କଣ ସବୁ ଲାଭ ମିଳିଥାଏ ସେହି ସବୁ ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ଏହି ଅମୁଲ ବଟର କୁ ବନାଇବା ନିମନ୍ତେ ସର୍ବ ପ୍ରଥମେ ବଡ଼ ବଡ଼ ଟ୍ୟାଙ୍କ ପାଖାପାଖି ୨୦ ମିଲିୟନ କ୍ଷୀର ନେଇ ଫ୍ୟାକ୍ଟ୍ରି କୁ ଯାଆନ୍ତି ।
ଏହାପରେ କ୍ଷୀର ର ଭଲ ଭାବରେ ଯାଞ୍ଚ ହୋଇଥାଏ । କ୍ଷୀର ର କ୍ବାଲିଟି ଭଲ ଥିଲେ ଏହାକୁ ଷ୍ଟୋରେଜ ଟ୍ୟାଙ୍କ ରେ ପମ୍ପ ସାହାଯ୍ୟ ରେ ଭର୍ତ୍ତି କରାଯାଏ । ଏହା କ୍ଷୀର ରେ ଥିବା ବ୍ୟାକ୍ଟେରିଆ କୁ ଦୂର କରିଥାଏ । ଏହାପରେ କ୍ଷୀର ରୁ କ୍ରିମ କୁ ଅଲଗା କରାଯାଏ ଏବଂ ଏହି କ୍ରିମ କୁ ୮ ଘଣ୍ଟା ଧରି ୧୪ ଡିଗ୍ରୀ ସେଲ୍ସିୟସ ରେ ମ୍ୟାଚୋର କରାଯାଏ । ଏହାପରେ ପ୍ରୋସେସିଂ ସମୟରେ ଏଥିରେ ଅଳ୍ପ ଲୁଣ ମିଶାଯାଏ ଏବଂ ବଟର ପ୍ରସ୍ତୁତ କରାଯାଏ ।
ଏହା ପରେ ଏକ୍ସପର୍ଟ ଏହାର କ୍ବାଲିଟି କୁ ଯାଞ୍ଚ କରନ୍ତି । କ୍ବାଲିଟି ଭଲ ଥିଲେ ଏହାର ପ୍ୟାକେଜିଂ କରାଯାଏ । ପ୍ୟାକେଜିଂ ପାଇଁ ଏହାକୁ ସ୍କୋୟାର ସେପ ରେ କଟାଯାଇ ପ୍ୟାକେଟ ରେ ଭର୍ତ୍ତି କରାଯାଏ । ତେବେ ଏଭଳି ଭାବରେ ଅମୁଲ ବଟର ତିଆରି ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଆମ ଶରୀର କୁ ଅନେକ ପ୍ରକାର ର ଲାଭ ପ୍ରାପ୍ତ ହୋଇଥାଏ ।
ଏଥିରେ ଫ୍ୟାଟ ଭରପୁର ମାତ୍ରାରେ ଥାଏ । ଏହା ସହିତ ଏଥିରେ ଭିଟାମିନ ଏ, ଇ ଏବଂ କେ୨ ମଧ୍ୟ ରହିଥାଏ । ଏହା ସହିତ ଯେଉଁ ମାନଙ୍କୁ ହାର୍ଟ ସମ୍ବନ୍ଧୀୟ ରୋଗ ରହିଛି ସେମାନଙ୍କ ପ୍ରତି ଏହାର ସେବନ ଲାଭଦାୟକ ହୋଇଥାଏ । ଏହା କ୍ୟାନ୍ସର ରୋଗରୁ ମଧ୍ୟ ରକ୍ଷା କରିଥାଏ । ଯେତେବେଳେ ଆପଣ ଡିପ୍ରେସନ ରେ ଥାଆନ୍ତି ସେତେବେଳେ ବଟର ର ସେବନ ନିଶ୍ଚିତ ଭାବରେ କରନ୍ତୁ ।
ଏହା ମସ୍ତିଷ୍କ ରେ ଥିବା ଶିରା ପ୍ରଶିରା କୁ ଆକ୍ଟିଭ କରି ଦେଇଥାଏ । କିନ୍ତୁ ଆପଣ ମାନଙ୍କୁ ଏକ ବିଶେଷ ସୂଚନା ଦେବାକୁ ଚାହିଁବୁ ଯେ, ଅମୁଲ ବଟର ର ସେବନ ସୀମିତ ମାତ୍ରାରେ କରିବା ଦ୍ୱାରା ହିଁ ଏହାର ଲାଭ ଶରୀର କୁ ମିଳିଥାଏ । ନଚେତ ଏହା ଓଜନ ବଢ଼ାଇବା ସହିତ ହାର୍ଟ ରୋଗ ର କାରଣ ସାଜିଥାଏ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।